ଟିଭି ଧାରାବାହିକରେ ବିରାଟ? ଦ୍ୱନ୍ଦ୍ୱରେ ପଡ଼ିଲେ ପାକ୍‌ ଖେଳାଳି

ଇସଲାମାବାଦ: ତୁର୍କୀର ଏକ ଟିଭି ସିରିଜ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମୀର। ସେ ଟ୍ୱିଟ ଯୋଗେ ଉକ୍ତ ଟିଭ ସିରିଜ୍‌ରେ ବିରାଟଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି,“ଭାଇ ବିରାଟ କୋହଲି, ଏହି ଫଟୋରେ କ’ଣ ଆପଣ ଅଛନ୍ତି? ମୁଁ ଏହାକୁ ଦେଖି ସଂପୂର୍ଣ୍ଣ ଭାବେ ଦ୍ୱନ୍ଦ୍ୱରେ ପଡ଼ିଯାଇଛି।” ଏଥିସହ ସେ ହସର […]

ua

Hemant Lenka
  • Published: Saturday, 16 May 2020
  • , Updated: 16 May 2020, 01:20 PM IST

ଇସଲାମାବାଦ: ତୁର୍କୀର ଏକ ଟିଭି ସିରିଜ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମୀର। ସେ ଟ୍ୱିଟ ଯୋଗେ ଉକ୍ତ ଟିଭ ସିରିଜ୍‌ରେ ବିରାଟଙ୍କ ଭଳି ଦେଖାଯାଉଥିବା ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରିଛନ୍ତି।

ଏଥିରେ ସେ ଲେଖିଛନ୍ତି,“ଭାଇ ବିରାଟ କୋହଲି, ଏହି ଫଟୋରେ କ’ଣ ଆପଣ ଅଛନ୍ତି? ମୁଁ ଏହାକୁ ଦେଖି ସଂପୂର୍ଣ୍ଣ ଭାବେ ଦ୍ୱନ୍ଦ୍ୱରେ ପଡ଼ିଯାଇଛି।” ଏଥିସହ ସେ ହସର ଏକ ଇମୋଜି ମଧ୍ୟ ଦେଇଛନ୍ତି।

ଆମୀର ଏଠାରେ ତୁର୍କୀ ସିରିଜ୍‌ ‘ଡ୍ରିଲ୍ସ:ଇରତୁଗୁଲ କଥା କହିଛନ୍ତି। ଏହି ସିରିଜ୍‌ରେ ଥିବା ଜଣେ ବ୍ୟକ୍ତି ପୂରା ବିରାଟ କୋହଲିଙ୍କ ଭଳି ଦିଶୁଛନ୍ତି। ବିରାଟଙ୍କ ଭଳି ସେ ବି ଦାଢ଼ି ରଖିଛନ୍ତି। ଜଣେ ବ୍ୟକ୍ତି ଏହି ଫଟୋ ଦେଖିଲେ ନିଶ୍ଚିତ ଦ୍ୱନ୍ଦ୍ୱରେ ପଡ଼ିବ।

Related story