ନ୍ୟୁଜିଲାଣ୍ଡ ୨୬୨ରେ ଅଲ୍‌ଆଉଟ୍, ଜାଡ଼େଜା ଓ ଅଶ୍ୱିନଙ୍କୁ ୯ଟି ୱିକେଟ୍‌

କାନପୁର: ରବୀନ୍ଦ୍ର ଜାଡ଼େଜା ଓ ଆର. ଅଶ୍ୱିନଙ୍କ ସ୍ପିନ୍‌ର ସମ୍ମୁଖୀନ ହୋଇନପାରି କାନପୁରରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୬୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ୩୧୮ ରନ୍ କରିଥିବା ଭାରତୀୟ ଦଳ ଆଜି ଦ୍ୱିତୀୟ ଇନିଂସରେ ଷ୍ଟମ୍ପ ଅପସାରଣ ବେଳକୁ ଗୋଟିଏ ୱିକେଟ୍ ହରାଇ ୧୫୯ ରନ୍ କରିଛି। ଏହା ସହିତ ଦଳ ୨୧୫ ରନ୍‌ରେ ଆଗୁଆ ରହି ଏହି ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିଛି। ଗତକାଲିଠାରୁ ପ୍ରଥମ […]

jadeja

Rakesh Mallick
  • Published: Saturday, 24 September 2016
  • , Updated: 24 September 2016, 07:01 PM IST

କାନପୁର: ରବୀନ୍ଦ୍ର ଜାଡ଼େଜା ଓ ଆର. ଅଶ୍ୱିନଙ୍କ ସ୍ପିନ୍‌ର ସମ୍ମୁଖୀନ ହୋଇନପାରି କାନପୁରରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୬୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ୩୧୮ ରନ୍ କରିଥିବା ଭାରତୀୟ ଦଳ ଆଜି ଦ୍ୱିତୀୟ ଇନିଂସରେ ଷ୍ଟମ୍ପ ଅପସାରଣ ବେଳକୁ ଗୋଟିଏ ୱିକେଟ୍ ହରାଇ ୧୫୯ ରନ୍ କରିଛି। ଏହା ସହିତ ଦଳ ୨୧୫ ରନ୍‌ରେ ଆଗୁଆ ରହି ଏହି ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିଛି।

ଗତକାଲିଠାରୁ ପ୍ରଥମ ଇନିଂସ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ଦଳ ଗୋଟିଏ ୱିକେଟ୍ ହରାଇ ୧୫୦ ରନ୍ କରି ବେଶ ଭଲ ସ୍ଥିତିରେ ଥିଲା। କିନ୍ତୁ ଜାଡ଼େଜା ଓ ଅଶ୍ୱିନୀଙ୍କ ସ୍ପିନ୍‌କୁ ଦଳ ଆଜି ସାମ୍ନା କରି ପାରିଲା ନାହିଁ। ଆଜି ମାତ୍ର ୧୧୨ ରନ୍ ଯୋଡ଼ି ପୂରା ଟିମ୍ ଅଲ୍‌ଆଉଟ୍ ହୋଇଯାଇଥିଲା। ଜାଡେଜା ୭୩ ରନ୍ ଦେଇ ୫ଟି ୱିକେଟ୍ ହାସଲ କରିଥିବା ବେଳେ ଅଶ୍ୱିନ ୯୩ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ।

ଦ୍ୱିତୀୟ ଇନିଂସରେ ଭାରତ କେଏଲ୍‌ ରାହୁଲଙ୍କ ୱିକେଟ୍ ହରାଇଛି। ସେ ୩୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ମୁରଲୀ ବିଜୟ ୬୪ ରନ୍ ଓ ଚେତେଶ୍ୱର ପୂଜାରା ୫୦ ରନ୍ କରି ନଟ୍‌ଆଉଟ୍ ଅଛନ୍ତି।

Related story