ନିଶ୍ଚିତ ବିଜୟକୁ ହାତଛଡ଼ା କଲା ପଞ୍ଜାବ, କୋଲକାତାର ରୋମାଞ୍ଚକର ବିଜୟ

ଅବୁଧାବି: ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ। ବିନା ୱିକେଟରେ ୧୧୫ର ଭାଗିଦାରୀ। ତଥାପି ୧୬୪ ରନ୍‌ର ଟାର୍ଗେଟ ହାସଲ କରିପାରି ନାହିଁ ପଞ୍ଜାବ। ଶେଷରେ କୋଲକାତା ବେଶ ରୋମାଞ୍ଚକର ଢଙ୍ଗରେ ପଞ୍ଜାବକୁ ୨ ରନ୍‌ରେ ହରାଇ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ପହଞ୍ଚି ଯାଇଛି। ଚଳିତ ସିଜିନ୍‌ରେ ଏହା କୋଲକାତାର ୩ୟ ବିଜୟ ହୋଇଥିବା ବେଳେ ପଞ୍ଜାବର ୬ଷ୍ଠ ପରାଜୟ। ଶେଷ ଓଭରର ଶେଷ ବଲ୍‌ରେ ମ୍ୟାଚକୁ ସୁପର ଓଭରକୁ ନେବା ପାଇଁ ପଞ୍ଜାବକୁ ୬ର ଆବଶ୍ୟକ ଥିଲା। […]

k

Hemant Lenka
  • Published: Saturday, 10 October 2020
  • , Updated: 10 October 2020, 07:38 PM IST

ଅବୁଧାବି: ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ। ବିନା ୱିକେଟରେ ୧୧୫ର ଭାଗିଦାରୀ। ତଥାପି ୧୬୪ ରନ୍‌ର ଟାର୍ଗେଟ ହାସଲ କରିପାରି ନାହିଁ ପଞ୍ଜାବ। ଶେଷରେ କୋଲକାତା ବେଶ ରୋମାଞ୍ଚକର ଢଙ୍ଗରେ ପଞ୍ଜାବକୁ ୨ ରନ୍‌ରେ ହରାଇ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ପହଞ୍ଚି ଯାଇଛି।

ଚଳିତ ସିଜିନ୍‌ରେ ଏହା କୋଲକାତାର ୩ୟ ବିଜୟ ହୋଇଥିବା ବେଳେ ପଞ୍ଜାବର ୬ଷ୍ଠ ପରାଜୟ। ଶେଷ ଓଭରର ଶେଷ ବଲ୍‌ରେ ମ୍ୟାଚକୁ ସୁପର ଓଭରକୁ ନେବା ପାଇଁ ପଞ୍ଜାବକୁ ୬ର ଆବଶ୍ୟକ ଥିଲା। ହେଲେ ମ୍ୟାକ୍ସୱେଲ ଏମିତି ଶଟ ମାରିଥିଲେ ଯେ ଏହା ବାଉଣ୍ଡରୀ ରୋପ ଠାରୁ ମାତ୍ର ଅଳ୍ପ ଦୂରତାରେ ପଡ଼ିଥିଲା। ଥାର୍ଡ ଅମ୍ପାୟାରଙ୍କ ନିଷ୍ପତ୍ତି ପରେ ଏହାର ଚୌକା ହୋଇଥିଲା। ଏଥିସହ ପଞ୍ଜାବ ଏକ ନିଶ୍ଚିତ ବିଜୟ ହାତ ଛଡ଼ା କରିଥିଲା।

୧୬୫ ରନ୍‌ର ଟାର୍ଗେଟ ପାଇଥିବା ପଞ୍ଜାବ ଜବରଦସ୍ତ ଆରମ୍ଭ କରିଥିଲା। ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରି ପ୍ରଥମ ୬ ଓଭର୍‌ରେ ବିନା ୱିକେଟରେ ୪୭ ରନ୍‌ ଆଦାୟ କରିଥିଲେ। ଏହାପରେ ଉଭୟ ରନ୍‌ର ଗତି ବଢ଼ାଇ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

୧୪.୨ ଓଭର୍‌ରେ ମୟଙ୍କ(୫୬) ରନ୍‌ ପ୍ୟାଭିଲିୟନ ଫେରିଥିଲେ। ତାଙ୍କ ୱିକେଟ ପ୍ରସିଦ୍ଧ କ୍ରୀଷ୍ଣା ନେଇଥିଲେ। ରାହୁଲ ଓ ନିକୋଲସ ପୂରନ ଦଳୀୟ ସ୍କୋରକୁ ୧୪୪ରେ ପହଞ୍ଚାଇଥିଲେ। ଏହି ସମୟରେ ପୂରନ ୧୬ ରନ୍‌ କରି ନାରିନଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ।

ସିମରନ ସିଂହ ମାତ୍ର ୪ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ୧୯ତମ ଓଭର୍‌ରେ ପ୍ରସିଦ୍ଧ ୭୪ ରନ୍‌ କରିଥିବା ରାହୁଲଙ୍କୁ କ୍ଲିନବୋଲ୍ଡ କରି ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ଶେଷ ଓଭରରେ ପଞ୍ଜାବକୁ ୧୪ ରନ୍‌ ଦରକାର ଥିବା ବେଳେ ଦଳ ମାତ୍ର ୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Related story