ମାଲେସିଆ ଓପନ୍‌: ସେମିରେ ହାରିଲେ ସାଇନା

ଶାହ ଆଲାମ୍‌(ମାଲେସିଆ): ମାଲେସିଆ ଓପନ୍‌ ସୁପର ସିରିଜ୍‌ ପ୍ରିମିୟରର ସେମିଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହୱାଲ। ଶନିବାର ମହିଳା ଏକକ ବର୍ଗରେ ସେ ଚାଇନିଜ୍‌ ତାଇପେଇର ତାଇ ତୁଜୁ ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି। ବିଶ୍ୱ ମାନ୍ୟତାର ୮ମ ସ୍ଥାନରେ ଥିବା ତଥା ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାଇନା ଓ ତାଙ୍କ ମଧ୍ୟରେ ହୋଇଥିବା ୩୪ ମିନିଟ୍‌ର ମ୍ୟାଚ୍‌କୁ ତାଇ ୨୧-୧୯, ୨୧-୧୩ରେ ଜିତି ନେଇଥିଲେ। ପୂର୍ବରୁ ସାଇନା […]

saina-nehwal700incheon

Rakesh Mallick
  • Published: Saturday, 09 April 2016
  • , Updated: 09 April 2016, 01:20 PM IST

ଶାହ ଆଲାମ୍‌(ମାଲେସିଆ): ମାଲେସିଆ ଓପନ୍‌ ସୁପର ସିରିଜ୍‌ ପ୍ରିମିୟରର ସେମିଫାଇନାଲରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହୱାଲ। ଶନିବାର ମହିଳା ଏକକ ବର୍ଗରେ ସେ ଚାଇନିଜ୍‌ ତାଇପେଇର ତାଇ ତୁଜୁ ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ବିଶ୍ୱ ମାନ୍ୟତାର ୮ମ ସ୍ଥାନରେ ଥିବା ତଥା ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ସାଇନା ଓ ତାଙ୍କ ମଧ୍ୟରେ ହୋଇଥିବା ୩୪ ମିନିଟ୍‌ର ମ୍ୟାଚ୍‌କୁ ତାଇ ୨୧-୧୯, ୨୧-୧୩ରେ ଜିତି ନେଇଥିଲେ।

ପୂର୍ବରୁ ସାଇନା ସ୍ୱିସ୍‌ ଓପନ୍‌ର ସେମିଫାଇନାଲରେ ହାରି ଥିବା ବେଳେ ଇଣ୍ଡିଆନ୍‌ ସୁପର ସିରିଜ୍‌ରେ ମଧ୍ୟ ସଫଳତା ପାଇ ନ ଥିଲେ।

Related story