ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକକୁ ସେମିରେ ପହଞ୍ଚାଇଲେ ରାହୁଲ୍

ବେଙ୍ଗାଲୁରୁ: ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ଏବଂ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ କର୍ଣ୍ଣାଟକ ୮ ୱିକେଟରେ ପୁଡୁଚେରୀକୁ ହରାଇ ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାର୍ଟରଫାଇନାଲ୍ ମ୍ୟାଚରେ କର୍ଣ୍ଣାଟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପୁଡୁଚେରୀ ୫୦ ଓଭରରେ ୯ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। ପୁଡୁଚେରୀ ଏକ ସମୟରେ ୪୧ ରନରେ ୬ […]

rahul1

rahul1

Ranjit Kumar Jena
  • Published: Sunday, 20 October 2019
  • Updated: 20 October 2019, 08:45 PM IST

Sports

Latest News

ବେଙ୍ଗାଲୁରୁ: ଲୋକେଶ ରାହୁଲଙ୍କ ଦମଦାର ବ୍ୟାଟିଂ ଏବଂ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ କର୍ଣ୍ଣାଟକ ୮ ୱିକେଟରେ ପୁଡୁଚେରୀକୁ ହରାଇ ବିଜୟ ହଜାରେ ଟ୍ରଫିର ସେମିଫାଇନାଲରେ ପ୍ରବେଶ କରିଛି। ରବିବାର ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାର୍ଟରଫାଇନାଲ୍ ମ୍ୟାଚରେ କର୍ଣ୍ଣାଟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ପୁଡୁଚେରୀ ୫୦ ଓଭରରେ ୯ ୱିକେଟ୍ ହରାଇ ୨୦୭ ରନ୍ କରିଥିଲା। ପୁଡୁଚେରୀ ଏକ ସମୟରେ ୪୧ ରନରେ ୬ ୱିକେଟ୍ ହରାଇ ବୃହତ ବିପଦରେ ପଡ଼ିଥିଲ । ଏହି ସମୟରେ ଦଳର ସ୍କୋର ୧୦୦ ଛୁଇଁବା ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ଲୋୟର୍ ଅର୍ଡରରେ ସାଗର ତ୍ରିବେଦୀ, ବିକ୍ନେଶ୍ୱରନ୍ ମାରିମୁଥୁ ଏବଂ ଫାବିଦ୍ ଅହମ୍ମଦ ଦମଦାର ବ୍ୟାଟିଂ କରି ଟିମକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ।

ମାରିମୁଥୁ ତ୍ରିବେଦୀଙ୍କ ସହ ମିଶି ସପ୍ତମ ୱିକେଟ୍ ପାଇଁ ୭୬ ରନ୍ ଏବଂ ଫାବିଦଙ୍କ ସହ ଅଷ୍ଟମ ୱିକେଟ୍ ପାଇଁ ୫୮ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ। ତ୍ରିବେଦୀ ୬୦ ବଲରେ ୫ ଚୌକା ଓ ୨ ଛକା ସହ ୫୪, ମାରିମୁଥୁ ୯୮ ବଲରେ ୫୮ ଏବଂ ଫାବିଦ୍ ୪୦ ବଲରେ ୩୭ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାରସ ଡୋଗ୍ରା ୧୫, ଏସ୍ କାର୍ତ୍ତିକ ୧୧ ଓ ଅସିତ୍ ରାଜୀବ ଅପରାଜିତ ୧୧ ରନ୍ କରିଥିଲେ। କର୍ଣ୍ଣାଟକ ପକ୍ଷରୁ ପ୍ରବୀଣ ଦୁବେ ୩ଟି ୱିକେଟ୍ ନେଇଥିବା ବେଳେ ଅଭିମନ୍ୟୁ ମିଥୁନ୍ ଓ ଭି କୌଶିକ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ କର୍ଣ୍ଣାଟକ ୪୧ ଓଭରରେ ୨ ୱିକେଟ୍ ହରାଇ ୨୧୩ ରନ୍ କରି ବିଜୟୀ ହୋଇଥିଲା। ଦଳ ପକ୍ଷରୁ ରାହୁଲ ସର୍ବାଧିକ ୯୦ (୧୧୨ ବଲ୍, ୮ ଚୌକା, ୧ ଛକା) ଓ ଦେବଦତ୍ତ ପାଡିକଲ୍ ୫୦ (୫୪ ବଲ୍, ୫ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ। ରୋହନ୍ କଦମ ୫୦ ଓ କ୍ୟାପଟେନ୍ ମନିଷ ପାଣ୍ଡେ ୨୦ ରନ୍ କରି ଅପରାଜିତ ଥିଲେ।

ସେହିପରି ଦ୍ୱିତୀୟ କ୍ୱାର୍ଟରଫାଇନାଲରେ କ୍ୟାପଟେନ୍ ପାର୍ଥିବ ପଟେଲଙ୍କ ବିସ୍ଫୋରକ ଇନିଂସ୍ ବଳରେ ଗୁଜରାଟ ୬ ୱିକେଟରେ ଦିଲ୍ଲୀକୁ ହରାଇ ସେମିରେ ପହଞ୍ଚିଛି। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୪୯ ଓଭରରେ ୨୨୩ ରନ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ କ୍ୟାପଟେନ୍ ଧ୍ରୁବ ଶୋରେ ସର୍ବାଧିକ ୯୧ ରନ୍ କରିଥିବା ବେଳେ ନୀତୀଶ ରାଣା ୩୧, ଲଲିତ ଯାଦବ ୨୮ ଓ ହିମ୍ମତ ସିଂହ ୨୬ ରନ୍ କରିଥିଲେ। ଗୁଜରାଟ ପକ୍ଷରୁ ଚିନ୍ତନ ଗାଜା ଓ ଅରଜାନ ନାଗୱାସୱାଲ୍ଲା ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଗୁଜରାଟ ୩୭.୫ ଓଭରରେ ୪ ୱିକେଟ୍ ହରାଇ ୨୨୫ ରନ୍ କରି ବିଜୟୀ ହୋଇଛି । ଦଳ ପକ୍ଷରୁ ପ୍ରିୟାଙ୍କ ପାଞ୍ଚାଲ୍ ସର୍ବାଧିକ ୮୦ (୯୧ ବଲ୍, ୮ ଚୌକା, ୧ ଛକା), ପାର୍ଥିିବ ୭୬ (୬୦ ବଲ୍, ୧୦ ଚୌକା, ୧ ଛକା) ଏବଂ ଧ୍ରୁବ ରାଭାଲ୍ ଅପରାଜିତ ୩୪ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story