ସୁପର୍ ଓଭରକୁ ବ୍ୟାନ୍ କରିବା ଲାଗି ଦାବି କଲେ ନ୍ୟୁଜିଲ୍ୟାଣ୍ଡ୍ କ୍ରୀଡ଼ାମନ୍ତ୍ରୀ!

ହାମିଲଟନ୍‌: ସୁପର୍ ଓଭର ସହ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ଟିମର ସମ୍ପର୍କ ସେତେଟା ଭଲ ରହିନାହିଁ । ଗତବର୍ଷ ଜୁଲାଇରେ ଆୟୋଜିତ ବିଶ୍ୱକପରେ ଇଂଲଣ୍ଡଠାରୁ ହାରିବା ପରେ ବୁଧବାର ପୁଣିଥରେ ସୁପର୍ ଓଭର ନ୍ୟୁଜିଲ୍ୟାଣ୍ଡ୍ ମୁହଁରୁ ବିଜୟ ଛଡ଼ାଇ ନେଇଛି। ସୁପର୍ ଓଭର ନ୍ୟୁଜିଲ୍ୟାଣ୍ଡ୍ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଖୋଦ୍ ଦେଶର କ୍ରୀଡ଼ା ମନ୍ତ୍ରୀ ଗ୍ରାଣ୍ଟ ରବର୍ଟସନ୍ ଟ୍ୱିଟରୁ ଜଣାପଡୁଛି। ବୁଧବାର ମ୍ୟାଚ୍ ପରେ ରବର୍ଟସନ୍ ଏକ ମଜାକିଆ ଟ୍ୱିଟ୍ କରି କହିଛନ୍ତି, ମାନସିକ ସ୍ୱାସ୍ଥ୍ୟ ଏବଂ […]

robertson

robertson

Ranjit Kumar Jena
  • Published: Wednesday, 29 January 2020
  • Updated: 29 January 2020, 09:50 PM IST

Sports

Latest News

ହାମିଲଟନ୍‌: ସୁପର୍ ଓଭର ସହ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ଟିମର ସମ୍ପର୍କ ସେତେଟା ଭଲ ରହିନାହିଁ । ଗତବର୍ଷ ଜୁଲାଇରେ ଆୟୋଜିତ ବିଶ୍ୱକପରେ ଇଂଲଣ୍ଡଠାରୁ ହାରିବା ପରେ ବୁଧବାର ପୁଣିଥରେ ସୁପର୍ ଓଭର ନ୍ୟୁଜିଲ୍ୟାଣ୍ଡ୍ ମୁହଁରୁ ବିଜୟ ଛଡ଼ାଇ ନେଇଛି। ସୁପର୍ ଓଭର ନ୍ୟୁଜିଲ୍ୟାଣ୍ଡ୍ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଖୋଦ୍ ଦେଶର କ୍ରୀଡ଼ା ମନ୍ତ୍ରୀ ଗ୍ରାଣ୍ଟ ରବର୍ଟସନ୍ ଟ୍ୱିଟରୁ ଜଣାପଡୁଛି।

ବୁଧବାର ମ୍ୟାଚ୍ ପରେ ରବର୍ଟସନ୍ ଏକ ମଜାକିଆ ଟ୍ୱିଟ୍ କରି କହିଛନ୍ତି, ମାନସିକ ସ୍ୱାସ୍ଥ୍ୟ ଏବଂ ସୁପର୍ ଓଭର୍ ବ୍ୟାନ୍ ପାଇଁ ବିଲ୍ ତୁରନ୍ତ ଲାଗୁ କରିବାର ଆବଶ୍ୟକତା ରହିଛି। ଟ୍ୱିଟରେ ମଧ୍ୟ ରବର୍ଟସନ୍ କେନ୍ ୱିଲିୟମସନଙ୍କ ଇନିଂସକୁ ଖୁବ୍ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ଟାଇ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ରେକର୍ଡ ବହୁତ ଖରାପ ରହିଛି। ଟିମ୍ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ଖେଳିଛି, ଯେଉଁଥିରୁ ୭ଟିରେ ପରାଜୟର ସାମ୍ନା କରିଛି। ନ୍ୟୁଜିଲ୍ୟାଣ୍ଡ୍ ଟିମର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଟାଇ ୨୦୦୬ରେ ହୋଇଥିଲା । ଏହା ମଧ୍ୟ ଅନ୍ତର୍ଜତୀୟ ଟି-୨୦ କ୍ରିକେଟରେ ପ୍ରଥମ ଟାଇ ମ୍ୟାଚ୍ ଥିଲା। ୱେଷ୍ଟଇଣ୍ଡିଜ୍ ଓ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ୧୨୬ ରନରେ ଟାଇ ହୋଇଥିଲା।

ଅକଲ୍ୟାଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ କିୱି ଟିମ୍ ବଲଆଉଟରେ ୦-୩ରେ ହାରିଯାଇଥିଲା। ତେବେ ନ୍ୟୁଜିଲ୍ୟାଣ୍ଡ୍ ସୁପର ଓଭରରେ ଏକମାତ୍ର ବିଜୟ ୨୦୦୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ହାସଲ କରିଥିଲା। ଉଭୟ ଦଳ ୨୧୪ ରନ୍ ଲେଖାଏ କରି ମ୍ୟାଚ୍ ଟାଇ କରିଥିଲେ। ସୁପର୍ ଓଭରରେ ନ୍ୟୁଜିଲ୍ୟାଣ୍ଡ୍ ବିନା ୱିକେଟରେ ୯ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ୧ ୱିକେଟ୍ ହରାଇ ୬ ରନ୍ କରି ପରାସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story