ପ୍ରଥମେ ବ୍ୟାଟିଂ କରିବ କୋଲକାତା, ଚେନ୍ନାଇରୁ ବାଦ ପଡ଼ିଲେ ପୀୟୂଷ ଚାୱାଲା

ଅବୁଧାବି: ଆଇପିଏଲର ୨୧ ତମ ମ୍ୟାଚ୍‌ରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେଉଛନ୍ତି। ଅବୁଧାବିରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବୋଲିଂ କରିବ। କୋଲକାତା ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ଚେନ୍ନାଇ ତା’ର ୱିନିଂ କମ୍ବିନେସନରେ ଗୋଟିଏ ପରିବର୍ତ୍ତନ କରିଛି। ଲେଗ […]

cd

Hemant Lenka
  • Published: Wednesday, 07 October 2020
  • , Updated: 07 October 2020, 07:14 PM IST

ଅବୁଧାବି: ଆଇପିଏଲର ୨୧ ତମ ମ୍ୟାଚ୍‌ରେ ଆଜି କୋଲକାତା ନାଇଟ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗସ ମୁହାଁମୁହିଁ ହେଉଛନ୍ତି। ଅବୁଧାବିରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏହାର ଅର୍ଥ ଚେନ୍ନାଇ ସୁପର କିଙ୍ଗସ ପ୍ରଥମେ ବୋଲିଂ କରିବ। କୋଲକାତା ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ଚେନ୍ନାଇ ତା’ର ୱିନିଂ କମ୍ବିନେସନରେ ଗୋଟିଏ ପରିବର୍ତ୍ତନ କରିଛି। ଲେଗ ସ୍ପିନର ପୀୟୂଷ ଚାୱାଲାଙ୍କ ବଦଳରେ ଦଳ କରନ ଶର୍ମାଙ୍କୁ ସୁଯୋଗ ଦେଇଛି।

Related story