ପଣ୍ଟିଂ ରେକର୍ଡ ଭାଙ୍ଗିଲେ ରୁଟ୍

ବର୍ମିଂହାମ୍: ଇଂଲଣ୍ଡର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଚଳିତ ବିଶ୍ୱକପରେ ରୁଟ୍ ମୋଟ ୧୨ଟି କ୍ୟାଚ୍ ଧରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ୧୬ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ୨୦୦୩ ବିଶ୍ୱକପରେ ପଣ୍ଟିଂ ୧୧ କ୍ୟାଚ୍ ନେଇଥିଲେ। ଅଣ-ୱିକେଟକିପର ଭାବେ ରୁଟ୍ ଗୋଟିଏ ବିଶ୍ୱକପ୍ ସଂସ୍କରଣରେ ସର୍ବାଧିକ କ୍ୟାଚ୍ ନେବାର ରେକର୍ଡ ମଧ୍ୟ କରିଛନ୍ତି। ଚଳିତ ବିଶ୍ୱକପରେ ସର୍ବାଧିକ କ୍ୟାଚ୍ ଧରିବାରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ […]

root

Hemant Lenka
  • Published: Thursday, 11 July 2019
  • , Updated: 11 July 2019, 09:01 PM IST

ବର୍ମିଂହାମ୍: ଇଂଲଣ୍ଡର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଜୋ ରୁଟ୍ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଚଳିତ ବିଶ୍ୱକପରେ ରୁଟ୍ ମୋଟ ୧୨ଟି କ୍ୟାଚ୍ ଧରି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ୧୬ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି। ୨୦୦୩ ବିଶ୍ୱକପରେ ପଣ୍ଟିଂ ୧୧ କ୍ୟାଚ୍ ନେଇଥିଲେ।

ଅଣ-ୱିକେଟକିପର ଭାବେ ରୁଟ୍ ଗୋଟିଏ ବିଶ୍ୱକପ୍ ସଂସ୍କରଣରେ ସର୍ବାଧିକ କ୍ୟାଚ୍ ନେବାର ରେକର୍ଡ ମଧ୍ୟ କରିଛନ୍ତି। ଚଳିତ ବିଶ୍ୱକପରେ ସର୍ବାଧିକ କ୍ୟାଚ୍ ଧରିବାରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ (୧୦) ଦ୍ୱିତୀୟ ଏବଂ ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ (୯) ତୃତୀୟରେ ଅଛନ୍ତି।

ଯଦି ୱିକେଟକିପରଙ୍କୁ ସାମିଲ୍ କରାଯାଏ, ତାହେଲେ ଚଳିତ ସଂସ୍କରଣରେ ସର୍ବାଧିକ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆର ଆଲେକ୍ସ କ୍ୟାରି। କ୍ୟାରି ମୋଟ ୧୯ ଡିସମିଶାଲ୍ (୧୭ କ୍ୟାଚ୍, ୨ ଷ୍ଟମ୍ପିଂ) କରିଛନ୍ତି। ଏହି ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲ୍ୟାଣ୍ଡର ଟମ୍ ଲାଥାମ (୧୮) ଏବଂ ତୃତୀୟରେ ୱେଷ୍ଟଇଣ୍ଡିଜର ଶାଇ ହୋପ୍ (୧୬) ଅଛନ୍ତି।

Related story