ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ: ମହିଳା ବାସ୍କେଟବଲରେ ୟୁନିଭର୍ସିଟି ଅଫ୍ ମାଡ୍ରାସକୁ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବାସ୍କେଟବଲ୍ ଇଭେଣ୍ଟ ଆଜି ଅନୁଷ୍ଠିତ ହୋଇଛି। ମହିଳା ଫାଇନାଲରେ ୟୁନିଭର୍ସିଟି ଅଫ୍ ମାଡ୍ରାସ ୮୧-୭୫ ପଏଣ୍ଟରେ ଚେନ୍ନାଇର ହିନ୍ଦୁସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ଆଣ୍ଡ ସାଇନ୍ସକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି। ମାଡ୍ରାସ ପକ୍ଷରୁ ମୋନିକା ୨୯, ଶୃତି ୧୮ ଓ ଜେ ଏଶ୍ୱର୍ଯ୍ୟା ୧୩ ପଏଣ୍ଟ ହାସଲ କରିଥିବା ବେଳେ ଚେନ୍ନାଇ ପକ୍ଷରୁ ରାଜେଶ୍ୱରୀ ୨୨, ବି. ନୀତା ଓ ପି ପ୍ରିୟଙ୍କା ୧୯ […]

basketball

basketball

Ranjit Kumar Jena
  • Published: Tuesday, 25 February 2020
  • Updated: 25 February 2020, 10:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ବାସ୍କେଟବଲ୍ ଇଭେଣ୍ଟ ଆଜି ଅନୁଷ୍ଠିତ ହୋଇଛି। ମହିଳା ଫାଇନାଲରେ ୟୁନିଭର୍ସିଟି ଅଫ୍ ମାଡ୍ରାସ ୮୧-୭୫ ପଏଣ୍ଟରେ ଚେନ୍ନାଇର ହିନ୍ଦୁସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି ଆଣ୍ଡ ସାଇନ୍ସକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଛି।

ମାଡ୍ରାସ ପକ୍ଷରୁ ମୋନିକା ୨୯, ଶୃତି ୧୮ ଓ ଜେ ଏଶ୍ୱର୍ଯ୍ୟା ୧୩ ପଏଣ୍ଟ ହାସଲ କରିଥିବା ବେଳେ ଚେନ୍ନାଇ ପକ୍ଷରୁ ରାଜେଶ୍ୱରୀ ୨୨, ବି. ନୀତା ଓ ପି ପ୍ରିୟଙ୍କା ୧୯ ପଏଣ୍ଟ ଅର୍ଜନ କରିଥିଲେ। ବ୍ରୋଞ୍ଜ ପଦକ ମୁକାବିଲାରେ ଗୁରୁନାନକ ଦେବ ୟୁନିଭର୍ସିଟି କୁରୁକ୍ଷେତ୍ର ୟୁନିଭର୍ସିଟିକୁ ହରାଇଛି।

ସେହିପରି ପୁରୁଷ ବ୍ରୋଞ୍ଜ ପଦକ ପ୍ଲେ-ଅଫ୍ ମ୍ୟାଚରେ ଜାମିଆ ମିଲିଆ ଇସଲାମିଆ ୟୁନିଭର୍ସିଟି ବେଙ୍ଗାଲୁରୁର ଜୈନ୍ ୟୁନିଭର୍ସିଟିକୁ ପରାସ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos