ମାଉଣ୍ଟ ମାଉଙ୍ଗାନୁଇ: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ ଏକ ଖାସ୍ ରେକର୍ଡର ଅଧିକାରୀ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ରାହୁଲ୍ ମୋଟ ୨୨୪ ରନ୍ କରିଛନ୍ତି, ଯାହା କୌଣସି ଦ୍ୱିପାକ୍ଷିକ ସିରିଜରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ।
ଆଜି ମ୍ୟାଚରେ ରାହୁଲ୍ ୪୫ ରନ୍ କରି ଆଉଟ୍ ହୋଇଥିଲେ, କିନ୍ତୁ ଏହି ସ୍କୋର ରେକର୍ଡ ଭାଙ୍ଗିବା ପାଇଁ ଯଥେଷ୍ଟ ଥିଲା। ତେବେ ରାହୁଲ୍ ବିଶ୍ୱ ରେକର୍ଡ ଭାଙ୍ଗିବାରେ ବଞ୍ଚିତ ହୋଇଛନ୍ତି। ୨୦୧୯ରେ ମୋଜାମବିକ୍ ଦଳର ଡାମିନୋ କୌଆନା ମାଲାୱି ବିପକ୍ଷ ସିରିଜରେ ରେକର୍ଡ ୨୩୩ ରନ୍ କରିଥିଲେ। ବର୍ତ୍ତମାନ ରାହୁଲ୍ ୨୨୪ ରନରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି।
ରାହୁଲଙ୍କ ପରେ ନ୍ୟୁଜିଲ୍ୟାଣ୍ଡର କଲିନ୍ ମୁନରୋ (୨୨୩ ରନ୍ ବନାମ ୱେଷ୍ଟଇଣ୍ଡିଜ୍) ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ବିରାଟ୍ କୋହଲି ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୯୯ ରନ୍ କରିଥିଲେ, ଯାହାକୁ ଆଜି ରାହୁଲ ଭାଙ୍ଗି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୦ ଦିନର ଉଦ୍ୟମ ପରେ ବୋରୱେଲରୁ ଉଦ୍ଧାର ହେଲା ଚେତନା, ମୃତ ଘୋଷଣା କଲେ ଡାକ୍ତର
ଡିସେମ୍ବର ୨୩ ଅପରାହ୍ନରେ ଖେଳୁଥିବାବେଳେ ବୋରୱେଲରେ ଖସି ପଡ଼ିଥିଲା ୩ ବର୍ଷର ଝିଅ ଚେତନା। ୧୦ ଦିନର ଅହରହ ଉଦ୍ୟମ ପରେ ୭୦୦ ଫୁଟ ଗଭୀର ବୋରୱେଲରୁ ଚେତନାକୁ ଉଦ୍ଧାର କରାଯାଇଥିଲା।
National
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ଡିଏପି ସାର ଉପରେ ମିଶିବ ଅତିରିକ୍ତ ସବସିଡି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ିହେବେ ଆଉ ୪ କୋଟି କୃଷକ।
Weather
୧୯୦୧ ମସିହା ପରେ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ୨୦୨୪
୨୦୨୪ ଅକ୍ଟୋବର-ନଭେମ୍ବର ବି ଭାଙ୍ଗିଛି ଗରମର ସବୁ ରେକର୍ଡ। ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି।
National
କେଉଁଠି ହେବ ମନମୋହନଙ୍କ ସ୍ମାରକ ସ୍ଥଳୀ? ଏହି ସବୁ ସ୍ଥାନ ନେଇ ପରିବାରକୁ ପ୍ରସ୍ତାବ ଦେଲା କେନ୍ଦ୍ର
ଗତ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଥିଲା।
Crime
ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ
ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।