ଆଇପିଏଲ୍‌-୯: ଦିଲ୍ଲୀକୁ ୯ ୱିକେଟରେ ହରାଇଲା କୋଲକାତା

କୋଲକାତା: ଆଇପିଏଲ୍‌ର ନବମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୯ ୱିକେଟରେ ହରାଇଛି କୋଲକାତା ନାଇଟ୍‌ ରାଇଡର୍ସ। ଏହି ବିଜୟ ସହ ଦଳ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି। ଦିଲ୍ଲୀ ୧୭.୪ ଓଭରରେ ୯୮ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ ହୋଇଯାଇଥିଲା। ୯୯ ରନ୍‌ର ବିଜୟ ଲକ୍ଷ୍ୟକୁ କୋଲକାତା ୧୪.୧ ଓଭରରେ ହାସଲ କରି ନେଇଥିଲା। କୋଲକାତା ନାଇଟ ରାଇଡର୍ସ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। […]

Kolkata Knight Riders won by 9 wickets

Rakesh Mallick
  • Published: Sunday, 10 April 2016
  • , Updated: 10 April 2016, 05:41 PM IST

କୋଲକାତା: ଆଇପିଏଲ୍‌ର ନବମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ ଡେୟାର ଡେଭିଲ୍ସକୁ ୯ ୱିକେଟରେ ହରାଇଛି କୋଲକାତା ନାଇଟ୍‌ ରାଇଡର୍ସ। ଏହି ବିଜୟ ସହ ଦଳ ଚଳିତ ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କରିଛି। ଦିଲ୍ଲୀ ୧୭.୪ ଓଭରରେ ୯୮ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ ହୋଇଯାଇଥିଲା। ୯୯ ରନ୍‌ର ବିଜୟ ଲକ୍ଷ୍ୟକୁ କୋଲକାତା ୧୪.୧ ଓଭରରେ ହାସଲ କରି ନେଇଥିଲା।

କୋଲକାତା ନାଇଟ ରାଇଡର୍ସ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। କୋଲକାତାଠାରୁ ଆମନ୍ତ୍ରଣ ପାଇଁ ଦିଲ୍ଲୀ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୭.୪ ଓଭରରେ ୯୮ ରନ୍‌ କରି ଅଲ୍‌ ଆଉଟ୍‌  ହୋଇଯାଇଥିଲା। ଦଳ ପକ୍ଷରୁ କ୍ୟୁ.ଡି. କକ୍ ୧୦ ବଲରୁ ୧୭ ରନ୍‌, ସଞ୍ଜୁ ମାସନ୍‌ ୧୩ ବଲରୁ ୧୫ ରନ୍‌, ପବନ ନେଗୀ ୧୯ ବଲରୁ ୧୧ ରନ୍‌ ଓ ସି. ମୋରିସ୍‌ ୯ ବଲରୁ ୧୧ ରନ୍‌ କରିଥିଲେ। କୋଲକାତା ତରଫରୁ ଆନ୍ଦ୍ର ରେସେଲ୍‌ ଓ ବ୍ରାଡ୍ ହଗ୍‌ ୩ଟି ଲେଖାଏଁ, ଜନ୍‌ ଓ ପିୟୁଷ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

୯୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ କୋଲକାତାର ଓପନର ରବୀନ ଉଥାପ୍ପାଙ୍କ ୩୩ ବଲରୁ ୩୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଅନ୍ୟତମ ଓପନର ତଥା ଅଧିନାୟକ ଗୌତମ ଗମ୍ଭୀର ଅପରାଜିତ ୪୧ ବଲ୍‌ରୁ ୩୮ ଓ ମନିଷ ପାଣ୍ଡେ ଅପରାଜିତ ୧୨ ବଲରୁ ୧୫ ରନ୍‌ ସଂଗ୍ରହ କରି ଦଳ ବଜୟରେ ମୁଣ୍ଡି ମାରିଥିଲେ। ଦିଲ୍ଲୀ ପକ୍ଷରୁ ଅମିତ ମିଶ୍ରା ଗୋଟିଏ ୱିକେଟ ନେଇଥିଲେ।

Related story