ଏସିଆ ଏକାଦଶ ଟିମରେ କୋହଲିଙ୍କ ସମେତ ୬ ଭାରତୀୟ

ଢାକା: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର୍ ରେହମାନଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆୟୋଜନ କରିବ। ଏହି ମ୍ୟାଚ୍ ପାଇଁ ବିସିବି ଆଜି ଏସିଆ ଏକାଦଶ ଟିମର ଘୋଷଣା କରିଛି, ଯେଉଁଥିରେ ସ୍ଥାନ ପାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ବିସିସି କୋହଲିଙ୍କୁ ଏସିଆ ଏକାଦଶ ସ୍କ୍ୱାଡରେ ସାମିଲ୍ କରିଥିଲେ ହେଁ, ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ […]

kohli

kohli

Ranjit Kumar Jena
  • Published: Tuesday, 25 February 2020
  • Updated: 25 February 2020, 06:06 PM IST

Sports

Latest News

ଢାକା: ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର୍ ରେହମାନଙ୍କ ୧୦୦ତମ ଜୟନ୍ତୀ ପାଳନ ଅବସରରେ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆୟୋଜନ କରିବ। ଏହି ମ୍ୟାଚ୍ ପାଇଁ ବିସିବି ଆଜି ଏସିଆ ଏକାଦଶ ଟିମର ଘୋଷଣା କରିଛି, ଯେଉଁଥିରେ ସ୍ଥାନ ପାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି। ବିସିସି କୋହଲିଙ୍କୁ ଏସିଆ ଏକାଦଶ ସ୍କ୍ୱାଡରେ ସାମିଲ୍ କରିଥିଲେ ହେଁ, ବିସିସିଆଇ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଏହି ତିନୋଟି ଯାକ ମାର୍ଚ୍ଚ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ବାଂଲାଦେଶ ପକ୍ଷରୁ ଘୋଷଣା ହୋଇଥିବା ଏହି ଦଳରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। କୋହଲିଙ୍କ ବ୍ୟତୀତ ଏସିଆ ଏକାଦଶ ଟିମରେ ଭାରତର ଆଉ ପାଞ୍ଚଜଣ ଯଥା ଲୋକେଶ ରାହୁଲ୍‌, ଶିଖର ଧୱନ୍‌, ଋଷଭ ପନ୍ତ, କୁଲଦୀପ ଯାଦବ ଓ ମହମ୍ମଦ ଶାମି ସ୍ଥାନ ପାଇଛନ୍ତି। ବିସିବି ଏହି ତିନୋଟି ଯାକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ କୋହଲିଙ୍କ ଉପସ୍ଥିତି ଚାହେଁ, କିନ୍ତୁ କିନ୍ତୁ ଭାରତୀୟ ଦଳର ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ସେମାନଙ୍କୁ ଚିନ୍ତିତ କରିଛି। ଯଦି କୋହଲି ଚାହିଁବେ, ତାହେଲେ ନିଶ୍ଚୟ ଖେଳିବେ।

ବର୍ତ୍ତମାନ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଏହା ପରେ ଭାରତ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ, ଯାହା ମାର୍ଚ୍ଚ ୧୨ ତାରିଖରୁ ଧର୍ମଶାଳାରେ ଆରମ୍ଭ ହେବ। ଦ୍ୱିତୀୟ ଦିନିକିଆ ମାର୍ଚ୍ଚ ୧୫ ତାରିଖରେ ଲକ୍ଷ୍ନୌ ଏବଂ ମାର୍ଚ୍ଚ ୧୮ରେ ତୃତୀୟ ମ୍ୟାଚ୍ କୋଲକାତାରେ ଖେଳାଯିବ। ଏହା ପରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ।

ଏସିଆ ଏକାଦଶ ଟିମରେ ବାଂଲାଦେଶର ଚାରିଜଣ, ଶ୍ରୀଲଙ୍କାର ଦୁଇଜଣ, ଆଫଗାନିସ୍ତାନର ଦୁଇଜଣ ଏବଂ ନେପାଳର ଜଣେ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ଏସିଆ ଏକାଦଶ ଟିମରେ କୌଣସି ପାକିସ୍ତାନୀ ଖେଳାଳିଙ୍କୁ ସାମିଲ୍ କରାଯାଇନାହିଁ। ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ଏସିଆ ଏକାଦଶ ଟିମ୍ ପକ୍ଷରୁ ଖେଳିବେ ବୋଲି ଚର୍ଚ୍ଚା ହେଉଥିଲା। ଯେହେତୁ ଧୋନି ବର୍ତ୍ତମାନ କ୍ରିକେଟରୁ ଦୂରରେ ଅଛନ୍ତି, ତେଣୁ ସେ ଏହି ଟି-୨୦ ମ୍ୟାଚ୍ ପାଇଁ ଉପଲବ୍ଧ ହୋଇପାରିବେ ନାହିଁ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ୍ ଫାଫ୍ ଡୁପ୍ଲେସିସ୍ ବିଶ୍ୱ ଏକାଦଶ ଟିମର ନେତୃତ୍ୱ ନେବେ। ବିଶ୍ୱ ଏକାଦଶ ଟିମରେ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍‌, ଇଂଲଣ୍ଡର ଜନ୍ନି ବେୟାରଷ୍ଟୋ, କାଇରନ୍ ପୋଲାର୍ଡଙ୍କ ଭଳି ଷ୍ଟାର୍ ଖେଳାଳି ସ୍ଥାନ ପାଇଛନ୍ତି।

ଏସିଆ ଏଦାକଶ: ଲୋକେଶ ରାହୁଲ୍‌, ଶିଖର ଧୱନ୍‌, ବିରାଟ୍ କୋହଲି, ଋଷଭ ପନ୍ତ, କୁଲଦୀପ ଯାଦବ, ମହମ୍ମଦ ଶାମି, ଥିସାରା ପରେରା, ଲସିଥ୍ ମାଲିଙ୍ଗା, ରଶିଦ୍ ଖାନ୍‌, ମୁଜୀବ-ଉର୍‌-ରେହମାନ୍‌, ମୁସ୍ତାଫିଜୁର୍ ରେହମାନ୍‌, ତମିମ୍ ଇକବାଲ୍‌, ମୁଶଫିକର ରହିମ୍‌, ଲିଟନ୍ ଦାସ, ସନ୍ଦୀପ ଲାମିଛାନେ।

ବିଶ୍ୱ ଏକାଦଶ: ଆଲେକ୍ସ ହେଲ୍ସ, କ୍ରିସ୍ ଗେଲ୍‌, ଫାଫ୍ ଡୁପ୍ଲେସିସ୍ (କ୍ୟାପଟେନ୍‌), ନିକୋଲାସ ପୁରନ୍‌, ବ୍ରେଣ୍ଡନ୍ ଟେଲର୍‌, ଜନ୍ନି ବେୟାରଷ୍ଟୋ, କାଇରନ୍ ପୋଲାର୍ଡ, ଆଦିଲ୍ ରଶିଦ୍‌, ଶେଲଡନ୍ କଟ୍ଟରେଲ୍‌, ଲୁଙ୍ଗି ଏନଗିଡି, ଆଣ୍ଡ୍ର୍ୟୁା ଟାଇ, ମିଚେଲ୍ ମ୍ୟାକକ୍ଲିନାଗନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos