ଚାମ୍ପିଅନ୍ ହେବା ପରେ ୟୁ-ଟର୍ଣ୍ଣ ମାରିଲେ ମେସି, ନେବେନି ଅବସର

ନୂଆଦିଲ୍ଲୀ: ପୂରଣ ହେଲା ଫୁଟ୍‌ବଲର ମହାନ ପ୍ଲେଅର ଲିଓନେଲ୍ ମେସିଙ୍କ ସ୍ୱପ୍ନ। ଫିଫା ବିଶ୍ୱକପ୍‌ରେ ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା। ତେବେ ବିଶ୍ୱକପ୍ ଜିତିବା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ଗୋଲ୍ଡେନ୍ ଗ୍ଲୋବ୍ ବିଜେତା ଲିଓନେଲ୍ ମେସି। ସେ ଆଉ ଆର୍ଜେଣ୍ଟିନା ଟିମ୍‌ରୁ ନେବେନି ଅବସର। ଏବେ ସେ ସନ୍ୟାସ ନେବେନି ବୋଲି ସଫା ସଫା ମନା କରିଦେଇଛନ୍ତି। ବିଶ୍ୱକପ୍ ଟ୍ରଫିକୁ ପ୍ରଥମ କରି ଟେକି ଧରିବା ପରେ ମନ ବଦଳାଇଲେ ମେସି। ୧୭ ବର୍ଷର ଆଶା ପୂରଣ ହେବା […]

lionel messi

Madhupriya Mistry
  • Published: Monday, 19 December 2022
  • , Updated: 19 December 2022, 02:46 PM IST

ନୂଆଦିଲ୍ଲୀ: ପୂରଣ ହେଲା ଫୁଟ୍‌ବଲର ମହାନ ପ୍ଲେଅର ଲିଓନେଲ୍ ମେସିଙ୍କ ସ୍ୱପ୍ନ। ଫିଫା ବିଶ୍ୱକପ୍‌ରେ ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା। ତେବେ ବିଶ୍ୱକପ୍ ଜିତିବା ପରେ ୟୁ-ଟର୍ଣ୍ଣ ମାରିଛନ୍ତି ଗୋଲ୍ଡେନ୍ ଗ୍ଲୋବ୍ ବିଜେତା ଲିଓନେଲ୍ ମେସି। ସେ ଆଉ ଆର୍ଜେଣ୍ଟିନା ଟିମ୍‌ରୁ ନେବେନି ଅବସର। ଏବେ ସେ ସନ୍ୟାସ ନେବେନି ବୋଲି ସଫା ସଫା ମନା କରିଦେଇଛନ୍ତି।

ବିଶ୍ୱକପ୍ ଟ୍ରଫିକୁ ପ୍ରଥମ କରି ଟେକି ଧରିବା ପରେ ମନ ବଦଳାଇଲେ ମେସି। ୧୭ ବର୍ଷର ଆଶା ପୂରଣ ହେବା ପରେ ଅବସର ନେବାକୁ ଅନିଇଚ୍ଛା ପ୍ରକାଶ କଲେ ଏହି ମହାନ ଖେଳାଳି। ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଜିତିବା ପରେ ଲିଓନେଲ୍ ମେସି ଟିମ୍‌ରୁ ଅବସର ନେବେ ବୋଲି କୁହାଯାଉଥିଲା। କିନ୍ତୁ ଏଥିରେ ସେ ଏବେ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ବିଶ୍ୱବିଜେତା ରୂପେ ଆଗକୁ ଆହୁରି ମ୍ୟାଚ୍ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ମେସି କହିଛନ୍ତି, ଏହି ଖେଳ ଶେଷ ହେବା ପରେ ମୁଁ ମୋ ଖେଳ କ୍ୟାରିଅର୍ ଶେଷ କରିବା ପାଇଁ ଚାହୁଁଥିଲି। ଏଭଳି କ୍ୟାରିଅର୍ ଶେଷ କରିବା ବେଶ ଚମତ୍କାର। ମୁଁ ଫୁଟ୍‌ବଲ୍ ଖେଳକୁ ବେଶ୍ ଭଲପାଏ। କିନ୍ତୁ କ’ଣ କରିବି? ଜାତୀୟ ଦଳରେ ମିଶି ରହିବାକୁ ଇଚ୍ଛା। ବିଶ୍ୱ ଚାମ୍ପିଅନ ଭାବେ ଆଉ ଗୋଟିଏ ଦୁଇଟି ମ୍ୟାଚ୍ ଖେଳିବାକୁ ଇଚ୍ଛା ହେଉଛି।

ଉଲ୍ଲେଖଯୋଗ୍ୟ, ୨୦୨୨ ଫିଫା ବିଶ୍ୱକପ୍ ଫାଇନାଲ ମୁକାବିଲା ଥିଲା ଲିଓନେଲ୍ ମେସିଙ୍କ ପାଇଁ ଶେଷ ମ୍ୟାଚ୍। ଆର୍ଜେଣ୍ଟିନା ପାଇଁ ଏହା ତାଙ୍କର ଶେଷ ଖେଳ ବୋଲି ମେସି ସୁନିଶ୍ଚିତ କରିଥିବା ଆର୍ଜେଣ୍ଟିନାର ଗଣମାଧ୍ୟମରେ ରିପୋର୍ଟରେ ପ୍ରକାଶ ପାଇଥିଲା। ଆର୍ଜେଣ୍ଟିନା ବିଜୟ ହାସଲ ପରେ ମେସି ଅବସର ନେବା କଥା। ମେସି ମଧ୍ୟ ଏହି ଫାଇନାଲ ମ୍ୟାଚ୍ ଖେଳି ବିଶ୍ୱକପ୍‌ରେ ନିଜର ଯାତ୍ରା ଶେଷ କରିବି ବୋଲି କହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା।

Related story