ଆର୍ଚର୍ ଆଇପିଏଲରୁ ଆଉଟ୍‌

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରୁ ବାଦ୍ ପଡ଼ିଛନ୍ତି। ୨୪ ବର୍ଷୀୟ ଆର୍ଚରଙ୍କ ଡାହାଣ କହୁଣୀ ଫ୍ରାକଚର୍ ହୋଇଛି, ଯେଉଁକାରଣରୁ ସେ ଆଇପିଏଲର ଚଳିତ ସଂସ୍କରଣରେ ଭାଗ ନେଇପାରିବେ ନାହିଁ। ଗତବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ତାଙ୍କୁ ଆଘାତ ଲାଗିଥିଲା। ଆର୍ଚରଙ୍କ ଅନୁପସ୍ଥିତିରେ ରାଜସ୍ଥାନ ରୟାଲ୍ସର ପେସ୍ ଆକ୍ରମଣକୁ ବଡ଼ ଝଟକା ଲାଗିଛି। ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କହିଛି […]

archer

archer

Ranjit Kumar Jena
  • Published: Thursday, 06 February 2020
  • Updated: 06 February 2020, 08:16 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର୍ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ରୁ ବାଦ୍ ପଡ଼ିଛନ୍ତି। ୨୪ ବର୍ଷୀୟ ଆର୍ଚରଙ୍କ ଡାହାଣ କହୁଣୀ ଫ୍ରାକଚର୍ ହୋଇଛି, ଯେଉଁକାରଣରୁ ସେ ଆଇପିଏଲର ଚଳିତ ସଂସ୍କରଣରେ ଭାଗ ନେଇପାରିବେ ନାହିଁ। ଗତବର୍ଷ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ତାଙ୍କୁ ଆଘାତ ଲାଗିଥିଲା। ଆର୍ଚରଙ୍କ ଅନୁପସ୍ଥିତିରେ ରାଜସ୍ଥାନ ରୟାଲ୍ସର ପେସ୍ ଆକ୍ରମଣକୁ ବଡ଼ ଝଟକା ଲାଗିଛି।

ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କହିଛି ଯେ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଆର୍ଚର୍ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବାଦ୍ ପଡ଼ିବେ। ଆର୍ଚର ବର୍ତ୍ତମାନ ତିନିମାସ ପର୍ଯ୍ୟନ୍ତ କ୍ରିକେଟରୁ ଦୂରେଇ ରହିବେ। ଶ୍ରୀଲଙ୍କା ଗସ୍ତରେ ଇଂଲଣ୍ଡ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ସିରିଜର ପ୍ରଥମ ଟେଷ୍ଟ ମାର୍ଚ୍ଚ ୧୯ ତାରିଖରୁ ଖେଳାଯିବ ଏବଂ ମାର୍ଚ୍ଚ ୨୮ ତାରିଖରୁ ଆଇପିଏଲ୍ ଆରମ୍ଭ ହେବ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ବିପକ୍ଷ ବକ୍ସିଂ ଡେ' ଟେଷ୍ଟରେ ଆର୍ଚର ନିଜ କହୁଣୀରେ ଯନ୍ତ୍ରଣା ଅନୁଭୂତ କରିଥିଲେ। ଏହା ପରେ ସେ ସିରିଜର ବାକି ତିନୋଟି ଟେଷ୍ଟ ଖେଳିପାରିନଥିଲେ । ବାର୍ବାଡୋସରେ ଜନ୍ମିତ ଏହି ପେସର୍ ଜଣକ ଇଂଲଣ୍ଡ ପକ୍ଷରୁ ୭ ଟେଷ୍ଟ, ୧୪ ଦିନିକିଆ ଖେଳିଛନ୍ତି, ଯେଉଁଥିରେ ଯଥାକ୍ରମେ ୩୦ ଓ ୨୩ ୱିକେଟ୍ ହାସଲ କରିଛନ୍ତି। ଏହାଛଡ଼ା ସେ ଇଂଲଣ୍ଡ ପକ୍ଷରୁ ମାତ୍ର ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।

ଆଇପିଏଲରେ ଆର୍ଚରଙ୍କ ରେକର୍ଡ ଜବରଦସ୍ତ ରହିଛି। ଆର୍ଚର୍ ୨୧ ଆଇପିଏଲ୍ ମ୍ୟାଚରେ ୨୬ ୱିକେଟ୍ ନେଇଛନ୍ତି। ୨୦୧୮ ସଂସ୍କରଣରେ ସେ ୧୦ ମ୍ୟାଚରେ ୨୧.୬୬ ହାରରେ ୧୫ ୱିକେଟ୍ ନେଇଥିଲେ। ସେହିପରି ୨୦୧୯ରେ ଆର୍ଚର୍ ୧୧ ମ୍ୟାଚରେ ୧୧ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story