ମେଲବର୍ଣ୍ଣ: ପଞ୍ଚମ ସିଡ୍ ବାର୍ବୋରା କ୍ରେଜସିକୋଭା ଓ ନିକୋଲା ମେକଟିକ୍ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଛନ୍ତି। ଏହି ପଞ୍ଚମ ସିଡ୍ ଚେକ୍ ରିପବ୍ଲିକ୍ ଓ କ୍ରୋଏସିଆ ଯୋଡ଼ି ଫାଇନାଲରେ ଆମେରିକାର ବେଥାନି ମ୍ୟାଟେକ୍-ସାଣ୍ଡସ୍ ଓ ଜେମି ମୁରେଙ୍କୁ ୫-୭, ୬-୪, ୧୦-୧ ସେଟରେ ପରାସ୍ତ କରିଛନ୍ତି।
କ୍ରେଜସିକୋଭା ସଫଳତାର ସହ ଟାଇଟଲ୍ ଡିଫେଣ୍ଡ୍ କରିଛନ୍ତି। ଗତ ସଂସ୍କରଣରେ ସେ ଆମେରିକାର ରାଜୀବ ରାମଙ୍କ ସହ ଏଠାରେ ଚାମ୍ପିୟନ୍ ହୋଇଥିଲେ। ସେହିପରି କ୍ରୋଏସିଆର ମେକଟିକ୍ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟ୍ରଫି ହାସଲ କରିଛନ୍ତି।
ଫାଇନାଲ୍ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ସେଟରେ କ୍ରେଜସିକୋଭା ଓ ମେକଟିକ୍ ୫-୭ରେ ହାରିଥିବା ବେଳେ ପରବର୍ତ୍ତୀ ଦୁଇଟି ସେଟରେ ଏହି ଯୋଡ଼ି ସଫଳତାର ସହ ପ୍ରତ୍ୟାବର୍ତ୍ତନ କରି ମୁକାବିଲାକୁ ଜିତି ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୧୦ ଦିନର ଉଦ୍ୟମ ପରେ ବୋରୱେଲରୁ ଉଦ୍ଧାର ହେଲା ଚେତନା, ମୃତ ଘୋଷଣା କଲେ ଡାକ୍ତର
ଡିସେମ୍ବର ୨୩ ଅପରାହ୍ନରେ ଖେଳୁଥିବାବେଳେ ବୋରୱେଲରେ ଖସି ପଡ଼ିଥିଲା ୩ ବର୍ଷର ଝିଅ ଚେତନା। ୧୦ ଦିନର ଅହରହ ଉଦ୍ୟମ ପରେ ୭୦୦ ଫୁଟ ଗଭୀର ବୋରୱେଲରୁ ଚେତନାକୁ ଉଦ୍ଧାର କରାଯାଇଥିଲା।
National
ନୂଆବର୍ଷରେ ଚାଷୀଙ୍କୁ ବଡ଼ ଉପହାର, ଫସଲ ବୀମା ସହାୟତା ରାଶି ବଢାଇଲେ ମୋଦି ସରକାର
ଡିଏପି ସାର ଉପରେ ମିଶିବ ଅତିରିକ୍ତ ସବସିଡି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯୋଡ଼ିହେବେ ଆଉ ୪ କୋଟି କୃଷକ।
Weather
୧୯୦୧ ମସିହା ପରେ ସବୁଠୁ ଉତ୍ତପ୍ତ ବର୍ଷ ଥିଲା ୨୦୨୪
୨୦୨୪ ଅକ୍ଟୋବର-ନଭେମ୍ବର ବି ଭାଙ୍ଗିଛି ଗରମର ସବୁ ରେକର୍ଡ। ୨୦୧୬ ତାପମାତ୍ରା ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି।
National
କେଉଁଠି ହେବ ମନମୋହନଙ୍କ ସ୍ମାରକ ସ୍ଥଳୀ? ଏହି ସବୁ ସ୍ଥାନ ନେଇ ପରିବାରକୁ ପ୍ରସ୍ତାବ ଦେଲା କେନ୍ଦ୍ର
ଗତ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ ଘଟିଥିଲା।
Crime
ଭାରତ ଆସିବ ୨୬/୧୧ ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତହବୁର ହୁସେନ
ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।