ବିଶ୍ୱରେ ପ୍ରଥମ: ସୁମୋ ରେସଲର କରୋନାରେ ଆକ୍ରାନ୍ତ

ଟୋକିଓ: ଜାପାନର ସର୍ବପୁରୁତାନ ସୁମୋ କ୍ରୀଡ଼ାର ଜଣେ ରେସଲର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜାପାନର ଏହି ପୁରାତନ ଖେଳକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ଏପରି ବନ୍ଦ ଘର ମଧ୍ୟରେ ଏହାର କିଛି ମ୍ୟାଚ୍‌ ମଧ୍ୟ କରାଯାଇଥିଲା। ହେଲେ ଜଣେ ରେସଲର କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ପୂରା ଆତଙ୍କ ଖେଳି ଯାଇଛି। ଜାପାନର ସୁମୋ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଜଣେ ନିମ୍ନ ରାଙ୍କର […]

ng

Hemant Lenka
  • Published: Saturday, 11 April 2020
  • , Updated: 11 April 2020, 06:55 PM IST

ଟୋକିଓ: ଜାପାନର ସର୍ବପୁରୁତାନ ସୁମୋ କ୍ରୀଡ଼ାର ଜଣେ ରେସଲର ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜାପାନର ଏହି ପୁରାତନ ଖେଳକୁ ବଞ୍ଚାଇ ରଖିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରାଯାଉଛି। ଏପରି ବନ୍ଦ ଘର ମଧ୍ୟରେ ଏହାର କିଛି ମ୍ୟାଚ୍‌ ମଧ୍ୟ କରାଯାଇଥିଲା। ହେଲେ ଜଣେ ରେସଲର କରୋନାରେ ଆକ୍ରାନ୍ତ ହେବା ଜଣାପଡ଼ିବା ପରେ ପୂରା ଆତଙ୍କ ଖେଳି ଯାଇଛି।

ଜାପାନର ସୁମୋ ଆସୋସିଏସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ଜଣେ ନିମ୍ନ ରାଙ୍କର ରେସଲରଙ୍କ ଶରୀରରେ ଗତ ସପ୍ତାହରେ ଜ୍ୱରର ଲକ୍ଷଣ ଦେଖାଯାଇଥିଲା। ଏହାପରେ ତାଙ୍କର କରୋନା ପରୀକ୍ଷା ହୋଇଥିଲା। ଏହି ସମୟରେ ତାଙ୍କ ରିପୋର୍ଟ ପିଜିଟିଭି ଆସିଛି। ତେବେ ଏହି ଖେଳାଳିଙ୍କ ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇନି।

କରୋନାରେ ଆକ୍ରାନ୍ତ ହୋଇଥିବା ରେସଲର ଜଣଙ୍କ ଏବେ ଘରେ ଆଇସୋଲେସନରେ ଅଛନ୍ତି ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିର୍ଦ୍ଦେଶରେ ସବୁ କାମ କରୁଛନ୍ତି। ଜାପାନରେ କରୋନା ଯୋଗୁ ୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫,୩୦୦ ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଏଠାରେ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ବନ୍ଦ କରାଯାଇଛି। ସେହିପରି ସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ ଜାତୀୟ ବିପତ୍ତି ଘୋଷଣା କରାଯାଇଛି।

Related story