ମନପ୍ରୀତ ଓ ରାଣୀଙ୍କୁ ପ୍ଲେୟାର ଅଫ ଦି ଇୟର, ଓଡ଼ିଶାର ଦୀପ ଗ୍ରେସଙ୍କୁ ମାଇଲଷ୍ଟୋନ ସମ୍ମାନ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ମହିଳା ହକି ଟିମର ଅଧିନାୟକ ରାଣୀ ରାମପାଲଙ୍କୁ ଫ୍ଲେୟାର ଅଫ ଦି ଇୟର ସମ୍ମାନ ମିଳିଛି। ଉଭୟ ଖେଳାଳି ଭାରତୀୟ ହକିକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥିବାରୁ ସେମାନଙ୍କୁ ୨୦୧୯ ବର୍ଷର ଧ୍ରୁବ ବାତ୍ରା ପ୍ଲେୟାର ଅଫ ଦି ଇୟର ପୁରସ୍କାର ମିଳିଛି। ହକି ଇଣ୍ଡିଆର ତୃତୀୟ ବର୍ଷ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମନପ୍ରୀତ ଓ ରାଣୀକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିଣ ରିଜ୍ଜିଜୁଙ୍କ […]

f

Hemant Lenka
  • Published: Sunday, 08 March 2020
  • , Updated: 08 March 2020, 09:33 PM IST

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ମହିଳା ହକି ଟିମର ଅଧିନାୟକ ରାଣୀ ରାମପାଲଙ୍କୁ ଫ୍ଲେୟାର ଅଫ ଦି ଇୟର ସମ୍ମାନ ମିଳିଛି। ଉଭୟ ଖେଳାଳି ଭାରତୀୟ ହକିକୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥିବାରୁ ସେମାନଙ୍କୁ ୨୦୧୯ ବର୍ଷର ଧ୍ରୁବ ବାତ୍ରା ପ୍ଲେୟାର ଅଫ ଦି ଇୟର ପୁରସ୍କାର ମିଳିଛି।

ହକି ଇଣ୍ଡିଆର ତୃତୀୟ ବର୍ଷ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମନପ୍ରୀତ ଓ ରାଣୀକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିଣ ରିଜ୍ଜିଜୁଙ୍କ ଉପସ୍ଥିତି ଏହି ସମ୍ମାନ ମିଳିଛି।ପୁରସ୍କାର ସ୍ୱରୂପ ମନପ୍ରୀତ ଓ ରାଣୀଙ୍କୁ ୨୫ ଲକ୍ଷ ଲେଖାଏ ଟଙ୍କା ଏବଂ ଟ୍ରଫି ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ପୂର୍ବତନ ଖେଳାଳି ଓ ବର୍ତ୍ତମାନର ଖେଳାଳି ଯୋଗଦେଇ ଥିଲେ।

୨୦୧୯ରେ ମନପ୍ରୀତଙ୍କ ପୁରୁଷ ଓ ରାଣୀଙ୍କ ମହିଳା ହକି ଟିମ୍ ଟୋକିଓ ଅଲିମ୍ପିକ୍ସ ଟିକେଟ ହାସଲ କରିଛନ୍ତି। ଏହାପୂର୍ବରୁ ମନପ୍ରୀତ ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ହକି ମହାସଂଘ(ଏଫଆଇଏଚ୍‌) ପକ୍ଷରୁ ଫ୍ଲେୟାର ଅଫ ଦି ଇୟର ପୁରସ୍କାର ପାଇଥିଲେ। ଏଥିପାଇଁ ହକି ଇଣ୍ଡିଆ ତାଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଦେଇଛି।

ସେହିପରି ଜାନୁଆରୀ ମାସରେ ରାଣୀ ପ୍ରଥମ ଖେଳାଳି ଭାବେ ସମ୍ମାନଜନକ ୱାର୍ଲଡ ଗେମ୍ସ ଆଥଲେଟ ଅଫ ଦି ଇୟର ପୁରସ୍କାର ପାଇଥିଲେ। ତାଙ୍କୁ ମଧ୍ୟ ହକି ଇଣ୍ଡିଆ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଦେଇଛି।

ଏମାନଙ୍କ ବ୍ୟତୀତ ଆଜିର କାର୍ଯ୍ୟକ୍ରମରେ ବ୍ୟକ୍ତିଗତ ସଫଳତା ପାଇଁ ବିବେକ ସାଗର ଓ ଲାରେମସିଆମିକୁ ମଧ୍ୟ ପୁରସ୍କାର ମିଳିଛି। ଏମାନଙ୍କୁ ରାଇଜିଂ ଷ୍ଟାର ଆୱାର୍ଡ ମିଳିଛି।

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ହରବିନ୍ଦର ସିଂହଙ୍କୁ ମେଜର ଧ୍ୟାନ ଚାନ୍ଦ ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ମିଳିଛି। ପୁରସ୍କାର ସ୍ୱରୂପ ତାଙ୍କୁ ୩୦ ଲକ୍ଷ ଟଙ୍କା ଦିଆଯାଇଛି। ମାଇଲଷ୍ଟୋନ ସମ୍ମାନରେ ଓଡ଼ିଶାର ଦୀପ ଗ୍ରେସ ଇକ୍କା, କୋଠାଜିତ ସିଂହ ଓ ସବିତାଙ୍କୁ ସମ୍ମାନୀତ କରାଯାଇଛି। ଏମାନେ ୨୦୦ଟି ଲେଖାଏ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବାରୁ ଏଭଳି ସମ୍ମାନ ପାଇଛନ୍ତି।

ଏମାନଙ୍କୁ ପୁରସ୍କାର ସ୍ୱରୂପ ଲକ୍ଷ ଟଙ୍କାର ଚେକ ଓ ଟ୍ରଫି ମିଳିଛି। ଭାରତ ପାଇଁ ୧୦୦ଟି ଲେଖାଏ ମ୍ୟାଚ୍‌ ଖେଳିଥିବା ହରମନପ୍ରୀତ ସିଂହ, ଲଳିତ କୁମାର ଉପାଧ୍ୟୟ ଓ ନିକ୍କି ପ୍ରଧାନଙ୍କୁ ମଧ୍ୟ ୫୦ ହଜାର ଟଙ୍କା ଓ ଟ୍ରଫି ଦିଆଯାଇଛି।

Related story