କୋଚଙ୍କ ନାଁ ଥିବାରୁ ପୁରସ୍କାର ଚୟନ କମିଟିରୁ ଓହରିଲେ ମ୍ୟାରୀ କମ୍‌

ନୂଆଦିଲ୍ଲୀ: ପ୍ରଖ୍ୟାତ ମହିଳା ବକ୍ସର ମ୍ୟାରୀ କମ୍‌ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମ୍ୟାରୀ କମ୍‌ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ବିଭିନ୍ନ ଜାତୀୟ ପୁରସ୍କାର ଚୟନ ପାଇଁ ଗଠିତ କମିଟିରେ ରହିଥିଲେ। ଏହି କମିଟି ତାଙ୍କର ବ୍ୟକ୍ତିଗତ କୋଚ୍ ଛୋଟେ ଲାଲ ଯାଦବଙ୍କ ନାଁ ‘ଦ୍ରୋଣାଚାର୍ଯ୍ୟ ପୁରସ୍କାର’ ପାଇଁ ସୁପାରିସ କରାଯିବ କି ନାହିଁ, ସେ ବିଷୟରେ ଆଲୋଚନା କରିଥାଆନ୍ତା। ତେବେ ମ୍ୟାରୀ କମ୍‌ ପ୍ରିୟାପ୍ରୀତି ତୋଷଣ ନୀତି ଆପଣାଇ ନିଜ କୋଚଙ୍କ ନାଁ ସୁପାରିସ […]

rw

Hemant Lenka
  • Published: Saturday, 17 August 2019
  • , Updated: 17 August 2019, 05:40 PM IST

ନୂଆଦିଲ୍ଲୀ: ପ୍ରଖ୍ୟାତ ମହିଳା ବକ୍ସର ମ୍ୟାରୀ କମ୍‌ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ମ୍ୟାରୀ କମ୍‌ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କୁ ବିଭିନ୍ନ ଜାତୀୟ ପୁରସ୍କାର ଚୟନ ପାଇଁ ଗଠିତ କମିଟିରେ ରହିଥିଲେ।

ଏହି କମିଟି ତାଙ୍କର ବ୍ୟକ୍ତିଗତ କୋଚ୍ ଛୋଟେ ଲାଲ ଯାଦବଙ୍କ ନାଁ 'ଦ୍ରୋଣାଚାର୍ଯ୍ୟ ପୁରସ୍କାର' ପାଇଁ ସୁପାରିସ କରାଯିବ କି ନାହିଁ, ସେ ବିଷୟରେ ଆଲୋଚନା କରିଥାଆନ୍ତା। ତେବେ ମ୍ୟାରୀ କମ୍‌ ପ୍ରିୟାପ୍ରୀତି ତୋଷଣ ନୀତି ଆପଣାଇ ନିଜ କୋଚଙ୍କ ନାଁ ସୁପାରିସ କରିବାକୁ ଚାହୁଁଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ବିବାଦକୁ ଦୃଷ୍ଟିରେ ରଖି ମ୍ୟାରୀ କମ୍‌ କମିଟିରୁ ଓହରି ଯାଇଛନ୍ତି।

ଏହି କମିଟିରେ ୧୨ ଜଣ ସଦସ୍ୟ ରହିଥିଲେ। ଏହି କମିଟି କ୍ରୀଡ଼ା ଓ କୋଚିଂ କ୍ଷେତ୍ରରେ ପ୍ରଶଂସାଯୋଗ୍ୟ ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ଜାତୀୟ ପୁରସ୍କାର ପାଇଁ ମନୋନୀତ କରିବ।

ଏହି କମିଟିରେ ପୁଟବଲର ବାଇଚୁଙ୍ଗ ବୁଟିଆ, ପୂର୍ବତନ ଲଙ୍ଗ ଜମ୍ପର ଅନୁଜ ବବି ଗର୍ଗ, ମହିଳା କ୍ରିକେଟ ଟିମ୍‌ର ଅଧିନାୟକ ଅଞ୍ଜୁମ ଚୋପ୍ରା ଓ ଟେବୁଲ ଟେନିସ୍‌ କୋଚ କମଲେଶ ମେହେଟା ପ୍ରମୁଖ ରହିଛନ୍ତି। ଏମାନେ ଖେଳ ରତ୍ନ, ଅର୍ଜୁନ, ଧ୍ୟାନଚାନ୍ଦ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ବିଭିନ୍ନ ବ୍ୟକ୍ତିଙ୍କ ନାଁ କ୍ରୀଡ଼ା ମନ୍ତ୍ରଣାଳୟ ନିକଟକୁ ପଠାଇବେ।

Related story