ଏଥର ମୋଦିଙ୍କ ମନ୍ କି ବାତ୍‌ରେ କ୍ରୀଡ଼ାବିତ: ଗୋଲ୍ଡ କୋଷ୍ଟରେ ପଦକ ପାଇଥିବା ଖେଳାଳିଙ୍କୁ କଲେ ପ୍ରଶଂସା

୪୩ତମ ମନ୍ କି ବାତ୍ ରେ ଗୋଲ୍ଡ କୋଷ୍ଟରେ ପଦକ ହାସଲ କରିଥିବା କ୍ରୀଡ଼ାବିତକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ଭାରୋତ୍ତୋଳକ, ସୁଟିଂ ଏବଂ ଟେବୁଲ ଟେନିସ୍ ପ୍ରତିଯୋଗୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଦେଶବାସୀଙ୍କୁ ଫିଟ୍ ରହିବାକୁ ମନ୍ତ୍ର ଦେଇଛନ୍ତି ମୋଦି। ଏଥିପାଇଁ ଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାରା ବିଶ୍ୱରେ ଦେଖାଦେଇଥିବା ପାନୀୟ ଜଳ ସଂକଟରୁ ରକ୍ଷା ପାଇବା ପାଇଁ ଜଳ ସଂରକ୍ଷଣ କରିବା ଉପରେ ସେ ଜୋର […]

modi-23

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 12:04 AM IST

୪୩ତମ ମନ୍ କି ବାତ୍ ରେ ଗୋଲ୍ଡ କୋଷ୍ଟରେ ପଦକ ହାସଲ କରିଥିବା କ୍ରୀଡ଼ାବିତକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ଭାରୋତ୍ତୋଳକ, ସୁଟିଂ ଏବଂ ଟେବୁଲ ଟେନିସ୍ ପ୍ରତିଯୋଗୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଦେଶବାସୀଙ୍କୁ ଫିଟ୍ ରହିବାକୁ ମନ୍ତ୍ର ଦେଇଛନ୍ତି ମୋଦି। ଏଥିପାଇଁ ଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସାରା ବିଶ୍ୱରେ ଦେଖାଦେଇଥିବା ପାନୀୟ ଜଳ ସଂକଟରୁ ରକ୍ଷା ପାଇବା ପାଇଁ ଜଳ ସଂରକ୍ଷଣ କରିବା ଉପରେ ସେ ଜୋର ଦେଇଛନ୍ତି। ଏହାଛଡ଼ା କଲେଜ୍ ଛାତ୍ରଛାତ୍ରୀ, NCC କ୍ୟାଡେଟଙ୍କୁ ସ୍ୱଚ୍ଛ ଭାରତ ସମର ଇଣ୍ଟର୍ଣ୍ଣସିପରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ଆହା୍ବନ ଦେଇଛନ୍ତି। ଏହା ଦେଶ, ଜାତି ଏବଂ ସମାଜ ପାଇଁ କିଛି କରିବାର ଅବସର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Related story