କୋହଲି ନିଜ ସାର୍ଟ ଖୋଲି କଲେ ଖୁଲାସା: କେବଳ ମ୍ୟାଚ୍‌ ନୁହେଁ, ଅଭ୍ୟାସ ବେଳେ ବି ଅନୁଷ୍କା ପାଖରେ ରହିଥାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍‌ ଇଣ୍ଡିଆ ପ୍ରଥମ ଟେଷ୍ଟରେ ନୈରାଶ୍ୟଜନକ ପରାସ୍ତ ହେବା ପରେ ଦ୍ୱିତୀୟ ମ୍ୟାଚ୍‌ ପାଇଁ ଟିମ୍‌ ପୂରା ଦମରେ ଅଭ୍ୟାସ କରୁଛି। ଆସନ୍ତା କାଲି ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଆନ୍‌ ଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଅଧିନାୟକ ବିରାଟ କୋହଲିଙ୍କ ସହ ଟିମ୍‌ ଇଣ୍ଡିଆର ଖେଳାଳି ଅଭ୍ୟାସ କରୁଛନ୍ତି। ଅଭ୍ୟାସ ସମୟରେ ପଡ଼ିଆରେ ଯେତେବେଳେ ବିରାଟ ତାଙ୍କ ଟି-ସାର୍ଟ ବଦଳାଇଥିଲେ ସେତେବେଳେ ଦେଖିବାକୁ ମିଳିଥିଲା ଯେ ବିବାହର ଏନଗେଜମେଣ୍ଟ ମୁଦିଙ୍କୁ […]

virat

Ordigital Desk
  • Published: Friday, 12 January 2018
  • , Updated: 12 January 2018, 01:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ୍‌ ଇଣ୍ଡିଆ ପ୍ରଥମ ଟେଷ୍ଟରେ ନୈରାଶ୍ୟଜନକ ପରାସ୍ତ ହେବା ପରେ ଦ୍ୱିତୀୟ ମ୍ୟାଚ୍‌ ପାଇଁ ଟିମ୍‌ ପୂରା ଦମରେ ଅଭ୍ୟାସ କରୁଛି। ଆସନ୍ତା କାଲି ଦକ୍ଷିଣ ଆଫ୍ରିକାର ସେଞ୍ଚୁରିଆନ୍‌ ଠାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଅଧିନାୟକ ବିରାଟ କୋହଲିଙ୍କ ସହ ଟିମ୍‌ ଇଣ୍ଡିଆର ଖେଳାଳି ଅଭ୍ୟାସ କରୁଛନ୍ତି।

ଅଭ୍ୟାସ ସମୟରେ ପଡ଼ିଆରେ ଯେତେବେଳେ ବିରାଟ ତାଙ୍କ ଟି-ସାର୍ଟ ବଦଳାଇଥିଲେ ସେତେବେଳେ ଦେଖିବାକୁ ମିଳିଥିଲା ଯେ ବିବାହର ଏନଗେଜମେଣ୍ଟ ମୁଦିଙ୍କୁ ସେ ତାଙ୍କ ବେକରେ ପିନ୍ଧିଛନ୍ତି। ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିରାଟ ଗତ ଡିସେମ୍ବର ମାସରେ ଇଟାଲୀରେ ବିବାହ କରିଥିଲେ। କୋହଲିଙ୍କ ବିବାହ ୨୦୧୭ର ସବୁଠୁ ଚର୍ଚ୍ଚିତ ଖବର ଥିଲା।

ବିବାହ ପରେ ବିରାଟଙ୍କ ଏନଗେଜ୍‌ମେଣ୍ଟ ମୁଦିକୁ ନେଇ ଚର୍ଚ୍ଚା ଦେଖାଦଇଥିଲା। ମ୍ୟାଚ୍‌ ଖେଳିବା ବେଳେ ଆଙ୍ଗୁଳିରେ ମୁଦି ଥିଲେ ବ୍ୟାଟିଂ କଲାବେଳେ ବଲ୍‌ ବାଜି ଏହା ଭାଙ୍ଗିଯିବାର ଡର ଥିବାରୁ ବିରାଟ ଏହାକୁ ନିଜ ବେକରେ ଏକ ଚେନ୍‌ ମଧ୍ୟମରେ ପିନ୍ଧୁଛନ୍ତି।

ଦ୍ୱିତୀୟ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ ବେଳେ ଯେତେବେଳେ କୋହଲି ନିଜର ଟି-ସାର୍ଟ ଖୋଲିଥିଲେ ସେତେବେଳେ ତାଙ୍କ ବେକରେ ଏହି ମୁଦି ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁସାରେ ବିରାଟ ଯେତେବେଳେ ମ୍ୟାଚ୍‌ ଖେଳିଥାନ୍ତି କିମ୍ବା ଅଭ୍ୟାସ ପାଇଁ ପଡ଼ିଆକୁ ଯାଇଥାନ୍ତି ସେତେବେଳେ ସେ ଏହି ମୁଦିକୁ ନିଜ ବେକରେ ଚେନ୍‌ ଦ୍ୱାର ପିନ୍ଧିଥାନ୍ତି ଏବଂ ଅନ୍ୟ ସମୟରେ ବିରଟା ନିଜ ମୁଦିକୁ ଆଙ୍ଗୁଳିରେ ପିନ୍ଧିଥାନ୍ତି ବୋଲି ଜଣାପଡ଼ିଛି।

Related story