କମନୱେଲଥ ଜୁଡୋ ଚାମ୍ପିଅନଶିପ୍ ପାଇଁ କିସ୍ ଛାତ୍ର ନିତ୍ୟ ମନୋନୀତ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମରେ କମନୱେଲଥ ଜୁଡୋ ଚାମ୍ପିଅନଶିପ୍ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ଚାମ୍ପିଅନଶିପ୍ ପାଇଁ କିସର ଦଶମ ଶ୍ରେଣୀ ଛାତ୍ର ନିତ୍ୟ ମାଝୀ ମନୋନୀତ ହୋଇଛନ୍ତି। ନିତ୍ୟ ୪୬ କେଜି ପ୍ରି-କ୍ୟାଡେଟ୍ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନୂଆଦିଲ୍ଲୀର କୋଟଲାର ନ୍ୟାଶନାଲ୍ ବାଲ୍ ଭବନଠାରେ ୭ ତାରିଖରୁ ଜୁଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଚାଲିଥିବା ଟ୍ରାୟଲ୍ସରେ ନିତ୍ୟ ଭଲ ପ୍ରଦର୍ଶନ କରି ଚୟନ ହୋଇଛନ୍ତି। ୨୦୧୦ରେ କିସରେ […]

nitya

Hemant Lenka
  • Published: Tuesday, 09 July 2019
  • , Updated: 09 July 2019, 05:09 PM IST

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ରୁ ୩୦ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡର ବର୍ମିଂହାମରେ କମନୱେଲଥ ଜୁଡୋ ଚାମ୍ପିଅନଶିପ୍ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ଚାମ୍ପିଅନଶିପ୍ ପାଇଁ କିସର ଦଶମ ଶ୍ରେଣୀ ଛାତ୍ର ନିତ୍ୟ ମାଝୀ ମନୋନୀତ ହୋଇଛନ୍ତି।

ନିତ୍ୟ ୪୬ କେଜି ପ୍ରି-କ୍ୟାଡେଟ୍ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନୂଆଦିଲ୍ଲୀର କୋଟଲାର ନ୍ୟାଶନାଲ୍ ବାଲ୍ ଭବନଠାରେ ୭ ତାରିଖରୁ ଜୁଡୋ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଚାଲିଥିବା ଟ୍ରାୟଲ୍ସରେ ନିତ୍ୟ ଭଲ ପ୍ରଦର୍ଶନ କରି ଚୟନ ହୋଇଛନ୍ତି।

୨୦୧୦ରେ କିସରେ ଷ୍ଟାଣ୍ଡାର୍ଡ-୧ରେ ଯୋଗଦେଇଥିଲେ। ତେବେ ୨୦୧୩ରୁ ସେ କୋଚ୍ କାନ୍ଦନ ମୁର୍ମୁଙ୍କ ତତ୍ତ୍ୱାବଧାନରେ ନିୟମିତ ଡୁଜୋ ଟ୍ରେନିଂ ନେଇ ଆସୁଛନ୍ତି। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ମୁରୁଡିମାହା ଗ୍ରାମରେ ଏକ ଗରିବ ପରିବାରରେ ଜନ୍ମିତ ନିତ୍ୟଙ୍କ ବାପା ଆବ୍ରାହମ ମାଝୀ ଓ ମା' ପୁସାଳି ଚାଷ କରି ଘର ଚଳାଉଛନ୍ତି।

ନିତ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଜାତୀୟସ୍ତରର ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ନିତ୍ୟଙ୍କ ଏହି ସଫଳତା ପାଇଁ ତାଙ୍କୁ କିସ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାଯୋଗ୍ୟ, ବର୍ମିଂହାମରେ ହେବାକୁଥିବା କମନୱେଲଥ ଜୁଡୋ ଚାମ୍ପିଅନଶିପରେ ୧ହଜାରରୁ ଊଦ୍ଧ୍ୱର୍ ପ୍ରତିଯୋଗୀ ବିଭିନ୍ନ ବର୍ଗ ଯଥା ପ୍ରି-କ୍ୟାଡେଟ୍, କ୍ୟାଡେଟ୍, ଜୁନିୟର, ସିନିୟର, ଭେଟେରାନ୍ ଏବଂ ଦୃଷ୍ଟିବାଧିତ ଜୁଡୋକାରେ ଭାଗ ନେବେ।

Related story