ସ୍ୱାମୀ ବିରାଟଙ୍କ ପାଇଁ କାହିଁକି ଗର୍ବ କରନ୍ତି ଅନୁଷ୍କା

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କର ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ପରସ୍ପରକୁ କେତେ ଭଲ ପାଆନ୍ତି, ସେକଥା ସମସ୍ତ ଭଲ ଭାବେ ଜାଣିଛନ୍ତି। ଅନେକ ସମୟରେ ଉଭୟ ବିରାଟ ଓ ଅନୁଷ୍କା ସୋଶାଲ ମିଡିଆରେ ରୋମାଣ୍ଟିକ ଫଟୋ ଛାଡ଼ି ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇ ଥାଆନ୍ତି। ଶୁକ୍ରବାର ମୁମ୍ବାଇ ଠାରେ ଦ୍ୱିତୀୟ ଭାରତୀୟ ସ୍ପୋର୍ଟ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିରୁଷ୍କା ଯୋଗ ଦେଇଥିଲେ। ଖେଳ ଜଗତକୁ […]

sd

Hemant Lenka
  • Published: Saturday, 28 September 2019
  • , Updated: 28 September 2019, 05:35 PM IST

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କର ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ପରସ୍ପରକୁ କେତେ ଭଲ ପାଆନ୍ତି, ସେକଥା ସମସ୍ତ ଭଲ ଭାବେ ଜାଣିଛନ୍ତି। ଅନେକ ସମୟରେ ଉଭୟ ବିରାଟ ଓ ଅନୁଷ୍କା ସୋଶାଲ ମିଡିଆରେ ରୋମାଣ୍ଟିକ ଫଟୋ ଛାଡ଼ି ପରସ୍ପର ପ୍ରତି ଥିବା ଭଲ ପାଇବାକୁ ଦର୍ଶାଇ ଥାଆନ୍ତି।

ଶୁକ୍ରବାର ମୁମ୍ବାଇ ଠାରେ ଦ୍ୱିତୀୟ ଭାରତୀୟ ସ୍ପୋର୍ଟ ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିରୁଷ୍କା ଯୋଗ ଦେଇଥିଲେ। ଖେଳ ଜଗତକୁ ନିଜର ସବୁକିଛି ଉର୍ତ୍ସଗ କରିଥିବା କ୍ରୀଡ଼ାବିତଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଏ।

ଏହାକୁ ସଞ୍ଜୀବ ଗୋଏଙ୍କା ଓ ବିରାଟ କୋହଲି ଆୟୋଜିତ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନୁଷ୍କା ଶର୍ମା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ବିରାଟଙ୍କୁ ସ୍ୱାମୀ ରୂପେ ପାଇ ଗର୍ବ କରିବାର ଅନେକ କାରଣ ରହିଛି। ସେଥି ମଧ୍ୟରୁ ଭାରତୀୟ ସ୍ପୋର୍ଟ ସମ୍ମାନ ଭଳି କାର୍ଯ୍ୟକ୍ରମ ଅନ୍ୟତମ।

ମୋ ସ୍ୱାମୀ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଜଡ଼ିତ ଥିବାରୁ ମୁଁ ଏଥିରେ ସାମିଲ ହୋଇଛି। ଏହା ଏମିତି ଏକ କାର୍ଯ୍ୟକ୍ରମ ଯେଉଁଥିରେ ଆପଣମାନେ ପରବର୍ତ୍ତୀ ପିଢ଼ିର ଯୁବ ଆଥେଲଟ୍‌ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ପାରିବେ ଏବଂ ସେମାନଙ୍କୁ ମନୋବଳ ବଢ଼ାଇ ପାରିବେ।

ମୋତେ ଗର୍ବ ଅନୁଭବ କରିବାକୁ ବିରାଟ୍‌ ଅନେକ କିଛି ଦେଇଛନ୍ତି। କିନ୍ତୁ ତାଙ୍କ ଫାଉଣ୍ଡେସନ ପାଇଁ ମୁଁ ଅଧିକ ଗର୍ବ ଅନୁଭବ କରେ। ଏହି ପୁରସ୍କାର କାର୍ଯ୍ୟକ୍ରମରେ ସବୁ ପ୍ରକାରର ଖେଳ ଅନ୍ତର୍ଭୁକ୍ତ ହୋଇପାରୁଛି। ତେଣୁ ଏକ କ୍ରୀଡ଼ା ସଂସ୍କୃତି ସୃଷ୍ଟି ହୋଇଛି।”

ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ସାନିଆ ମିର୍ଜା, ଅଜିଙ୍କ୍ୟ ରାହଣେ, ଜାହିର ଖାନ୍‌, ଯୁବରାଜ ସିଂହ, ସ୍ମୃତି ମନ୍ଧାନା, ବଜରଙ୍ଗ ପୁନିଆ, ନୀରଜ ଚୋପ୍ରା ଓ ଅନ୍ୟ ବଡ଼ ବଡ଼ ଖେଳାଳିମାନେ ଯୋଗଦେଇଥିଲେ।

Related story