ଜାଫରଙ୍କ ସର୍ବକାଳୀନ ଦିନିକିଆ ଟିମରେ ଧୋନି ଅଧିନାୟକ, ଜାଣନ୍ତୁ କେଉଁ ସବୁ ଖେଳାଳି ଅଛନ୍ତି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ୱାସିମ ଜାଫର ଆଜି ତାଙ୍କର ସର୍ବକାଳୀନ ଦିନିକିଆ ଟିମ ବାଛିଛନ୍ତି। ଏହି ଟିମରେ ଜାଫର ଟିମ୍ ଇଣ୍ଡିଆର ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ କରିଛନ୍ତି। ସେହିପରି ରୋହିତ ଶର୍ମା ଓ ସଚିନ ତେନ୍ଦୁଲକର ଇନିଂସ୍‌ ଆରମ୍ଭ କରିବେ। କିମ୍ବଦନ୍ତୀ କ୍ରିକେଟର ଭିଭାନ ରିଚାର୍ଡସ ୩ନଂରେ ବ୍ୟାଟି କରିବାକୁ ଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏହି ଟିମରେ ୪ନଂ ସ୍ଥାନରେ ବ୍ୟାଟିଂ କରିବେ ବୋଲି ଜାଫର କହିଛନ୍ତି। […]

o

Hemant Lenka
  • Published: Saturday, 04 April 2020
  • , Updated: 04 April 2020, 03:59 PM IST

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ୱାସିମ ଜାଫର ଆଜି ତାଙ୍କର ସର୍ବକାଳୀନ ଦିନିକିଆ ଟିମ ବାଛିଛନ୍ତି। ଏହି ଟିମରେ ଜାଫର ଟିମ୍ ଇଣ୍ଡିଆର ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ କରିଛନ୍ତି। ସେହିପରି ରୋହିତ ଶର୍ମା ଓ ସଚିନ ତେନ୍ଦୁଲକର ଇନିଂସ୍‌ ଆରମ୍ଭ କରିବେ।

କିମ୍ବଦନ୍ତୀ କ୍ରିକେଟର ଭିଭାନ ରିଚାର୍ଡସ ୩ନଂରେ ବ୍ୟାଟି କରିବାକୁ ଥିବା ବେଳେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏହି ଟିମରେ ୪ନଂ ସ୍ଥାନରେ ବ୍ୟାଟିଂ କରିବେ ବୋଲି ଜାଫର କହିଛନ୍ତି।

ଏମାନଙ୍କ ବ୍ୟତୀତ ଜାଫରଙ୍କ ଟିମ୍‌ରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ଓ ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସ ରହିଛନ୍ତି। ଧୋନି ଅଧିନାୟକ ସହ ୱିକେଟ କିପିଂ ଦାୟିତ୍ୱ ସମ୍ପାଦନ କରିବେ। ବୋଲିଂ ବାହିନୀର ଦାୟିତ୍ୱ ୱାସିମ ଆକ୍ରମ, ପୂର୍ବତନ ଇଣ୍ଡିଜ୍‌ ବୋଲର ଜୋଲ ଗାରନେର ଓ ଗ୍ଲେନ ମ୍ୟାଗ୍ରାଥ ରହିଛନ୍ତି। ଗୋଟିଏ ସ୍ପିନର ସ୍ପଟ ପାଇଁ ଶେନ ୱାର୍ଣ୍ଣ ଓ ସାକଲିନ ମୁସ୍ତାକଙ୍କୁ ଜାଫର ବିକଳ୍ପ ଭାବେ ରଖିଛନ୍ତି। ଅର୍ଥାତ ଏମାନଙ୍କ ମଧ୍ୟରୁ ଜଣେ ମ୍ୟାଚ୍‌ ଖେଳିବେ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଷ୍ଟ୍ରେଲିଆର ସବୁଠାରୁ ସଫଳତମ ଅଧିନାୟକ ରିକି ପଣ୍ଟିଂଙ୍କୁ ଜାଫର ତାଙ୍କ ଦିନିକିଆ ଟିମ୍‌ର ୧୨ତମ ସ୍ଥାନରେ ରଖିଛନ୍ତି। ପଣ୍ଟିଂ ୨୦୦୩ ଓ ୨୦୦୭ରେ ଅଷ୍ଟ୍ରେଲିଆକୁ ବିଶ୍ୱକପ ଜିତାଇଥିଲେ।

Related story