ନୂଆଦିଲ୍ଲୀ: ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଲୋୱର ବ୍ୟାକ୍ ଇଞ୍ଜୁରୀ କାରଣରୁ କ୍ରିକେଟରୁ ବାହାରେ ଥିବା ବୁମ୍ରା ଆହତରୁ ମୁକୁଳିବା ପରେ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ମଙ୍ଗଳବାର ସେ ସୋଶାଲ ମିଡିଆରେ ପ୍ରାକ୍ଟିସ୍ ସେସନ୍ ପରେ ଭାଙ୍ଗିଥିବା ଷ୍ଟମ୍ପ୍ ଫଟୋ ଶେଆର କରିଛନ୍ତି।
ବୁମ୍ରା ଟ୍ୱିଟରରେ ଏହି ଫଟୋ ଦ୍ୱାରା ଇସାରା କରିଛନ୍ତି ଯେ ସେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି। ସେ ଏହି ଫଟୋ ସହ ଲେଖିଛନ୍ତି, ଆଜିର ସେସନ୍ ଓ ଷ୍ଟମ୍ପ୍ ସହ ଖେଳ ଶେଷ। ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତୀୟ ପେସବାହିନୀ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଈଶାନ୍ତ ଶର୍ମା ୧୨ଟି ୱିକେଟ୍ ନେଇଥିଲେ।
The End. #ForTheSessionAndTheStumps 🔥🔥 pic.twitter.com/79loGeUqgT
— Jasprit Bumrah (@Jaspritbumrah93) November 26, 2019
ସେହିପରି ମହମ୍ମଦ ଶାମି ୯ଟି ଓ ଉମେଶ ଯାଦବ ୧୨ଟି ୱିକେଟ୍ ହାସଲ କରିଥିଲେ। ଆହତ କାରଣରୁ ବୁମ୍ରା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡିଥିଲେ। ତେବେ ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ବେଳକୁ ସେ ଟିମ୍ ସହ ଯୋଗ ଦେବା ନେଇ ମ୍ୟାନେଜମେଣ୍ଟ ଆଶାବାଦୀ ଅଛି। ବୁମ୍ରାଙ୍କ ଫେରିବା ଦ୍ୱାର ଟିମ୍ ଇଣ୍ଡିଆ ବୋଲିଂ ଲାଇନଅପ୍ ଆହୁରି ମଜଭୁତ୍ ହେବ।