ଥିରୁମାନି ଓ ମାଥ୍ୟୁସଙ୍କ ଯୋଡ଼ି ଭାଙ୍ଗିଲେ କୁଲଦୀପ

ଲିଡ୍‌ସ: ବ୍ୟାଟିଂ ବିପର୍ଯ୍ୟୟ ପରେ ଶ୍ରୀଲଙ୍କାର ଦୁଇ ଅଭିଜ୍ଞ ବ୍ୟାଟସ୍‌ମ୍ୟାନ୍‌ ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥିରୁମାନିଙ୍କୁ ଯୋଡ଼ି ଶେଷରେ ଭାଙ୍ଗି। ୫୩ ରନ୍‌ କରିଥିବା ଥିରୁମାନିଙ୍କୁ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଆଉଟ୍‌ କରି ଦେଇଛନ୍ତି। ଶ୍ରୀଲଙ୍କା ୫୫ ରନ୍‌ରେ ୪ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଥିରୁମାନି ଓ ମାଥ୍ୟୁସ୍‌ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ୫ମ ୱିକେଟ୍‌ ପାଇଁ ୧୨୪ ରନ୍‌ର ଭାଗିଦାରୀ କରିଥିଲେ। ଏଥିସହ […]

qaq

Hemant Lenka
  • Published: Saturday, 06 July 2019
  • , Updated: 06 July 2019, 05:48 PM IST

ଲିଡ୍‌ସ: ବ୍ୟାଟିଂ ବିପର୍ଯ୍ୟୟ ପରେ ଶ୍ରୀଲଙ୍କାର ଦୁଇ ଅଭିଜ୍ଞ ବ୍ୟାଟସ୍‌ମ୍ୟାନ୍‌ ଆଞ୍ଜେଲୋ ମାଥ୍ୟୁସ ଓ ଲାହିରୁ ଥିରୁମାନିଙ୍କୁ ଯୋଡ଼ି ଶେଷରେ ଭାଙ୍ଗି। ୫୩ ରନ୍‌ କରିଥିବା ଥିରୁମାନିଙ୍କୁ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଆଉଟ୍‌ କରି ଦେଇଛନ୍ତି।

ଶ୍ରୀଲଙ୍କା ୫୫ ରନ୍‌ରେ ୪ ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ଥିରୁମାନି ଓ ମାଥ୍ୟୁସ୍‌ ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ୫ମ ୱିକେଟ୍‌ ପାଇଁ ୧୨୪ ରନ୍‌ର ଭାଗିଦାରୀ କରିଥିଲେ।

ଏଥିସହ ଉଭୟ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ଥିରୁମାନି ୫୩ ରନ୍‌ ଆଉଟ୍‌ ହୋଇଥିଲେ ହେଁ ମାଥ୍ୟୁସ ଏବେ ବି ୮୦ ରନ୍‌ କରି ଅପରାଜିତ ରହିଛନ୍ତି। ଶେଷ ଖବର ସୁଦ୍ଧା ଶ୍ରୀଲଙ୍କା ୩୯ ଓଭର୍‌ରେ ୫ ୱିକେଟ୍‌ ହରାଇ ୧୯୩ ରନ୍‌ କରିଛି।

Related story