ନୂଆଦିଲ୍ଲୀ: ରିଓ ପାରାଅଲିମ୍ପିକ୍ର ପୁରୁଷ ଜାଭଲିନ୍ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତର ଦେବେନ୍ଦ୍ର ଝଝରିଆ ୨୦୨୦ ପାରାଅଲିମ୍ପିକ୍ରେ ତୃତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି। ସେ ଏବେ ଖେଳ ବନ୍ଦ କରିବା ସପକ୍ଷରେ ନାହାନ୍ତି।
୩୫ବର୍ଷୀୟ ଝଝରିଆଙ୍କର ବାମହାତ ବିଦ୍ୟୁତ୍ ଆଘାତରେ ନଷ୍ଟ ହୋଇଯାଇଛି। ସେ ୨୦୦୪ ଏଥେନ୍ସ ପାରାଅଲିମ୍ପିକ୍ରେ ସ୍ୱର୍ଣ୍ଣ ଜିତି ଭାରତକୁ ଗୌରବ ଆଣି ଦେଇଥିଲେ।
ସେ କହିଛନ୍ତି,“ରିଓର ସଫଳତା ପରେ ମୁଁ ଖେଳକୁ ବନ୍ଦ କରିବି ନାହିଁ। ମୋ ପାଖରେ ଭରପୁର ଶକ୍ତି ଅଛି, ଆଉ ମୁଁ ନିଶ୍ଚିତ ଟୋକିଓ ପାରା ଅଲିମ୍ପିକ୍ରେ ସ୍ୱର୍ଣ୍ଣ ଜିତିବି। ମୋର ମୋ ଉପରେ ବିଶ୍ୱାସ ଅଛି ଓ ଏବେ ବି ଲଗାତାର ଭାବେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ୨ ଘଣ୍ଟା ଲେଖାଏଁ ଅଭ୍ୟାସ ଜାରି ରଖିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୨୪ ଘଣ୍ଟା ଭିତରେ ମାରିଦେବୁ, ସାଂସଦଙ୍କୁ ପୁଣି ହତ୍ୟା ଧମକ
ଏହି ଧମକପୂର୍ଣ୍ଣ ମେସେଜ ମିଳିବା ପରେ ପୂର୍ଣ୍ଣିଆରେ ସାଂସଦଙ୍କ ବାସଭବନର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
Viral
ମଦ ପିଇଥିବାରୁ ବରଯାତ୍ରୀଙ୍କୁ ଚିହ୍ନି ପାରିଲେନି, ଖୁଣ୍ଟିରେ ବାନ୍ଧି ପ୍ରବଳ ପିଟିଲେ ଗାଁ ଲୋକ
ବରଯାତ୍ରୀରେ ମଦପିଇ ଯିବା ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।
National
ବାଂଲାଦେଶୀଙ୍କ ଚିକିତ୍ସା କରିବୁନି, ମନା କଲେ ଡାକ୍ତର
କୋଲକାତାର ଉତ୍ତର ଭାଗରେ ଥିବା ମାଣିକତଲାରେ ଅବସ୍ଥିତ ଜେଏନ୍ ରେ ହସ୍ପିଟାଲ୍ର ଡାକ୍ତରମାନେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା ଯୋଗାଇବାକୁ ମନା କରି ଦେଇଛନ୍ତି।
National
ରେଲଓ୍ୱେ ଷ୍ଟେସନରେ ଲାଗିଲା ନିଆଁ, ଜଳିଗଲା ୨୦୦ ବାଇକ୍
ରେଲଓ୍ୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଥିବା ପାର୍କିଂରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି।