ନୂଆଦିଲ୍ଲୀ: କିଙ୍ଗ୍ସ ଏକାଦଶ ପଞ୍ଜାବର ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍ଙ୍କୁ ମ୍ୟାଚ୍ ରେଫ୍ରୀ ରୋଶନ୍ ମହାନାମା ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ଶନିବାର ଦଣ୍ଡିତ କରିଛନ୍ତି। ଆଇପିଏଲ୍-୯ରେ ଗତକାଲି ଦିଲ୍ଲୀ ବିପକ୍ଷରେ ଖେଳୁଥିବା ବେଳେ ସେ ଅମ୍ପାୟରଙ୍କ ନିଷ୍ପତ୍ତି ଉପରେ ଅସନ୍ତୋଷ ବ୍ୟକ୍ତ କରିବାରୁ ତାଙ୍କୁ ଦଣ୍ଡିତ କରାଯାଇଛି।
ଏନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି,“ଗତ ସନ୍ଧ୍ୟାରେ ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ କିଙ୍ଗ୍ସ ଏକାଦଶ ପଞ୍ଜାବର ଗ୍ଲେନ୍ ମ୍ୟାକ୍ସୱେଲ୍ ଅମ୍ପାୟରଙ୍କ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିବାରୁ ମ୍ୟାଚ୍ ରେଫ୍ରୀ ତାଙ୍କୁ ଦଣ୍ଡିତ କରିଛନ୍ତି। ଲେଭଲ୍ ୧ ଅଫେନ୍ସ (ଖେଳଳି ଓ ଟିମ୍ଙ୍କ ପାଇଁ ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟ ୨.୧.୫ର) ଦଣ୍ଡବିଧାନକୁ ମ୍ୟାକ୍ସୱେଲ ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଏହି ମ୍ୟାଚ୍ ମ୍ୟାକ୍ସୱେଲ୍ଙ୍କୁ ଭାରି ପଡିଛି। ଏହି ଖେଳାଳି ଜଣଙ୍କ ବିନା କୌଣସି ରନ୍ କରି ଆଉଟ୍ ହୋଇଥିବା ବେଳେ ଗୋଟିଏ ଓଭର ବୋଲିଂ କରି ୧୧ ରନ୍ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଗୋରୁ ଚରାଉଥିବା ବେଳେ ୫ ମହିଳାଙ୍କୁ ଦଳିଦେଲା କାର୍
କାର୍ ଧକ୍କାରେ ପ୍ରାଣ ହରାଇଥିବା ସମସ୍ତ ମହିଳାଙ୍କ ବୟସ ୫୦ ବର୍ଷରୁ ଅଧିକ। ସେମାନେ ରାସ୍ତା କଡ଼ରେ ନିଜର ଗୋରୁଙ୍କୁ ଚରାଉଥିବା ବେଳେ ଏଭଳି ଘଟଣା ଘଟିଛି।
National
ଫାର୍ମା କମ୍ପାନୀର ଲ୍ୟାବରୁ ବିଷାକ୍ତ ଗ୍ୟାସ୍ ଲିକ: ଜଣେ ମୃତ, ୮ ହସ୍ପିଟାଲରେ ଭର୍ତ୍ତି
ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିବା ଜଣାପଡ଼ିଛି।
National
ଦୁଇ ମଦୁଆ, ୨ ବିଚାରପତି ଓ ମଝି ଆକାଶରେ ହାଇଡ୍ରାମା
ରବିବାର ରାତିରେ ସେମାନେ ବିମାନରେ ବସିଥିବା ବେଳେ ସୋମବାର ସକାଳେ ସେମାନଙ୍କୁ ଏକାଧିକ ମାମଲାର ଶୁଣାଣି କରିବାର ଥିଲା।
Politics
କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୋଦିଙ୍କ କୋର୍ଟକୁ ବଲ ଫିଙ୍ଗିଲେ ଏକନାଥ ସିନ୍ଦେ
ବିଜେପି ହାଇକମାଣ୍ଡଙ୍କ କଥା ସିନ୍ଦେ ମାନିବେ ବୋଲି କହି ସାରିଥିବାରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାରର ସ୍ପଷ୍ଟ ହୋଇସାରିଛି।
Politics
ହଜମ ହେଉନି ପରାଜୟ, EVM ହଟାଅ ଅଭିଯାନ ଆରମ୍ଭ କରିବେ ବିରୋଧୀ!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତିର ବିଜୟ ହୋଇଛି। ହେଲେ ଏହାକୁ ଆରମ୍ଭରୁ ହିଁ ବିରୋଧୀ ଏମଭିଏ ବିରୋଧ କରି ଆସୁଛି।