ବାବରଙ୍କ ଏହି ରେକର୍ଡ ଭାଙ୍ଗିବେ କି ରାହୁଲ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ରେ ପାକିସ୍ତାନ ବ୍ୟାଟସ୍‌ମ୍ୟାନ୍‌ ବାବର ଆଜମଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ। ଯଦି ସେ ବାବରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ରେକର୍ଡ ଭାଙ୍ଗିଦେବେ, ତା’ହେଲେ ବିଶ୍ୱ ରେକର୍ଡ ମଧ୍ୟ ରାହୁଲଙ୍କ ନାଁରେ ଯୋଡ଼ି ହୋଇଯିବ। ଆଜି ସନ୍ଧ୍ୟା ୮ଟାରେ ଫ୍ଲୋରିଡାର ଲାଉଦେରହିଲ୍ଲରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ ରାହୁଲ ଯଦି ୧୨୧ ରନ୍‌ କରିବେ, […]

hjk

Hemant Lenka
  • Published: Saturday, 03 August 2019
  • , Updated: 03 August 2019, 06:41 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓପନର କେଏଲ ରାହୁଲ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ରେ ପାକିସ୍ତାନ ବ୍ୟାଟସ୍‌ମ୍ୟାନ୍‌ ବାବର ଆଜମଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ। ଯଦି ସେ ବାବରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ରେକର୍ଡ ଭାଙ୍ଗିଦେବେ, ତା’ହେଲେ ବିଶ୍ୱ ରେକର୍ଡ ମଧ୍ୟ ରାହୁଲଙ୍କ ନାଁରେ ଯୋଡ଼ି ହୋଇଯିବ।

ଆଜି ସନ୍ଧ୍ୟା ୮ଟାରେ ଫ୍ଲୋରିଡାର ଲାଉଦେରହିଲ୍ଲରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ୍‌ରେ ରାହୁଲ ଯଦି ୧୨୧ ରନ୍‌ କରିବେ, ତା’ହେଲେ ସେ ୭ମ ଭାରତୀୟ ଭାବେ ଟି-୨୦ରେ ୧ ହଜାର ରନ୍‌ ପୂରଣ କରିବାର କୀର୍ତ୍ତିମାନ ସ୍ଥାପନ କରିବେ।

ସେହିପରି ରାହୁଲ ୨୫ମ ଇନିଂସ୍‌ରେ ଏଭଳି ୧ ହାଜର ରନ୍‌ କରିବାର ରେକର୍ଡ କରିବେ। ବାବର ୨୬ଟି ଇନିଂସ୍‌ରେ ୧ ହଜାର ରନ୍‌ କରି ବିଶ୍ୱ ରେକର୍ଡ କରିଛନ୍ତି। ବିରାଟ୍‌ କୋହଲି ୨୭ଟି ଇନିଂସ୍‌ରେ ଟି-୨୦ କ୍ରିକେଟରେ ୧ ହଜାର ରନ୍‌ କରିଥିଲେ।

ପୂର୍ବରୁ ଏହି ଲାଉଦେରହିଲ୍ଲରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ରାହୁଲ ଶତକ ହାସଲ କରିଥିଲେ। ତେଣୁ ଆଜି ମଧ୍ୟ ସେ ଶତକ ହାସଲ କରିବାର ଆଶା ରହିଛି।

Related story