ପନ୍ତଙ୍କ ସ୍ଥାନରେ ୱିକେଟକିପିଙ୍ଗ୍ କଲେ ରାହୁଲ୍‌

ମୁମ୍ବାଇ: ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ୍ ବେଳେ ୱିକେଟକିପିଙ୍ଗ୍ କରିବାକୁ ଓହ୍ଲାଇ ନାହାନ୍ତି। ପନ୍ତଙ୍କ ସ୍ଥାନରେ ଲୋକେଶ ରାହୁଲ ୱିକେଟକିପିଙ୍ଗ୍ ଦାୟିତ୍ୱ ନିର୍ବାହ କରିଛନ୍ତି। ତେବେ କାହିଁକି ପନ୍ତ କିପିଙ୍ଗ୍ କରିବାକୁ ଆସିଲେ ନାହିଁ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ। ଭାରତୀୟ ଇନିଂସର ୪୪ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ଏକ ବଲ୍ ପନ୍ତଙ୍କ ହେଲମେଟରେ ବାଜିଥିଲା। ପନ୍ତ ପୁଲ୍ ଶଟ୍ ମାରିବାକୁ ପ୍ରୟାସ […]

pant-and-rahul

pant-and-rahul

Ranjit Kumar Jena
  • Published: Tuesday, 14 January 2020
  • Updated: 14 January 2020, 08:45 PM IST

Sports

Latest News

ମୁମ୍ବାଇ: ଟିମ୍ ଇଣ୍ଡିଆର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଇନିଂସ୍ ବେଳେ ୱିକେଟକିପିଙ୍ଗ୍ କରିବାକୁ ଓହ୍ଲାଇ ନାହାନ୍ତି। ପନ୍ତଙ୍କ ସ୍ଥାନରେ ଲୋକେଶ ରାହୁଲ ୱିକେଟକିପିଙ୍ଗ୍ ଦାୟିତ୍ୱ ନିର୍ବାହ କରିଛନ୍ତି। ତେବେ କାହିଁକି ପନ୍ତ କିପିଙ୍ଗ୍ କରିବାକୁ ଆସିଲେ ନାହିଁ, ତାହା ସମସ୍ତଙ୍କ ମନରେ ପ୍ରଶ୍ନ।

ଭାରତୀୟ ଇନିଂସର ୪୪ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ଏକ ବଲ୍ ପନ୍ତଙ୍କ ହେଲମେଟରେ ବାଜିଥିଲା। ପନ୍ତ ପୁଲ୍ ଶଟ୍ ମାରିବାକୁ ପ୍ରୟାସ କରିଥିଲେ, କିନ୍ତୁ ବଲ ବ୍ୟାଟରେ ସ୍ପର୍ଶ କରି ହେଲମେଟରେ ବାଜିଥିଲା ଏବଂ ଆଷ୍ଟନ ଟର୍ଣ୍ଣର କ୍ୟାଚ୍ ଧରିଥିଲେ। ହେଲମେଟରେ ବଲ୍ ବାଜିବାରୁ ପନ୍ତ ଭାରତର ଫିଲ୍ଡିଂ ସମୟରେ ଗ୍ରାଉଣ୍ଡକୁ ଓହ୍ଲାଇନଥିଲେ। ତାଙ୍କ ସ୍ଥାନରେ ଲୋକେଶ ରାହୁଲ ୱିକେଟକିପିଙ୍ଗ୍ କରିବାକୁ ଆସିଥିଲେ।

ବର୍ତ୍ତମାନ ପନ୍ତଙ୍କ ମୁଣ୍ଡର ପରୀକ୍ଷଣ ଚାଲିଛି। ଏ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ପନ୍ତଙ୍କୁ ବ୍ୟାଟିଂ ବେଳେ ହେଲମେଟରେ ବଲ୍ ବାଜିଥିଲା, ଯାହା ପରେ ସେ ଫିଲ୍ଡିଂ କରିବାକୁ ଓହ୍ଲାଇନଥିଲେ। ତାଙ୍କ ସ୍ଥାନରେ ରାହୁଲ କିପିଙ୍ଗ୍ କରିଛନ୍ତି। ତେବେ ବିସିସିଆଇ ବର୍ତ୍ତମାନ ପନ୍ତଙ୍କ ସ୍ଥାନରେ କନକଶନ୍ ଖେଳାଳିଙ୍କ ନାମ ଘୋଷଣା କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos