ରାହୁଲଙ୍କୁ ପ୍ୟାଭିଲିୟନ୍ ପଠାଇଲେ ହୋଲ୍ଡର୍, ଟିମ୍ ଇଣ୍ଡିଆ ସ୍କୋର ୧୦୦ ପାର୍

ମ୍ୟାଞ୍ଚେଷ୍ଟର: ଟିମ୍ ଇଣ୍ଡିଆ ଓପ୍ନର ଲୋକେଶ ରାହୁଲ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ରାହୁଲ୍ ୪୮ ରନ୍ କରିଥିବା ବେଳେ ଜେସନ୍ ହୋଲ୍ଡରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି। ଆଉଟ୍ ହେବା ପୂର୍ବରୁ ସେ କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୯ ରନର ଭାଗୀଦାରୀ କରିଥିଲେ। ଏହା ପୂର୍ବରୁ ଓପ୍ନର ରୋହିତ୍ ଶର୍ମା (୨୩)ଙ୍କୁ କେମାର୍ ରୋଚ୍ ପ୍ୟାଭିଲିୟନ୍ ପଠାଇଥିଲେ। ଦୁଇ ଓପ୍ନରଙ୍କ ଆଉଟ୍ ହେବା ପରେ […]

jj

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 05:39 PM IST

ମ୍ୟାଞ୍ଚେଷ୍ଟର: ଟିମ୍ ଇଣ୍ଡିଆ ଓପ୍ନର ଲୋକେଶ ରାହୁଲ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଛନ୍ତି। ରାହୁଲ୍ ୪୮ ରନ୍ କରିଥିବା ବେଳେ ଜେସନ୍ ହୋଲ୍ଡରଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି। ଆଉଟ୍ ହେବା ପୂର୍ବରୁ ସେ କ୍ୟାପଟେନ୍ ବିରାଟ କୋହଲିଙ୍କ ସହ ମିଶି ଦ୍ୱିତୀୟ ୱିକେଟ୍ ପାଇଁ ୫୯ ରନର ଭାଗୀଦାରୀ କରିଥିଲେ।

ଏହା ପୂର୍ବରୁ ଓପ୍ନର ରୋହିତ୍ ଶର୍ମା (୨୩)ଙ୍କୁ କେମାର୍ ରୋଚ୍ ପ୍ୟାଭିଲିୟନ୍ ପଠାଇଥିଲେ। ଦୁଇ ଓପ୍ନରଙ୍କ ଆଉଟ୍ ହେବା ପରେ ଏବେ ବିରାଟଙ୍କ ଉପରକୁ ସବୁ ଦାୟିତ୍ୱ ଚାଲିଆସିଛି। ବିରାଟ୍ ୩୫ ରନରେ ବ୍ୟାଟିଂ କରିଛନ୍ତି। ତାଙ୍କ ସହ ବିଜୟ ଶଙ୍କର ୯ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୨୩ ଓଭରରେ ୨ ୱିକେଟ୍ ହରାଇ ୧୧୨ ରନ୍ କରିଛି।

Related story