ବେୟାରଷ୍ଟୋଙ୍କ ଫେକ୍‌ ରନ୍‌ ଆଉଟ୍‌ ଯୋଗୁ ମାଟିରେ ଗଡ଼ିଗଲେ ସ୍ମିଥ

ଲଣ୍ଡନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ୫ମ ଟେଷ୍ଟରେ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛି। ଏହି ମ୍ୟାଚ୍‌ର ୨ୟ ଦିନରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥଙ୍କୁ ରନ୍‌ ଆଉଟ୍‌ କରିବା ପାଇଁ ଇଂଲଣ୍ଡ ୱିକେଟ୍‌ କିପର ଜନ୍ନି ବେୟାରଷ୍ଟୋ କରିଥିବା ପ୍ରୟାସର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ସ୍ମିଥ ବ୍ୟାଟିଂ କରୁଥିବା ବେଳେ ରନ୍‌ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବଲ ଦୂରରେ ଥିଲେ ହେଁ ବେୟାରଷ୍ଟୋ ବଲ୍‌କୁ ଧରିବା […]

s

Hemant Lenka
  • Published: Saturday, 14 September 2019
  • , Updated: 14 September 2019, 05:57 PM IST

ଲଣ୍ଡନ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ୫ମ ଟେଷ୍ଟରେ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟିଛି। ଏହି ମ୍ୟାଚ୍‌ର ୨ୟ ଦିନରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥଙ୍କୁ ରନ୍‌ ଆଉଟ୍‌ କରିବା ପାଇଁ ଇଂଲଣ୍ଡ ୱିକେଟ୍‌ କିପର ଜନ୍ନି ବେୟାରଷ୍ଟୋ କରିଥିବା ପ୍ରୟାସର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

ସ୍ମିଥ ବ୍ୟାଟିଂ କରୁଥିବା ବେଳେ ରନ୍‌ ନେବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବଲ ଦୂରରେ ଥିଲେ ହେଁ ବେୟାରଷ୍ଟୋ ବଲ୍‌କୁ ଧରିବା ଭଳି ଅଭିନୟ କରିଥିଲେ। ଏହାକୁ ବୁଝି ନ ପାରି ସ୍ମିଥ ୱିକେଟ୍‌ ବଞ୍ଚାଇବାକୁ ଡାଇଭ୍‌ ମାରିଥିଲେ। ହେଲେ ସେତେବେଳେ ବଲ ବେୟାରଷ୍ଟୋଙ୍କ ହାତରେ ନଥିଲା। ସେ କେବଳ ସ୍ମିଥଙ୍କୁ ବୋକା ବନାଇବାକୁ ଏପରି କରିଥିଲେ।

ଷ୍ଟମ୍ପ ଅପସାରଣ ପରେ ସାମ୍ବାଦିକମାନେ ସ୍ମିଥଙ୍କୁ ଏ ବିଷୟରେ ପଚାରିବାରୁ ସେ ପୂରା ଲାଜେଇ ଯାଇଥିଲେ। ସେ କହିଥିଲେ, “ବେୟାରଷ୍ଟୋ ଏପରି କରି କେବଳ ମୋ କପଡ଼ାକୁ ମଇଳା କରି ଦେଇଛନ୍ତି।

ମୁଁ ଜାଣି ନଥିଲି ବଲ କେଉଁଠି ଥିଲା। ସେ ମୋତେ ବୋକା ବନାଇବାକୁ ଫେକ୍‌ ରନ୍‌ ଆଉଟ କରିବା ଭଳି ଅଭିନୟ କରିଥିଲେ। ମୁଁ ଜାଣିନି ମୁଁ କ’ଣ କହିବି? ଘଟଣା ପରେ ସେ ମୋତେ କିଛି କହି ନଥିଲେ।”

https://twitter.com/i/status/1172656044389978112

Related story