ରେକର୍ଡ ଷଷ୍ଠଥର 'ବାଲାନ୍ ଡୋର୍‌' ଟ୍ରଫି ଜିତିଲେ ମେସି

ପ୍ୟାରିସ୍‌: ଫୁଟବଲ ଜଗତର ଷ୍ଟାର୍ ଖେଳାଳି ଲିଓନେଲ୍ ମେସି ନିଜ ଚିରପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇ ରେକର୍ଡ ରେକର୍ଡ ଷଷ୍ଠଥର ଲାଗି ଫିଫାର ସର୍ବଶ୍ରେଷ୍ଠ ଖେଳାଳି ଅର୍ଥାତ୍ ‘ବାଲାନ୍ ଡୋର’ ପୁରସ୍କାର ନିଜ ନାଁରେ କରିଛନ୍ତି। ଆର୍ଜେଣ୍ଟିନା ଓ ବାର୍ସିଲୋନା ଫୁଟବଲ୍ କ୍ଲବକୁ ଶିଖରରେ ପହଞ୍ଚାଇଥିବା ମେସି ଏହି ଦୌଡ଼ରେ ପର୍ତ୍ତୁଗାଲର ରୋନାଲ୍ଡୋ ସମେତ ନେଦରଲ୍ୟାଣ୍ଡର ଜର୍ଭିଲ୍ ଭାନ୍ ଡିକଙ୍କୁ ହରାଇଛନ୍ତି। ଗତ ସଂସ୍କରଣରେ ଅନ୍ତିମ-୩ରେ ସ୍ଥାନ ପାଇନଥିବା ମେସି ଚାରିବର୍ଷ ପରେ ଏହି ପୁରସ୍କାର […]

messi

Ranjit Kumar Jena
  • Published: Tuesday, 03 December 2019
  • , Updated: 03 December 2019, 06:41 PM IST

ପ୍ୟାରିସ୍‌: ଫୁଟବଲ ଜଗତର ଷ୍ଟାର୍ ଖେଳାଳି ଲିଓନେଲ୍ ମେସି ନିଜ ଚିରପ୍ରତିଦ୍ୱନ୍ଦ୍ୱୀ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇ ରେକର୍ଡ ରେକର୍ଡ ଷଷ୍ଠଥର ଲାଗି ଫିଫାର ସର୍ବଶ୍ରେଷ୍ଠ ଖେଳାଳି ଅର୍ଥାତ୍ 'ବାଲାନ୍ ଡୋର' ପୁରସ୍କାର ନିଜ ନାଁରେ କରିଛନ୍ତି। ଆର୍ଜେଣ୍ଟିନା ଓ ବାର୍ସିଲୋନା ଫୁଟବଲ୍ କ୍ଲବକୁ ଶିଖରରେ ପହଞ୍ଚାଇଥିବା ମେସି ଏହି ଦୌଡ଼ରେ ପର୍ତ୍ତୁଗାଲର ରୋନାଲ୍ଡୋ ସମେତ ନେଦରଲ୍ୟାଣ୍ଡର ଜର୍ଭିଲ୍ ଭାନ୍ ଡିକଙ୍କୁ ହରାଇଛନ୍ତି।

ଗତ ସଂସ୍କରଣରେ ଅନ୍ତିମ-୩ରେ ସ୍ଥାନ ପାଇନଥିବା ମେସି ଚାରିବର୍ଷ ପରେ ଏହି ପୁରସ୍କାର ଜିତିଛନ୍ତି। ମେସିଙ୍କ ପରେ ଭାନ୍ ଡିକ୍ ରନର୍ସଅପ୍ ଏବଂ ରୋନାଲ୍ଡୋ ତୃତୀୟ ସ୍ଥାନରେ ରହିଛନ୍ତି। ୩୨ ବର୍ଷୀୟ ମେସି ବାର୍ସିଲୋନାକୁ ଗତ ସିଜନରେ ୫୦ ମ୍ୟାଚରେ ୫୧ ଗୋଲ୍ କରିଥିଲେ। ସେହିପରି ଆର୍ଜେଣ୍ଟିନା ପକ୍ଷରୁ ସେ ୫ଟି ଗୋଲ୍ କରିଥିଲେ, ଯେଉଁକାରଣରୁ ତାଙ୍କୁ ଚଳିତବର୍ଷ ବାଲାନ୍ ଡୋର ପୁରସ୍କାରରେ ସମ୍ମାନିତ କରାଯାଇଛି।

ମେସି ଏହା ପୂର୍ବରୁ ୨୦୦୯, ୨୦୧୦, ୨୦୧୧, ୨୦୧୨ ଓ ୨୦୧୫ରେ ବାଲାନ୍ ଡୋର ପୁରସ୍କାର ଜିତିଥିଲେ। ମେସିଙ୍କ ପ୍ରତିଦ୍ୱନ୍ଦ୍ୱୀ ରୋନାଲ୍ଡୋ ପାଞ୍ଚଥର (୨୦୦୮, ୨୦୧୩, ୨୦୧୪, ୨୦୧୬ ଓ ୨୦୧୮)ରେ ଏହି ପୁରସ୍କାର ଜିତିଥିଲେ। ଏବେ ମେସି ରେକର୍ଡ ୬ଥର ଏହି ପୁରସ୍କାର ଜିତି ସମସ୍ତଙ୍କଠାରୁ ଆଗରେ ପହଞ୍ଚିଛନ୍ତି। ରେକର୍ଡ ଷଷ୍ଠଥର ଏହି ପୁରସ୍କାର ଜିତିବା ପରେ ମେସି କହିଥିଲେ, ୧୦ ବର୍ଷ ପୂର୍ବେ ମୁଁ ନିଜର ପ୍ରଥମ ବାଲାନ୍ ଡୋର ପୁରସ୍କାର ଜିତିଥିଲି। ଆଜି ମୁଁ ଷଷ୍ଠଥର ପାଇଁ ଏହି ପୁରସ୍କାର ଜିତିପାରିଛି।

ସେହିପରି ମହିଳା ଖେଳାଳି ଭାବେ ଆମେରିକାର ମେଗାନ ରାପିନୋ ବାଲାନ୍ ଡୋର୍ ପୁରସ୍କାର ଜିତିଛନ୍ତି। ରାପିନୋ ୨୦୧୯ ଫିଫା ବିଶ୍ୱକପରେ 'ଗୋଲ୍ଡେନ୍ ବଲ୍‌' ଏବଂ 'ଗୋଲ୍ଡେନ୍ ବୁଟ୍‌' ନିଜ ନାଁରେ କରିଥିଲେ। ସେ ବିଶ୍ୱକପରେ ୫ଟି ମ୍ୟାଚରେ ୬ ଗୋଲ୍ ସ୍କୋର କରିଥିଲେ। ୩୪ ବର୍ଷୀୟା ରାପିନୋ ଏହି ଦୌଡ଼ରେ ଇଂଲଣ୍ଡର ଲୁସି ବ୍ରୋଞ୍ଜ ଏବଂ ଆମେରିକାର ଆଲେକ୍ସ ମୋର୍ଗାନଙ୍କୁ ପଛରେ ପକାଇଛନ୍ତି।

Related story