ଝୁଲଣଙ୍କ ଝୁଲାରେ ବିଶ୍ୱ ରେକର୍ଡ: ସର୍ବାଧିକ ୱିକେଟ୍‌ ନେଇ ଚର୍ଚ୍ଚାରେ ଗୋସ୍ୱାମୀ

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଝୁଲଣ ଗୋସ୍ୱାମୀ ରଚିଲେ ଇତିହାସ। ଦିନିକିଆ ଆନ୍ତର୍ଜାତିକ ମ୍ୟଚ୍‌ରେ ଝୁଲଣ ବିଶ୍ୱର ସର୍ବାଧିକ ୱିକେଟ୍‌ ନେବାର କୃତିତ୍ୱ ହାସଲ କରିଛନ୍ତି। ଏହା ପୂର୍ବରୁ ଆଷ୍ଟ୍ରେଲିଆ ଖେଳାଳି କ୍ୟାଥରିନ୍‌ ଫିଜ୍‌ପାଟ୍ରିକ୍‌ଙ୍କ ନାମରେ ବିଶ୍ୱର ସର୍ବାଧିକ ୱିକେଟ୍ ନେବାର ରେକର୍ଡ ରହିଥିଲା। ସେ  ୧୮୦ଟି ୱିକେଟ୍‌ ନେଇ ଏହି ରେକର୍ଡ କରିଥିଲେ। ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ୩ଟି ୱିକେଟ୍‌ ନେବା ପରେ ଝୁଲଣ ବିଶ୍ୱର […]

jhoolan_1494334096_749x421.jpeg

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 07:11 PM IST

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ଝୁଲଣ ଗୋସ୍ୱାମୀ ରଚିଲେ ଇତିହାସ। ଦିନିକିଆ ଆନ୍ତର୍ଜାତିକ ମ୍ୟଚ୍‌ରେ ଝୁଲଣ ବିଶ୍ୱର ସର୍ବାଧିକ ୱିକେଟ୍‌ ନେବାର କୃତିତ୍ୱ ହାସଲ କରିଛନ୍ତି। ଏହା ପୂର୍ବରୁ ଆଷ୍ଟ୍ରେଲିଆ ଖେଳାଳି କ୍ୟାଥରିନ୍‌ ଫିଜ୍‌ପାଟ୍ରିକ୍‌ଙ୍କ ନାମରେ ବିଶ୍ୱର ସର୍ବାଧିକ ୱିକେଟ୍ ନେବାର ରେକର୍ଡ ରହିଥିଲା। ସେ  ୧୮୦ଟି ୱିକେଟ୍‌ ନେଇ ଏହି ରେକର୍ଡ କରିଥିଲେ।

ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ୩ଟି ୱିକେଟ୍‌ ନେବା ପରେ ଝୁଲଣ ବିଶ୍ୱର ସର୍ବାଧିକ ୱିକେଟ୍‌ ହାସଲ କରିବାର ରେକର୍ଡ ନିଜ ନାଁରେ କରିଥିଲେ। ଏପର୍ଯ୍ୟନ୍ତ୧୫୩ଟି ମ୍ୟାଚ୍‌ ଖେଳି ୧୮୧ ୱିକେଟ୍‌ ହାସଲ କରିଛନ୍ତି ଝୁଲଣ। ସେ ଏପର୍ଯ୍ୟନ୍ତ ସମସ୍ତ ଫର୍ମାଟରେ ୨୭୧ଟି ଆନ୍ତର୍ଜାତୀୟ ୱିକେଟ୍‌ ନେଇସାରିଛନ୍ତି।

News and Picture Courtesy- aajtak

Related story