ଆନ୍ତର୍ଜାତିକ ଟେଷ୍ଟ କ୍ରିକେଟରୁ ଟେଲରଙ୍କ ଅବସର

କିଙ୍ଗଷ୍ଟନ୍‌: ଆନ୍ତର୍ଜାତିକ ଟେଷ୍ଟ କ୍ରିକେଟରୁ ଆଜି ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟ‍ବୋଲର ଜେରୋମ ଟେଲର। ଆଜି ସେ ବିଧିବଦ୍ଧ ଭାବେ ୧୩ ବର୍ଷର ଟେଷ୍ଟ ଜୀବନରୁ ବିରତି ନେବା ନେଇ ଘୋଷଣା କରିଛନ୍ତି। ସେ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ନିକଟକୁ ନିଜ ଇସ୍ତଫା ପତ୍ର ପଠାଛନ୍ତି। ଆଜି ବୋର୍ଡ ପକ୍ଷରୁ ତାଙ୍କ ଅବସର ନେଇ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି। ସେ ଭାରତ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ୍‌ରେ ଦଳ ପକ୍ଷରୁ ସ୍ଥାନ ପାଇବାକୁ […]

Jerome Taylor

Rakesh Mallick
  • Published: Tuesday, 12 July 2016
  • , Updated: 12 July 2016, 05:17 PM IST

କିଙ୍ଗଷ୍ଟନ୍‌: ଆନ୍ତର୍ଜାତିକ ଟେଷ୍ଟ କ୍ରିକେଟରୁ ଆଜି ଅବସର ଘୋଷଣା କରିଛନ୍ତି ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟ‍ବୋଲର ଜେରୋମ ଟେଲର। ଆଜି ସେ ବିଧିବଦ୍ଧ ଭାବେ ୧୩ ବର୍ଷର ଟେଷ୍ଟ ଜୀବନରୁ ବିରତି ନେବା ନେଇ ଘୋଷଣା କରିଛନ୍ତି। ସେ ୱେଷ୍ଟଇଣ୍ଡିଜ୍‌ କ୍ରିକେଟ ବୋର୍ଡ ନିକଟକୁ ନିଜ ଇସ୍ତଫା ପତ୍ର ପଠାଛନ୍ତି। ଆଜି ବୋର୍ଡ ପକ୍ଷରୁ ତାଙ୍କ ଅବସର ନେଇ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି।

ସେ ଭାରତ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ୍‌ରେ ଦଳ ପକ୍ଷରୁ ସ୍ଥାନ ପାଇବାକୁ ଆଶା ରଖିଥିଲେ ମଧ୍ୟ ତାଙ୍କୁ ଚୟନକର୍ତ୍ତାମାନେ ମନୋନୀତ କରି ନ ଥିଲେ। ଏଥିପାଇଁ ସେ ଅବସର ଘୋଷଣା କରିଥିବା ଆଲୋଚନା ହେଉଛି।

୩୨ ବର୍ଷୀୟ ଏହି କ୍ରିକେଟର ଜଣକ ୪୬ଟି ଟେଷ୍ଟରୁ ୧୩୦ଟି ୱିକେଟ ଅକ୍ତିୟାର କରିଛନ୍ତି। ସେ ୨୦୦୩ରେ ଶ୍ରୀଲଙ୍କା ବିପକ୍ଷରେ କ୍ରୀଡା ଜୀବନ ଆରମ୍ଭ କରିଥିବା ବେଳେ ଚଳିତ ବର୍ଷ ଜାନୁଆରୀରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମ୍ୟାଚ୍‌ ଖେଳିଥିଲେ। ୨୦୦୯ରୁ ୧୦୧୪ ମଧ୍ୟରେ ସେ ଆହତ ଯୋଗୁଁ ଦଳରୁ ୫ ବର୍ଷ ପାଇଁ ବାଦ୍‌ ପଡିଥିଲେ।

Related story