ବେଲଜିଆନ୍‌ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜ: ଫାଇନାଲ୍‌ରେ ଲକ୍ଷ୍ୟ ସେନ

ଲ୍ୟୁଭେନ୍‌: ଭାରତର ରାଇଜିଂ ଶଟଲର ଲକ୍ଷ୍ୟ ସେନ ବେଲଜିଆନ୍‌ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜର ଫାଇନାଲରେ ପ୍ରବେଶ କରିଛନ୍ତି। ସେମି ଫାଇନାଲ୍‌ରେ ଲକ୍ଷ୍ୟସେନଙ୍କ ମୁକାବିଲା ଡେନମାର୍କର କିମ୍‌ ବ୍ରୁନଙ୍କ ସହ ହୋଇଥିଲା। ତେବେ ୧୮ ବର୍ଷୀୟ ଲକ୍ଷ୍ୟ ଆରମ୍ଭରୁ ହିଁ ନିଜର ଦବଦବା ଦେଖାଇଥିଲେ। ସେ ମାତ୍ର ୪୮ ମିନିଟ୍‌ରେ ହିଁ ବ୍ରୁନ୍‌ଙ୍କୁ ସିଧାସଳଖ ୨୧-୧୮ ଓ ୨୧-୧୧ରେ ପରାସ୍ତ କରି ଦେଇଥିଲେ। ଏସିଆନ୍‌ ଜୁନିୟର ଚାମ୍ପିୟନ ଲକ୍ଷ୍ୟ ଏବେ ଫାଇନାଲ୍‌ରେ ବିଶ୍ୱର ଦ୍ୱିତୀୟ ସିଡ୍‌ ତଥା ଡେନମାର୍କର ଅନ୍ୟତମ […]

we

Hemant Lenka
  • Published: Saturday, 14 September 2019
  • , Updated: 14 September 2019, 05:43 PM IST

ଲ୍ୟୁଭେନ୍‌: ଭାରତର ରାଇଜିଂ ଶଟଲର ଲକ୍ଷ୍ୟ ସେନ ବେଲଜିଆନ୍‌ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜର ଫାଇନାଲରେ ପ୍ରବେଶ କରିଛନ୍ତି। ସେମି ଫାଇନାଲ୍‌ରେ ଲକ୍ଷ୍ୟସେନଙ୍କ ମୁକାବିଲା ଡେନମାର୍କର କିମ୍‌ ବ୍ରୁନଙ୍କ ସହ ହୋଇଥିଲା।

ତେବେ ୧୮ ବର୍ଷୀୟ ଲକ୍ଷ୍ୟ ଆରମ୍ଭରୁ ହିଁ ନିଜର ଦବଦବା ଦେଖାଇଥିଲେ। ସେ ମାତ୍ର ୪୮ ମିନିଟ୍‌ରେ ହିଁ ବ୍ରୁନ୍‌ଙ୍କୁ ସିଧାସଳଖ ୨୧-୧୮ ଓ ୨୧-୧୧ରେ ପରାସ୍ତ କରି ଦେଇଥିଲେ।

ଏସିଆନ୍‌ ଜୁନିୟର ଚାମ୍ପିୟନ ଲକ୍ଷ୍ୟ ଏବେ ଫାଇନାଲ୍‌ରେ ବିଶ୍ୱର ଦ୍ୱିତୀୟ ସିଡ୍‌ ତଥା ଡେନମାର୍କର ଅନ୍ୟତମ ତାରକା ଭିକ୍ଟୋର ଭେନଡିସେନଙ୍କୁ ଭେଟିବେ।

ସେମିଫାଇନାଲ୍‌ ମୁକାବିଲାର ପ୍ରଥମେ ସାଟ୍‌ର ପ୍ରଥମ ଭାଗରେ ବ୍ରୁନ୍‌ ନିଜର ଯାଦୁ ଦେଖାଇଥିଲେ। ଏପରି କି ପ୍ରଥମ ଭାଗ ସୁଦ୍ଧା ସେ ୧୧-୯ରେ ଆଗୁଆ ରହିଥିଲେ। କିନ୍ତୁ ଦ୍ୱିତୀୟ ଭାଗରେ ଲକ୍ଷ୍ୟ ସେନ ନିଜ ଲୟକୁ ଫେରି ଘନଘନ ଆକ୍ରମଣ କରିଥିଲେ।

ଶେଷରେ ଏହି ସେଟକୁ ୨୧-୧୮ରେ କବଜା କରି ନେଇଥିଲେ। ଦ୍ୱିତୀୟ ସେଟ୍‌ରେ ଲକ୍ଷ୍ୟ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ଘନଘନ ଆକ୍ରମଣ କରି ସେ ବ୍ରୁନ୍‌ଙ୍କୁ ସିଧାସଳଖ ୨୧-୧୧ରେ ପରାସ୍ତ କରି ଫାଇନାଲ ଟିକେଟ୍‌ ହାସଲ କରିଥିଲେ।

Related story