ରୋହିତ ଓ କୁଲଦୀପଙ୍କ ଦମରେ ସିରିଜ ବରାବର କଲା ଟିମ ଇଣ୍ଡିଆ, ଏବେ କଟକକୁ ଅପେକ୍ଷା

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଜଲୱା ଦେଖାଇଛି ଟିମ୍‌ ଇଣ୍ଡିଆ। ବ୍ୟାଟିଂରେ ରୋହିତ ଶର୍ମା କମଲା କରିଥିଲା ବେଳେ ବୋଲିଂରେ କୁଲଦୀପ ଯାଦବ ହ୍ୟାଟ୍ରିକ ୱିକେଟ ନେଇ ଇଣ୍ଡିଜ ଲାଇନ ଅପକୁ ଛିନଛତ୍ର କରିଦେଇଛନ୍ତି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ବିଶାଳ ୩୮୭ ରନ କରିଥିବା ବେଳେ ଇଣ୍ଡିଜ କଷ୍ଟମଷ୍ଟେ ୨୮୦ ରନ କରିବାକୁ ସକ୍ଷମ ହୋଇଛି। ଭାରତ ଏହି ମ୍ୟାଚ୍‌କୁ ୧୦୭ ରନ୍‌ରେ ଜିତି ୩ଟିକିଆ ସିରିଜକୁ […]

re

re

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 09:31 PM IST

Sports

Latest News

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଜଲୱା ଦେଖାଇଛି ଟିମ୍‌ ଇଣ୍ଡିଆ। ବ୍ୟାଟିଂରେ ରୋହିତ ଶର୍ମା କମଲା କରିଥିଲା ବେଳେ ବୋଲିଂରେ କୁଲଦୀପ ଯାଦବ ହ୍ୟାଟ୍ରିକ ୱିକେଟ ନେଇ ଇଣ୍ଡିଜ ଲାଇନ ଅପକୁ ଛିନଛତ୍ର କରିଦେଇଛନ୍ତି।

ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ବିଶାଳ ୩୮୭ ରନ କରିଥିବା ବେଳେ ଇଣ୍ଡିଜ କଷ୍ଟମଷ୍ଟେ ୨୮୦ ରନ କରିବାକୁ ସକ୍ଷମ ହୋଇଛି। ଭାରତ ଏହି ମ୍ୟାଚ୍‌କୁ ୧୦୭ ରନ୍‌ରେ ଜିତି ୩ଟିକିଆ ସିରିଜକୁ ୧-୧ରେ ବରାବର କରି ଦେଇଛି। ଏବେ ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ ହେବ।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ପାଇଁ ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଜବରଦସ୍ତ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୨୨୭ ରନ୍‌ର ଭାଗିଦାରୀ କରିଥିଲେ। ଇତି ମଧ୍ୟରେ ନିଜ ଦିନିକିଆ କ୍ୟାରିୟରର ୩ୟ ଶତକ ହାସଲ କରି ରାହୁଲ(୧୦୨) ଆଉଟ ହୋଇଥିଲେ।

ସେହିପରି ରୋହିତ ତାଙ୍କ ଦିନିକିଆ କ୍ୟାରିୟରର ୨୮ତମ ଓ ଚଳିତ ବର୍ଷର ୭ମ ଶତକ ହାସଲ କରି ଦଳୀୟ ସ୍କୋରକୁ ୩୦୦ ନିକଟତର କରିଥିଲେ। ରୋହିତ ମାତ୍ର ୧୩୮ଟି ବଲରେ ୧୫୯ ରନ୍‌ର ଇନିଂସ ଖେଳିଛନ୍ତି।

ଶେଷ ଭାଗରେ ରିଷଭ ପନ୍ତ(୧୬ ବଲରେ ୩୯) ଓ ଶ୍ରେୟସ ଆୟର(୩୨ ବଲରେ ୫୩)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଟିମ୍‌ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୮୭ ରନ କରିଥିଲା।

୩୮୮ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଣ୍ଡିଜ ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ କରିଥିଲା। ଇଭିନ ଲ୍ୟୁସ ଓ ଶାଇ ହୋପ ପ୍ରଥମ ୱିକେଟ ପାଇଁ ୬୧ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ୩୦ ରନ କରିଥିବା ଲ୍ୟୁସଙ୍କୁ ସିରିଜରେ ପ୍ରଥମ ମ୍ୟାଚ ଖେଳୁଥିବା ଶାର୍ଦ୍ଦୁଲ ଠାକୁର ଆଉଟ କରି ଦେଇଥିଲେ। ଗତ ମ୍ୟାଚର ହିରୋ ଶିମରନ ହେଟମେୟର ମାତ୍ର ୪ ରନ୍‌ କରି ରନ ଆଉଟ ହୋଇଥିଲେ।

ରୋଷ୍ଟନ ଚେଜ୍‌ଙ୍କୁ ରବୀନ୍ଦ୍ର ଜାଡେଜା ବୋଲ୍ଡ କରି ଇଣ୍ଡିଜକୁ ୩ୟ ଝଟକା ଦେଇଥିଲେ। ୮୬ ରନରେ ୩ ୱିକେଟ ହରାଇଥିବା ଇଣ୍ଡିଜକୁ ଗତ ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିବା ହୋପ ସମ୍ଭାଳିଥିଲେ। ଅନ୍ୟପଟେ ନିକୋଲାସ ପୂରାନ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଉଭୟ ଅର୍ଦ୍ଧଶତକ ହାସଲ କରିବା ସହ ୪ର୍ଥ ୱିକେଟ ପାଇଁ ୧୦୬ ରନ୍‌ର ଭାଗିଦାରୀ କରିଥିଲେ।

୨୯ ଓଭର ସୁଦ୍ଧା ଇଣ୍ଡିଜ ସ୍କୋର ୨୦୦ର ନିକଟତର ହୋଇଯାଇଥିଲା। ଭାରତ ହାତରୁ ମ୍ୟାଚ ଖସିଯିବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଥିଲା। ତେବେ ମହମ୍ମଦ ଶାମି ୪୭ ବଲରେ ୭୫ ରନ୍‌ କରିଥିବା ପୂରାନଙ୍କୁ ଆଉଟ କରି ଏହି ଯୋଡ଼ିକୁ ଭାଙ୍ଗିଥିଲେ। ଏହାର ପରବର୍ତ୍ତୀ ବଲରେ ବିସ୍ଫୋରକ କାଏରନ ପୋଲାର୍ଡ ଆଉଟ ହୋଇଯାଇଥିଲେ।

ହୋପଙ୍କ ସହ ଯୋଗ ଦେଇଥିବା ହୋଲ୍ଡର ମଧ୍ୟ ବଡ଼ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ତେବେ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଏହି ଠାରେ ହିଁ ସମସ୍ତଙ୍କୁ ଜଳକା କରିଦେଇଥିଲେ। ସେ ୩୨.୪ ଓଭରରେ ପ୍ରଥମେ ୭୮ ରନ୍‌ କରିଥିବା ହୋପଙ୍କୁ ବିରାଟଙ୍କ ହାତରେ କ୍ୟାଚ କରାଇଥିଲେ। ଏହାର ପରବର୍ତ୍ତୀ ବଲରେ ହୋଲ୍ଡରଙ୍କୁ ଷ୍ଟମ୍ପିଂ କରାଇଥିଲେ। ହ୍ୟାଟ୍ରିକ ବଲରେ ସେ ଅଲଜାରୀ ଯୋଜେଫଙ୍କୁ କେଦାର ଯାଦବଙ୍କ ହାତରେ ଆଉଟ କରି ରେକର୍ଡ ସୃଷ୍ଟି କରିଥିଲେ।

କୁଲଦୀପଙ୍କ ହ୍ୟାଟ୍ରିକ ପରେ ଇଣ୍ଡିଜର ପରାଜୟ ଏକ ପ୍ରକାରର ସୁନିଶ୍ଚିତ ହୋଇଯାଇଥିଲା। ଶେଷ ଭାଗରେ କେମୋ ପଲ ଓ ଖାରି ପିୟର ଲଢ଼ିଥିଲେ ହେଁ ଏହା ବିଶାଳ ୩୮୮ ରନର ଟାର୍ଗେଟ ପାଇଁ ଯଥେଷ୍ଟ ନଥିଲା। ପିୟରଙ୍କୁ ଜାଡେଜା ଆଉଟ କରି ଇଣ୍ଡିଜକୁ ନବମ ଝଟକା ଦେଇଥିଲେ। ଶେଷରେ ମହମ୍ମଦ ଶାମି ୪୬ ରନ କରିଥିବା ପଲଙ୍କୁ ବୋଲ୍ଡ କରି ଇଣ୍ଡିଜ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଭାରତ ପକ୍ଷରୁ କୁଲଦୀପ ଓ ଶାମି ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ଜାଡେଜା ୨ଟି ଓ ଶାର୍ଦ୍ଦୁଲ ଗୋଟିଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story