ଟେଷ୍ଟ ଡେବ୍ୟୁ କରିବେ ଜେସନ୍ ରୟ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଟିମର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟ ଟେଷ୍ଟ ଡେବ୍ୟୁ କରିବାକୁ ଯାଉଛନ୍ତି। ବୁଧବାରଠାରୁ ଆୟର୍ଲ୍ୟାଣ୍ଡ୍ ବିପକ୍ଷରେ ଆରମ୍ଭ ହେବାକୁଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ଆଜି ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଟିମରେ ଜେସନ୍ ରୟଙ୍କ ବ୍ୟତୀତ ଓଲି ଷ୍ଟୋନ୍ ସ୍ଥାନ ପାଇଛନ୍ତି। ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କ ସ୍ଥାନରେ ଖେଳିବାକୁଥିବା ଷ୍ଟୋନ୍ ମଧ୍ୟ ଟେଷ୍ଟ ଡେବ୍ୟୁ କରିବେ। ୨୯ ବର୍ଷୀୟ ରୟ ଏପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଟେଷ୍ଟ […]

roy

Ranjit Kumar Jena
  • Published: Tuesday, 23 July 2019
  • , Updated: 23 July 2019, 08:28 PM IST

ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଟିମର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଜେସନ୍ ରୟ ଟେଷ୍ଟ ଡେବ୍ୟୁ କରିବାକୁ ଯାଉଛନ୍ତି। ବୁଧବାରଠାରୁ ଆୟର୍ଲ୍ୟାଣ୍ଡ୍ ବିପକ୍ଷରେ ଆରମ୍ଭ ହେବାକୁଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ଆଜି ଇଂଲଣ୍ଡ ତା'ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଟିମରେ ଜେସନ୍ ରୟଙ୍କ ବ୍ୟତୀତ ଓଲି ଷ୍ଟୋନ୍ ସ୍ଥାନ ପାଇଛନ୍ତି। ଭେଟେରାନ୍ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କ ସ୍ଥାନରେ ଖେଳିବାକୁଥିବା ଷ୍ଟୋନ୍ ମଧ୍ୟ ଟେଷ୍ଟ ଡେବ୍ୟୁ କରିବେ।

୨୯ ବର୍ଷୀୟ ରୟ ଏପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟ୍ ଖେଳି ନାହାନ୍ତି, କିନ୍ତୁ କାଉଣ୍ଟି ଚାମ୍ପିୟନ୍ ସରେ ପକ୍ଷରୁ ଖେଳିଛନ୍ତି। ତେବେ ରୟ ମିଡିଲ୍ ଅର୍ଡର୍ ବ୍ୟାଟ୍ସମ୍ୟାନ୍ ଭାବେ କାଉଣ୍ଟି ଖେଳିଥିଲେ ଏବଂ ତାଙ୍କ ନାମରେ ୯ ଫ୍ଲାଷ୍ଟକ୍ଲାସ୍ ଶତକ ରହିଛି। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ରୟ ୪୪୩ ରନ୍ କରିଥିଲେ। ଆସନ୍ତାକାଲି ଆୟର୍ଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚରେ ରୟ ନିଜ ସ୍କୁଲ୍ ସାଥୀ ଏବଂ ସରେ ଟିମର କ୍ୟାପଟେନ୍ ରୋରି ବର୍ନସଙ୍କ ସହ ଓପନ୍ କରିବେ।

ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ପାଇଁ ଇଂଲଣ୍ଡ ଏକାଦଶ: ଜୋ ରୁଟ୍ (କ୍ୟାପଟେନ୍), ମୋଇନ୍ ଅଲୀ, ରୋରି ବର୍ନସ୍, ସାମ୍ କୁରାନ୍, ଜନ୍ନି ବେୟାରଷ୍ଟୋ, ଷ୍ଟୁଆର୍ଟ ବ୍ରଡ୍, ଜୋ ଡେନଲୀ, ଜ୍ୟାକ୍ ଲିଚ୍, ଜେସନ୍ ରୟ, ଓଲି ଷ୍ଟୋନ୍, କ୍ରିସ୍ ଓକ୍ସ।

Related story