ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ ନେଇ ଅନିଶ୍ଚିତତାରେ ଶ୍ରୀକାନ୍ଥ

ନୂଆଦିଲ୍ଲୀ: “ଯେତେବେଳେ ମୋର ଖରାପ ସମୟ ଚାଲିଥିଲା, ଯେତେବେଳେ ମୁଁ ଫର୍ମରେ ନ ଥିଲି ସେହି ସମୟ ହିଁ ଥିଲା ମୋର ଅଲିମ୍ପିକ୍‌ ପ୍ରସ୍ତୁତିର ସମୟ।” ଅଗଷ୍ଟ ୩ରୁ ବ୍ରାଜିଲ୍‌ର ରିଓ ଡି ଜିନେରିଓରେ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଆଜି ଏହା କହିଛନ୍ତି ଭାରତର ବ୍ୟାଡ୍‌ମିଣ୍ଟନ ତାରକା କେ ଶ୍ରୀକାନ୍ଥ। ସେ ‘କଳା ଘୋଡ଼ା’ ଭାବେ ରିଓ ଅଲିମ୍ପିକ୍‌ରେ ଉଭା ହେବେ ବୋଲି ଆଶା ରଖିଛନ୍ତି। ଶ୍ରୀକାନ୍ତ ରିଓ ଅଲିମ୍ପିକ୍‌ ପାଇଁ […]

K SRIKANTH

Rakesh Mallick
  • Published: Wednesday, 13 July 2016
  • , Updated: 13 July 2016, 05:42 PM IST

ନୂଆଦିଲ୍ଲୀ: “ଯେତେବେଳେ ମୋର ଖରାପ ସମୟ ଚାଲିଥିଲା, ଯେତେବେଳେ ମୁଁ ଫର୍ମରେ ନ ଥିଲି ସେହି ସମୟ ହିଁ ଥିଲା ମୋର ଅଲିମ୍ପିକ୍‌ ପ୍ରସ୍ତୁତିର ସମୟ।”

ଅଗଷ୍ଟ ୩ରୁ ବ୍ରାଜିଲ୍‌ର ରିଓ ଡି ଜିନେରିଓରେ ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଆରମ୍ଭ ହେବାକୁ ଥିବା ବେଳେ ଆଜି ଏହା କହିଛନ୍ତି ଭାରତର ବ୍ୟାଡ୍‌ମିଣ୍ଟନ ତାରକା କେ ଶ୍ରୀକାନ୍ଥ। ସେ ‘କଳା ଘୋଡ଼ା’ ଭାବେ ରିଓ ଅଲିମ୍ପିକ୍‌ରେ ଉଭା ହେବେ ବୋଲି ଆଶା ରଖିଛନ୍ତି।

ଶ୍ରୀକାନ୍ତ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ପ୍ରୟାସ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଫଳ ହୋଇପାରିନାହାନ୍ତି।

ବିଶ୍ୱମାନ୍ୟତାର ୧୧ତମ ସ୍ଥାନରେ ଥିବା ଶ୍ରୀକାନ୍ତ କହିଛନ୍ତି,“ମୁଁ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ବିବ୍ରତ ହେଉନାହିଁ। ଅଭ୍ୟାସ ପାଇଁ ମତେ ପର୍ଯ୍ୟାପ୍ତ ସମୟ ମିଳୁନାହିଁ। ତେଣୁ ମୁଁ ଟିକେ ବିବ୍ରତ ରହିଛି। ମୁଁ ଜାଣିଛି ଯଦି ମୁଁ ଭଲ ଖେଳିବି ନିଶ୍ଚିତ ଭାବେ ଯୋଗ୍ୟତା ଅର୍ଜନ କରିବି ଏଥିରେ ସନ୍ଦେହ ନାହିଁ।”

ସେ କହିଛନ୍ତି,“ମୁଁ ମୋ ରାଙ୍କିଂ ପାଇଁ ବିବ୍ରତ ନୁହେଁ। ମତେ ଏଥିପାଇଁ ଯଥେଷ୍ଟ ସମୟ ପାଇ ପାରୁ ନ ଥିବାରୁ ଟିକେ ବ୍ୟସ୍ତ ଲାଗୁଛି। ପିବିଏଲ୍‌ ପରେ ମୁଁ ଗୋଟିଏ ପରେ ଗୋଟିଏ ଇଭେଣ୍ଟ ଖେଳି ଚାଲିଛି, ସେଥିପାଇଁ ମତେ ଅଭ୍ୟାସ ପାଇଁ ସମୟ ମିଳୁ ନାହିଁ।”

୨୦୧୪ ଚାଇନା ଓପନ୍‌ ଫାଇନାଲରେ ସେ ପ୍ରଥମ ଭାରତୀୟ ଭାବେ ୨ ଥର ଅଲିମ୍ପିକ୍‌ ଚାମ୍ପିଅନ୍‌ ତଥା ୫ ଥର ବିଶ୍ୱ ଚାମ୍ପିଅନ୍‌ ହୋଇଥିବା ଲିନ୍‌ ଡାନ୍‌ଙ୍କୁ ପରାସ୍ତ କରିଥିଲେ।

ଗତ ଜାନୁଆରୀରେ ଘରୋଇ ମାଟିରେ ଖେଳାଯାଇଥିବା ଇଣ୍ଡିଆନ୍‌ ସୁପର ସିରିଜ୍‌ ସେ ଜିତି ବିଶ୍ୱ ମାନ୍ୟତର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲେ। କିନ୍ତୁ ବେଶୀ ସମୟ ସେହି ସ୍ଥାନରେ ରହିପାରି ନ ଥିଲେ।

Related story