ନୂଆଦିଲ୍ଲୀ: ବର୍ଷ ୨୦୦୦ ମସିହାରେ ମ୍ୟାଚ୍ ଫିକ୍ସିଂ ମାମଲାରେ ୟୁକେ ପୋଲିସ୍କୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୁକି ସଞ୍ଜୀବ ଚାୱଲାଙ୍କୁ ପୋଲିସ୍ ଗିରଫ କରିଛି। ଏହି ମ୍ୟାଚ୍ ଫିକ୍ସିଂ ମାମଲାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ୍ ହାନ୍ସି କ୍ରୋନିଏ ସାମିଲ୍ ଥିଲେ। ତେବେ ୨୦୦୨ ମସିହାରେ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସ୍ ସଞ୍ଜୀବଙ୍କୁ ଭାରତ ଆଣିବା ପାଇଁ ୟୁକେକୁ ନିବେଦନ କରିଛି। ଏହାର ଜବାବ୍ରେ ୟୁକେ ସଞ୍ଜୀବଙ୍କୁ ରଖାଯିବାକୁ ଥିବା ଜେଲ୍ର ସମସ୍ତ ସୁବିଧା ସମ୍ପର୍କରେ ଜଣାଇବାକୁ ଦିଲ୍ଲୀ ପୋଲିସକୁ କହିଛି।
ଏକ ଗଣମାଧ୍ୟମ ଖବର ଅନୁସାରେ, ତିହାର୍ ଜେଲ୍ରେ ସମସ୍ତ ସୁବିଧା ଥିବାରୁ ସଞ୍ଜୀବଙ୍କୁ ତିହାର ଜେଲ୍ରେ ରଖାଯିବ ବୋଲି ଦିଲ୍ଲୀ ପୋଲିସ୍ ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ୟୁକେର କ୍ରାଉନ୍ ପ୍ରସ୍ୟୁକସନ୍ ସର୍ଭିସ୍ (ସିପିଏସ୍)କୁ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହିଳାଙ୍କ ଚୁଟି କାଟି କଳା ବୋଳିଦେଲେ, ଗଛରେ ବାନ୍ଧି ଦେଲେ ଗରମ ଚେଙ୍କ
ସର୍ବ ସମ୍ମୁଖରେ ମହିଳାଙ୍କ ଚୁଟି କାଟିଦେଲେ। ମୁହଁରେ କଳା ବୋଳିଦେଲେ। ସେତିକିରେ ସରିଲାନି ନିର୍ଯାତନାର କାହାଣୀ। ମହିଳାଙ୍କୁ ଗଛରେ ବାନ୍ଧି ଦୁଇ ଦିନ କାଳ ଦେଇ ଚାଲିଲେ ଗରମ ଚେଙ୍କ ।
National
କ୍ୟାନ୍ସର୍ ପାଇଁ 'ସ୍ପେଶାଲ ଡାଏଟ୍'କୁ ବିରୋଧ, ସିଦ୍ଧୁଙ୍କ ପତ୍ନୀଙ୍କୁ ୮୫୦ କୋଟିର ନୋଟିସ୍
ସ୍ପେଶାଲ୍ ଡାଏଟ୍ ସହାୟତାରେ କ୍ୟାନସରରୁ ସୁସ୍ଥ ହୋଇଥିବା ଦାବି କରିବା ପରେ, ନବଜୋତ କୌର ସିଦ୍ଧୁଙ୍କୁ ୮୫୦ କୋଟି ଟଙ୍କାର ନୋଟିସ୍ ପଠାଇଛି ଛତିଶଗଡ଼ ସିଭିଲ୍ ସୋସାଇଟି।
National
ମୋ’ ଦୁଇ ଛୁଆଙ୍କ ତଣ୍ଟି ଚିପି ଦେଲା ପତ୍ନୀ, ସ୍ୱାମୀ ଆଣିଲେ ସାଂଘାତିକ ଅଭିଯୋଗ
ମା’ଙ୍କ ଉପସ୍ଥିତିରେ ଘରୁ ମିଳିଲା ପୁଅଝିଅଙ୍କ ମୃତଦେହ। ରଶିରେ ବେକକୁ ଚିପି ଉଭୟଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
National
ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ', ଆଜି କରିବ ଲ୍ୟାଣ୍ଡଫଲ୍
ସାଇକ୍ଲୋନ୍ ଫେଙ୍ଗଲ ଏବେ ଚେନ୍ନାଇଠାରୁ ୨୫୦ କିମି ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି।
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।