ବ୍ଲାକରେ ବିକ୍ରି ହେଉଛି ଦିବାରାତ୍ର ମ୍ୟାଚ୍ ଟିକେଟ୍, ୬ ଗିରଫ

କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟର ଟିକେଟ୍ ବ୍ଲାକରେ ବିକ୍ରି ହେଉଛି। ଏ ନେଇ କୋଲକାତା ପୁଲିସ୍ ୬ଜଣଙ୍କୁ ଗିରଫ କରିଛି। କୋଲକାତା ପୁଲିସର ଗୁଇନ୍ଦା ବିଭାଗ ଏହି ଟିକେଟ୍ ବ୍ଲାକରଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୪୦ ଟିକେଟ୍ ମିଳିଛି। ଜଏଣ୍ଟ ସୁପରିଟେଣ୍ଡେଣ୍ଟ ଅଫ୍‌ ପୁଲିସ୍ (କ୍ରାଇମ୍) ମୁରଲୀଧର ଶର୍ମା କହିଛନ୍ତି, ଗୁରୁବାର ଅପରାହ୍ଣରେ ଗୁଇନ୍ଦା ବିଭାଗର ଆଣ୍ଟି ରାଓଡି ଟିମ୍ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁଥିବା ଦିବାରାତ୍ର […]

BLAKER

Ranjit Kumar Jena
  • Published: Friday, 22 November 2019
  • , Updated: 22 November 2019, 05:40 PM IST

କୋଲକାତା: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟର ଟିକେଟ୍ ବ୍ଲାକରେ ବିକ୍ରି ହେଉଛି। ଏ ନେଇ କୋଲକାତା ପୁଲିସ୍ ୬ଜଣଙ୍କୁ ଗିରଫ କରିଛି। କୋଲକାତା ପୁଲିସର ଗୁଇନ୍ଦା ବିଭାଗ ଏହି ଟିକେଟ୍ ବ୍ଲାକରଙ୍କୁ ଗିରଫ କରିଛି ଏବଂ ସେମାନଙ୍କଠାରୁ ୪୦ ଟିକେଟ୍ ମିଳିଛି।

ଜଏଣ୍ଟ ସୁପରିଟେଣ୍ଡେଣ୍ଟ ଅଫ୍‌ ପୁଲିସ୍ (କ୍ରାଇମ୍) ମୁରଲୀଧର ଶର୍ମା କହିଛନ୍ତି, ଗୁରୁବାର ଅପରାହ୍ଣରେ ଗୁଇନ୍ଦା ବିଭାଗର ଆଣ୍ଟି ରାଓଡି ଟିମ୍ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁଥିବା ଦିବାରାତ୍ର ଟେଷ୍ଟ ମ୍ୟାଚର ଟିକେଟ୍ କଳାବଜାରୀ ବିପକ୍ଷରେ ଅଭିଯାନ ଚଳାଇଛି।

ଏହା ମଧ୍ୟରେ ପୁଲିସ୍ ୬ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି, ଯେଉଁମାନଙ୍କ ପାଖରୁ ୪୦ ଟିକେଟ୍ ଜବତ କରାଯାଇଛି। ବୁଧବାର ଏହି ଟେଷ୍ଟ ମ୍ୟାଚର ଟିକେଟ୍ କଳାବଜାରୀ ପାଇଁ ୬ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା, ଯେଉଁମାନଙ୍କଠାରୁ ୩୮ ଟିକେଟ୍ ଜବତ କରାଯାଇଥିଲା।

Related story