ଘରୋଇ କ୍ରିକେଟରେ ରେକର୍ଡ କଲେ ଏହି ଖେଳାଳି

ମୁମ୍ବାଇ: ଏଯାଏ ଭାରତ ପକ୍ଷରୁ ତାଙ୍କୁ ସୁଯୋଗ ମିଳିନାହିଁ। କିନ୍ତୁ କେରଳର ବ୍ୟାଟସମ୍ୟାନନ ଓ ଅଫ୍‌ ବ୍ରେକ୍‌ ବୋଲର ଜଲଜ ସାକ୍ସେନା ଘରୋଇ କ୍ରିକେଟରେ ବିଶାଳ ରେକର୍ଡ କରିପାରିଛନ୍ତି। ୩୨ ବର୍ଷୀୟ ସାକ୍ସେନା ଘରୋଇ କ୍ରିକେଟରେ ୬ ହଜାରରୁ ଅଧିକ ରନ୍‌ କରିବା ସହ ୩୦୦ଟି ୱିକେଟ୍‌ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି। ଇଣ୍ଡିଆ ରେଡ୍‌ ଏବଂ ଇଣ୍ଡିଆ ବ୍ଲୁ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫି ମ୍ୟାଚ୍‌ରେ ସେ ଏହି ରେକର୍ଡ କରିବାର ସୁଯୋଗ ପାଇଛନ୍ତି। […]

er

Hemant Lenka
  • Published: Wednesday, 28 August 2019
  • , Updated: 28 August 2019, 07:07 PM IST

ମୁମ୍ବାଇ: ଏଯାଏ ଭାରତ ପକ୍ଷରୁ ତାଙ୍କୁ ସୁଯୋଗ ମିଳିନାହିଁ। କିନ୍ତୁ କେରଳର ବ୍ୟାଟସମ୍ୟାନନ ଓ ଅଫ୍‌ ବ୍ରେକ୍‌ ବୋଲର ଜଲଜ ସାକ୍ସେନା ଘରୋଇ କ୍ରିକେଟରେ ବିଶାଳ ରେକର୍ଡ କରିପାରିଛନ୍ତି। ୩୨ ବର୍ଷୀୟ ସାକ୍ସେନା ଘରୋଇ କ୍ରିକେଟରେ ୬ ହଜାରରୁ ଅଧିକ ରନ୍‌ କରିବା ସହ ୩୦୦ଟି ୱିକେଟ୍‌ ନେବାର ରେକର୍ଡ ନିଜ ନାଁରେ କରିଛନ୍ତି।

ଇଣ୍ଡିଆ ରେଡ୍‌ ଏବଂ ଇଣ୍ଡିଆ ବ୍ଲୁ ମଧ୍ୟରେ ଚାଲିଥିବା ଦୁଲୀପ ଟ୍ରଫି ମ୍ୟାଚ୍‌ରେ ସେ ଏହି ରେକର୍ଡ କରିବାର ସୁଯୋଗ ପାଇଛନ୍ତି। ଏହି ମ୍ୟାଚ୍‌ଟି ଡ୍ର ରହିଥିଲେ ହେଁ ଇଣ୍ଡିଆ ବ୍ଲୁ ପକ୍ଷରୁ ଖେଳୁଥିବା ସାକ୍ସେନା ବୋଲିଂରେ ୩ଟି ୱିକେଟ୍‌ ନେବା କ୍ଷଣି ରେକର୍ଡ ବୁକ୍‌ରେ ସାମିଲ ହୋଇଯାଇଥିଲେ।

ସେ କହିଛନ୍ତି, “ମୁଁ ଜାଣିଛି ଯେ ଏବେ ମୋ ୱିକେଟ୍‌ ସଂଖ୍ୟା ୩୦୦ରେ ପହଞ୍ଚିଛି ଯାଇଛି। ହେଲେ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନଥିବା ପ୍ରଥମ ଖେଳାଳି ଭାବେ ଏଭଳି ରେକର୍ଡ ସୃଷ୍ଟି କରିଥିବା କଥା ଜାଣିନାହିଁ। ଏବେ ମୁଁ ଲାଲା ଅମରନାଥ, କପିଲ ଦେବ ଓ ଅନ୍ୟ କିମ୍ବଦନ୍ତୀ କ୍ରିକେଟରଙ୍କ କ୍ଲବରେ ସାମିଲ ହୋଇଥିବାରୁ ଖୁସି ଲାଗୁଛି। ଏହା ମୋ ପାଇଁ ଗର୍ବର ବିଷୟ।”

ଚଳିତ ବର୍ଷ ଆଇପିଏଲ୍‌ ସମୟରେ ଦିଲ୍ଲୀ କ୍ୟାପିଟାଲ୍ସ ସାକ୍ସେନାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ ସେ ଏଯାଏ ଆଇପିଏଲ୍‌ରେ ଡେବ୍ୟୁ କରିନାହାନ୍ତି। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ଓ ବେଙ୍ଗାଲୁରୁ ଭଳି ଟିମ୍‌ ସହ ମଧ୍ୟ ରହିଥିଲେ। ଏବେ ସେ ଭାରତ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।

Related story