କୋରିଆ ଓପନ୍‌ର ଦ୍ୱିତୀୟ ରାଉଣ୍ଡରେ ଜୟରାମ ଓ ପ୍ରନୀତ

ସିଓଲ (କୋରିଆ): ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ଅଜୟ ଜୟରାମ ଓ ବି ସାଇ ପ୍ରନୀତ ଆଜି କୋରିଆ ଓପନ୍‌ର ପୁରୁଷ ଏକକ ବର୍ଗର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ କେ. ଶ୍ରୀକାନ୍ତ, ପି. କଶ୍ୟପ, ଏଚ୍‌.ଏସ୍‌ ପ୍ରନୋୟ ଓ ତାନଭି ଲାଡ୍‌ଙ୍କ ଅଭିଯାନ ଶେଷ ହୋଇଛି। ଜୟରାମ ଆଜି ୨୯ ବର୍ଷରେ ପଦାର୍ପଣ କରିଥିବା ବେଳେ ବିଜୟ ସହ ଏହାକୁ ପାଳନ କରିଛନ୍ତି। ସେ କୋରିଆର ଜିଓନ ହେଓକଙ୍କୁ ମାତ୍ର ୪୫ ମିନିଟ୍‌ରେ ୨୩-୨୧,୨୧-୧୮ରେ ପରାସ୍ତ […]

ajay

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 07:01 PM IST

ସିଓଲ (କୋରିଆ): ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ଅଜୟ ଜୟରାମ ଓ ବି ସାଇ ପ୍ରନୀତ ଆଜି କୋରିଆ ଓପନ୍‌ର ପୁରୁଷ ଏକକ ବର୍ଗର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ କେ. ଶ୍ରୀକାନ୍ତ, ପି. କଶ୍ୟପ, ଏଚ୍‌.ଏସ୍‌ ପ୍ରନୋୟ ଓ ତାନଭି ଲାଡ୍‌ଙ୍କ ଅଭିଯାନ ଶେଷ ହୋଇଛି।

ଜୟରାମ ଆଜି ୨୯ ବର୍ଷରେ ପଦାର୍ପଣ କରିଥିବା ବେଳେ ବିଜୟ ସହ ଏହାକୁ ପାଳନ କରିଛନ୍ତି। ସେ କୋରିଆର ଜିଓନ ହେଓକଙ୍କୁ ମାତ୍ର ୪୫ ମିନିଟ୍‌ରେ ୨୩-୨୧,୨୧-୧୮ରେ ପରାସ୍ତ କରିଥିଲେ।  ପରବର୍ତ୍ତୀ ମ୍ୟାଚ୍‌ରେ ସେ ଚୀନର ହୁଆଙ୍ଗ ୟୁଝିଆଙ୍ଗଙ୍କୁ ଭେଟିବେ।

ପ୍ରନୀତ ଚାଇନୀଜ୍ ତାଇପେଇର ସୁ ଜେନ୍-ହାଓଙ୍କୁ ୨୧-୧୩,୧୨-୨୧,୨୧-୧୫ରେ ପରାସ୍ତ କରିଛନ୍ତି। ପରବର୍ତ୍ତୀ ମ୍ୟାଚ୍‌ରେ ସେ କୋରିଆର ସନ୍ ୱାନ୍ ହୋଙ୍କୁ ଭେଟିବେ।

Related story