ହୋଲ୍‌ଡିଂଙ୍କ ଆକଳନରେ ଜାଣନ୍ତୁ, କେଉଁ ଭାରତୀୟ ବୋଲର୍‌ଙ୍କ ଶକ୍ତି କେତେ

ନୂଆଦିଲ୍ଲୀ: ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଭାରତୀୟ କ୍ରିକେଟ୍‌ ଟିମ୍‌। ତିନିଟିକିଆ ଟେଷ୍ଟ ସିରିଜ୍‌କୁ ଭାରତ ୨-୧ରେ ହାତଛଡା କରି ସାରିଛି। ଏବେ ଲକ୍ଷ୍ୟ ଟି-ଟ୍ୱଣ୍ଟି ଓ ଦିନିକିଆ ସିରିଜ ଉପରେ। ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତୀୟ ବୋଲର ନିଜ ଜଲୱା ଦେଖାଇଥିବା ବେଳେ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଟିମ୍‌ ସିରିଜ୍‌ ହାତଛଡା କରିଛି। ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଭାରତ ଇଂଲଣ୍ଡ ଯିବ। ଇଂଲଣ୍ଡ ଭାରତୀୟ ବଲରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ଭାରତୀୟ ବୋଲରଙ୍କୁ ନେଇ […]

Boler

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 09:29 PM IST

ନୂଆଦିଲ୍ଲୀ: ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଭାରତୀୟ କ୍ରିକେଟ୍‌ ଟିମ୍‌। ତିନିଟିକିଆ ଟେଷ୍ଟ ସିରିଜ୍‌କୁ ଭାରତ ୨-୧ରେ ହାତଛଡା କରି ସାରିଛି। ଏବେ ଲକ୍ଷ୍ୟ ଟି-ଟ୍ୱଣ୍ଟି ଓ ଦିନିକିଆ ସିରିଜ ଉପରେ। ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତୀୟ ବୋଲର ନିଜ ଜଲୱା ଦେଖାଇଥିବା ବେଳେ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ଟିମ୍‌ ସିରିଜ୍‌ ହାତଛଡା କରିଛି। ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଭାରତ ଇଂଲଣ୍ଡ ଯିବ। ଇଂଲଣ୍ଡ ଭାରତୀୟ ବଲରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ଭାରତୀୟ ବୋଲରଙ୍କୁ ନେଇ ୱେଷ୍ଟଇଣ୍ଡିଜ୍‌ର ମହାନ କ୍ରିକେଟର ମାଇକେଲ ହୋଲଡିଂ ଏପରି ଆକଳନ କରିଛନ୍ତି। ଏହି ମହାନ କ୍ରିକେଟର ଜସପ୍ରୀତ ବୁମ୍ରାଙ୍କ ନୂଆ ବଲ୍‌ରେ ବୋଲିଂ କରିବା ଦକ୍ଷତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ବୁମ୍ରାଙ୍କ ବୋଲିଂ କୌଶଳ ଭାରତର ଇଂଲଣ୍ଡ ଗସ୍ତ ବେଳେ ଅନ୍ତିମ ଏକାଦଶ ପାଇଁ ପ୍ରଥମ ପସନ୍ଦ ନୁହେଁ।”

ପିଟିଆଇକୁ ଏକ ସାକ୍ଷାତକାର ଦେଇ ହୋଲଡିଂ କହିଛନ୍ତି, “ମୋତେ ଲାଗୁନାହିଁ ସେ (ବୁମ୍ରା) ନୂଆ ବଲ୍‌ରେ ବୋଲିଂ କରିବା ପାଇଁ ଭଲ ବୋଲର ହୋଇପାରିବେ। ସେ ନୂଆ ବଲ୍‌ରେ ବୋଲିଂ କରିବା ବେଳେ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ବଲ୍‌ଠାରୁ ଦୂରରେ ରଖିବାକୁ ସମସ୍ୟାରେ ପଡୁଛନ୍ତି। ଏଥିପାଇଁ ବିଦେଶ ମାଟିରେ ମୋର ପ୍ରଥମ ପସନ୍ଦ ସେ କେବେ ବି ହେବେ ନାହିଁ। ମୋର ପ୍ରଥମ ପସନ୍ଦ ସବୁବେଳେ ଭୁବନେଶ୍ୱର କୁମାର ରହିବେ।”

ନୂଆ ବଲ୍‌ରେ ଭଲ ବୋଲିଂ କରି ପାରିବେ ନାହିଁ

ହୋଲଡିଂ କହିଛନ୍ତି, “ଭୁବନେଶ୍ୱରଙ୍କ ପରେ ମୁଁ ଇଶାନ୍ତ ଶର୍ମା ଏବଂ ମହମ୍ମଦ ସାମିଙ୍କ କଥା ଚିନ୍ତା କରିପାରେ। ମୋତେ ଯଦି ବୋଲିଂ ଲାଇନ୍‌ ଅପ୍‌ ବଛା ଯିବାକୁ କୁହାଯାଏ, ତେବେ ମୁଁ ବୁମ୍ରାଙ୍କୁ ଖେଳାଇବି ନାହିଁ। କାରଣ ଦକ୍ଷିଣ ଆଫ୍ରିକାଠାରୁ ଇଂଲଣ୍ଡର ପିଚ୍‌ ସମ୍ପୂର୍ଣ୍ଣ ଅଲଗା। ବୁମ୍ରା କେବଳ ବଲ୍‌ ଫିଙ୍ଗନ୍ତି। ହେଲେ ଇଂଲଣ୍ଡ ପିଚ୍‌ ପାଇଁ ଏମିତି ବୋଲର ଦରକାର ଯାହାର ବଲ୍‌ ପଡ଼ିବା ପରେ ବୁଲିବା ଦରକାର।”

ପୁରୁଣା ବଲ୍‌ରେ ଅଧିକ ଭେରାଇଟି ଆଣିଥାନ୍ତି

ନିଜର ପ୍ରଥମ ଟେଷ୍ଟ ସିରିଜରେ ବୁମ୍ରା ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଟେଷ୍ଟର ପ୍ରଥମ ପାଳିରେ ୫ଟି ୱିକେଟ୍‌ ଅକ୍ତିଆର କରିଛନ୍ତି। ହୋଲଡିଂଙ୍କ ମତରେ ବୁମ୍ରା ପୁରୁଣା ବଲ୍‌ରେ ବହୁତ ଭେରାଇଟ ଆଣିଥାନ୍ତି। ସେ ବହୁତ ସ୍ପିଡରେ ବଲ୍‌ ପକାଇଥାନ୍ତି। ଯେତେବେଳେ ବୁମ୍ରା ସ୍ପିଡରେ ବଲ୍‌ ପକାଇଥାନ୍ତି, ସେ ସମୟରେ ବଲ୍‌ କମ ବେଶି ଉଠିଥାଏ। ସ୍ପିଡ ଥିବାରୁ ବ୍ୟାଟ୍ସମ୍ୟାନଙ୍କୁ ପ୍ରତିକ୍ରିୟା ଦେଖାଇବାକୁ ସମୟ ମିଳି ନଥାଏ।

Related story