ମାସ ଓ ସପ୍ତାହ ଧାର୍ଯ୍ୟ, ଶ୍ରୀଲଙ୍କା ସିରିଜରୁ ଛୁଟି ନେଇ ବିବାହ କରିବେ ବିରାଟ-ଅନୁଷ୍କା?  

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଖବର ମୁତାବିକ ଏହି ଦୁଇଜଣ ଚଳିତ ବର୍ଷ ଡିସେମ୍ବର ମାସରେ ବିବାହ କରିପାରନ୍ତି। ଏପର୍ଯ୍ୟନ୍ତ ବିବାହ ତାରିଖ ଠିକ୍‌ ହୋଇନଥିବା କଥା କୁହାଯାଉଛି। କିନ୍ତୁ ସୂଚନା ଅନୁସାରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସିରିଜ ସମୟରେ ବିରାଟ ଛୁଟି ନେଇ ବିବାହ କରିବେ। ଡିସେମ୍ବର ମାସ ଶେଷ ସପ୍ତାହରେ […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 04:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଖବର ମୁତାବିକ ଏହି ଦୁଇଜଣ ଚଳିତ ବର୍ଷ ଡିସେମ୍ବର ମାସରେ ବିବାହ କରିପାରନ୍ତି। ଏପର୍ଯ୍ୟନ୍ତ ବିବାହ ତାରିଖ ଠିକ୍‌ ହୋଇନଥିବା କଥା କୁହାଯାଉଛି। କିନ୍ତୁ ସୂଚନା ଅନୁସାରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସିରିଜ ସମୟରେ ବିରାଟ ଛୁଟି ନେଇ ବିବାହ କରିବେ। ଡିସେମ୍ବର ମାସ ଶେଷ ସପ୍ତାହରେ ବିବାହ ଦିନ ଧାର୍ଯ୍ୟ ହୋଇପାରେ। ଏହି ବିବାହ ପାଇଁ କିନ୍ତୁ ବିରାଟଙ୍କୁ ଅଧିକ ସମୟ ମିଳିବ ନାହିଁ। କାରଣ ଏହି ମାସରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ।

ଶ୍ରୀଲଙ୍କା ସିରିଜ ପରେ ଭାରତୀୟ ଟିମ୍‌ ନୂଆ ବର୍ଷର ପ୍ରଥମ ମାସର ପ୍ରଥମ ସପ୍ତାହରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବିରାଟ ଓ ଅନୁଷ୍କାଙ୍କ ଲଭ ଷ୍ଟୋରୀ ୨୦୧୩ ମସିହାରୁ ଆରମ୍ଭ ହୋଇଥିଲା। ଏହାପରେ ଏହି ଦୁଇ ଜଣଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣିବାକୁ ପାଇଲେ। ବର୍ତ୍ତମାନ ଏହି ଦୁଇଜଣଙ୍କ ବିବାହ ଖବର ମିଳିବା ମାତ୍ରେ ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Related story