ଫାଷ୍ଟ୍ ବୋଲରମାନେ ଖେଳି ପାରିବେନି ଆଇପିଏଲ୍‌; କୋହଲି ଦେଇଛନ୍ତି ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ: ଆସନ୍ତାବର୍ଷ ବିଶ୍ୱକପ୍ କ୍ରିକେଟ୍ ଖେଳାଯିବ। ଏହା ହେବ ୧୨ତମ ସଂସ୍କରଣ। ମେ’ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଅନୁଷ୍ଠିତ ହେବ ବିଶ୍ୱକପ୍ କ୍ରିକେଟ୍‌। ଆଇପିଏଲ୍‌ର ୧୨ତମ ସଂସ୍କରଣ ଶେଷ ହେବାର ୧୦ ଦିନ ପରେ ବିଶ୍ୱକପ୍ ଆରମ୍ଭ ହେବ। ତେଣୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କର ମୁଖ୍ୟ ଫାଷ୍ଟ୍ ବୋଲରମାନଙ୍କୁ ଏଥର ଆଇପିଏଲ୍‌ରେ ଭାଗ ନ ନେବା ପାଇଁ କହିଛନ୍ତି। କ୍ରିକେଟ୍ ମହାକୁମ୍ଭ ପୂର୍ବରୁ ତାଙ୍କ ମୁଖ୍ୟ ଫାଷ୍ଟ୍ […]

kohli

kohli

Jitendra Garnayak
  • Published: Thursday, 08 November 2018
  • Updated: 08 November 2018, 12:14 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ବିଶ୍ୱକପ୍ କ୍ରିକେଟ୍ ଖେଳାଯିବ। ଏହା ହେବ ୧୨ତମ ସଂସ୍କରଣ। ମେ’ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ଯାଏ ଇଂଲଣ୍ଡରେ ଅନୁଷ୍ଠିତ ହେବ ବିଶ୍ୱକପ୍ କ୍ରିକେଟ୍‌।

ଆଇପିଏଲ୍‌ର ୧୨ତମ ସଂସ୍କରଣ ଶେଷ ହେବାର ୧୦ ଦିନ ପରେ ବିଶ୍ୱକପ୍ ଆରମ୍ଭ ହେବ। ତେଣୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କର ମୁଖ୍ୟ ଫାଷ୍ଟ୍ ବୋଲରମାନଙ୍କୁ ଏଥର ଆଇପିଏଲ୍‌ରେ ଭାଗ ନ ନେବା ପାଇଁ କହିଛନ୍ତି। କ୍ରିକେଟ୍ ମହାକୁମ୍ଭ ପୂର୍ବରୁ ତାଙ୍କ ମୁଖ୍ୟ ଫାଷ୍ଟ୍ ବୋଲରମାନେ ଆବଶ୍ୟକ ବିଶ୍ରାମ କରନ୍ତୁ ବୋଲି ସେ ଚାହୁଁଛନ୍ତି।

ସୁପ୍ରିମ୍‌କୋର୍ଟ ଦ୍ୱାରା ଗଠିତ ପ୍ରଶାସନିକ ସମିତି (ସିଓଏ) ସହିତ ଏକ ବୈଠକରେ ବିରାଟ ପ୍ରସ୍ତାବ ଦେଇଛନ୍ତି ଯେ ଯଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର ଓ ବିଶ୍ୱକପ୍‌ ଖେଳିବାକୁ ଥିବା ଅନ୍ୟ ଫାଷ୍ଟ୍ ବୋଲରଙ୍କୁ ଆଇପିଏଲ୍‌ରେ ବିଶ୍ରାମ ଦିଆଯାଉ। ତେବେ ତାଙ୍କ ଅନୁରୋଧ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଏପରିକି ଟିମ୍ ଇଣ୍ଡିଆ ପକ୍ଷରୁ ବିସିସିଆଇକୁ ଅନୁରୋଧ କରାଯାଇଛି ଯେ ଯେଉଁମାନେ ଆଇପିଏଲ୍ ଖେଳିବେ ନାହିଁ, ସେମାନଙ୍କୁ କ୍ଷତିପୂରଣ ଦିଆଯାଉ।

ଆଉ କେହି କେହି ପ୍ରସ୍ତାବ ଦେଇଛନ୍ତି ଯେ ଫାଷ୍ଟ୍ ବୋଲରମାନେ ଆଇପିଏଲ୍‌ର ପ୍ରଥମ ଭାଗ ଖେଳନ୍ତୁ ନ ହେଲେ ଦ୍ୱିତୀୟ ଭାଗ ଖେଳନ୍ତୁ। ତା’ହେଲେ ସେମାନେ ଆବଶ୍ୟକ ବିଶ୍ରାମ ନେଇପାରିବେ।
ସିଓଏ ସହିତ ହୋଇଥିବା ବୈଠକରେ ବିରାଟଙ୍କ ସହିତ ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, କୋଚ୍ ରବି ଶାସ୍ତ୍ରୀ ଓ ଚୟନକର୍ତ୍ତା ସମିତି ମୁଖ୍ୟ ଏମ୍‌.ଏସ୍‌.କେ ପ୍ରସାଦ ମଧ୍ୟ ଉପସ୍ଥିତ ଥିଲେ।

ଯଦି ବିରାଟଙ୍କ ପ୍ରସ୍ତାବକୁ ବିସିସିଆଇ ଗ୍ରହଣ କରି ନିଏ, ତା’ହେଲେ ମୁମ୍ବାଇ ଇଣ୍ଡିଆନ୍ସ କ୍ଷତିଗ୍ରସ୍ତ ହେବ। କାରଣ ଏ ଦଳରେ ଯଶପ୍ରୀତ ବୁମ୍‌ରା ଓ ହାର୍ଦ୍ଦିକ ପାଣ୍ଡ୍ୟା ଖେଳନ୍ତି।

ତେବେ ବ୍ୟାଟ୍ସମ୍ୟାନଙ୍କୁ ନେଇ ବିରାଟ ଅବା ରୋହିତ ଓ ଆଜିଙ୍କ୍ୟ କିଛି କହି ନାହାନ୍ତି।

ବିରାଟ ରୋୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ଥିବା ବେଳେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଛନ୍ତି। ଗତଥର ବଲ୍ ଟ୍ୟାମ୍ପରିଂ ଅଭିଯୋଗରେ ଷ୍ଟିଭ୍ ସ୍ମିଥ୍‌ଙ୍କୁ ବ୍ୟାନ୍ କରାଯିବା ପରେ ରାହାଣେ ରାଜସ୍ଥାନ ରୋୟାଲ୍ସର ନେତୃତ୍ୱ ନେଇଥିଲେ।

ଇଂଲଣ୍ଡ ଓ ଅଷ୍ଟ୍ରେଲିଆର ଖେଳାଳିମାନେ ଏଥର ଆଇପିଏଲ୍‌ରେ କେବଳ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଖେଳିବେ। ତା’ପରେ ନିଜ ନିଜ ବୋର୍ଡ ଦ୍ୱାରା ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ପ୍ରସ୍ତୁତି କ୍ୟାମ୍ପରେ ଯୋଗ ଦେବାକୁ ଚାଲି ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos