ଅଷ୍ଟ୍ରେଲିଆକୁ ପ୍ରଥମ ସିରିଜ୍ ଦେଲେ ମ୍ୟାକ୍ସୱେଲ୍‌

ବେଙ୍ଗାଲୁରୁ: ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କ୍ଲିନସ୍ୱିପ୍ କରିନେଇଛି। ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ପ୍ରଥମ ଟି-୨୦ ସିରିଜ୍ ବିଜୟ। ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା। କୋହଲି ସର୍ବାଧିକ ୭୨ (୩୮ ବଲ, ୨ ଚୌକା, ୬ ଛକା) ରନ୍ […]

rs

Hemant Lenka
  • Published: Wednesday, 27 February 2019
  • , Updated: 27 February 2019, 10:41 PM IST

ବେଙ୍ଗାଲୁରୁ: ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କ୍ଲିନସ୍ୱିପ୍ କରିନେଇଛି। ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ପ୍ରଥମ ଟି-୨୦ ସିରିଜ୍ ବିଜୟ।

ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୦ ରନ୍ କରିଥିଲା। କୋହଲି ସର୍ବାଧିକ ୭୨ (୩୮ ବଲ, ୨ ଚୌକା, ୬ ଛକା) ରନ୍ କରିଥିବା ବେଳେ ଲୋକେଶ ରାହୁଲ ୪୭ (୨୬ ବଲ୍, ୩ ଚୌକା, ୪ ଛକା) ଓ ମହେନ୍ଦ୍ର ସିଂହ ଧୋନି ୪୦ (୨୩ ବଲ, ୩ ଚୌକା, ୩ ଛକା) ରନ୍ କରିଥିଲେ।

ଜବାବରେ ଅଷ୍ଟ୍ରେଲିଆ ୧୯.୪ ଓଭରରେ ୩ ୱିକେଟ ହରାଇ ୧୯୪ ରନ୍ କରି ମ୍ୟାଚକୁ ଜିତି ସିରିଜ୍ କବଜା କରିଛି। ମ୍ୟାକ୍ସୱେଲ ନିଜର ବିସ୍ଫୋରକ ୧୧୩ ରନ୍‌ (୫୫ ବଲ୍, ୭ ଚୌକା, ୯ ଛକା) ପାଇଁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ ହୋଇଛନ୍ତି।

ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ହେଁ, ମ୍ୟାକ୍ସୱେଲ ଓ ଓପ୍ନର ଡାର୍ସି ଶର୍ଟ ଭଲ ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୭୩ ରନ୍ ଯୋଡ଼ିଥିଲେ। ଏହା ପରେ ମ୍ୟାକ୍ସୱେଲ ନିଜର ଚିରାଚରିତ ଢଙ୍ଗରେ ବ୍ୟାଟିଂ କରି ନିଜର ତୃତୀୟ ଟି-୨୦ ଶତକ ହାସଲ କରିଥିଲେ। ତାଙ୍କୁ ହ୍ୟାଣ୍ଡସ୍କମ୍ବ (୨୦) ଭରପୂର ସହଯୋଗ କରି ଚତୁର୍ଥ ୱିକେଟ୍ ପାଇଁ ୯୯ ରନର ଅପରାଜିତ ଭାଗୀଦାରି କରି ଅଷ୍ଟ୍ରେଲିଆକୁ ଜିତାଇଥିଲେ। ଭାରତ ପକ୍ଷରୁ ବିଜୟ ଶଙ୍କର ୨ଟି ଓ ସିଦ୍ଧାର୍ଥ କୌଲ ଗୋଟିଏ ୱିକେଟ ନେଇଥିଲେ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଭଲ ଆରମ୍ଭ କରିଥିଲା। ଲୋକେଶ ରାହୁଲ ଓ ଶିଖର ଧୱନ୍ ପ୍ରଥମ ୱିକେଟ୍ ପାଇଁ ୬୧ ରନ୍ ଯୋଡ଼ିଥିଲେ। ରାହୁଲ ଆକ୍ରମଣାତ୍ମକ ବ୍ୟାଟିଂ କରି ଅଷ୍ଟ୍ରେଲିଆ ବୋଲରଙ୍କ ଉପରେ ଚାପ ପକାଇଥିବା ବେଳେ ରୋହିତ ଶର୍ମାଙ୍କ ସ୍ଥାନରେ ଖେଳୁଥିବା ଧୱନ ଧିମା ବ୍ୟାଟିଂ କରିଥିଲେ।

ରାହୁଲଙ୍କ ପାଖରେ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ମାରିବାର ସୁଯୋଗ ଥିଲା, କିନ୍ତୁ ସେ ମାତ୍ର ୩ ରନ୍ ପାଇଁ ଏଥିରୁ ବଞ୍ଚିତ ହୋଇଥିଲେ। ରାହୁଲଙ୍କୁ ନେଥନ କୁଲ୍ଟର-ନାଇଲ୍ ଆଉଟ୍ କରିଥିଲେ। ଏହା ପରେ ଅଷ୍ଟ୍ରେଲିଆ ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରି ଧୱନ୍ (୧୪) ଓ ରିଷଭ ପନ୍ତ (୧)ଙ୍କୁ ପ୍ୟାଭିଲିୟନ ପଠାଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

କିନ୍ତୁ ଅଧିନାୟକ କୋହଲି ଓ ଧୋନିଙ୍କ ଆକର୍ଷଣୀୟ ବ୍ୟାଟିଂ କରି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ଭରପୂର ମନୋରଞ୍ଜନ କରିବା ସହ ଭାରତକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଶତକୀୟ (୧୦୦) ରନର ଭାଗୀଦାରୀ କରିଥିଲେ। ଧୋନିଙ୍କୁ ପ୍ୟାଟ୍ କମିନ୍ସ ଆଉଟ୍ କରିଥିଲେ। ବିରାଟ ଓ ଦିନେଶ କାର୍ତ୍ତକ (୮) ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜେସନ୍ ବେରେନଡର୍ଫ, କୁଲ୍ଟର-ନାଇଲ୍ ଓ କମିନ୍ସ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Related story