ତୃତୀୟ ଦିନିକିଆ ଜିତିଲା ଭାରତ

ମୋହାଲି: ଆଜି ପଞ୍ଜାବର ମୋହାଲି ସ୍ଥିତ ଆଇ.ଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ବିରାଟ୍‌ କୋହଲିଙ୍କ ୧୫୩ ରନ୍‌ ବଳରେ ଭାରତ ୩ ୱିକେଟ୍‌ ହରାଇ ଏହି ମ୍ୟାଚ୍‌କୁ ଜିତିଛି। କୋହଲିଙ୍କର ଏହା ୨୬ତମ ଶତକ। ଭାରତ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ କରିବାକୁ ଡାକିଥିଲା। ୪୯.୪ ଓଭରରେ ନ୍ୟୁଜିଲାଣ୍ଡ ତାର ସମସ୍ତ ୱିକେଟ୍‌ ହରାଇ ୨୮୫ ରନ୍‌ କରିଥିଲା। ଭାରତ ପକ୍ଷରୁ ଉମେଶ ଯାଦବ ଓ କେ.ଏମ୍‌. ଯାଦବ […]

kohale

Rakesh Mallick
  • Published: Sunday, 23 October 2016
  • , Updated: 24 October 2016, 08:01 AM IST

ମୋହାଲି: ଆଜି ପଞ୍ଜାବର ମୋହାଲି ସ୍ଥିତ ଆଇ.ଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ବିରାଟ୍‌ କୋହଲିଙ୍କ ୧୫୩ ରନ୍‌ ବଳରେ ଭାରତ ୩ ୱିକେଟ୍‌ ହରାଇ ଏହି ମ୍ୟାଚ୍‌କୁ ଜିତିଛି। କୋହଲିଙ୍କର ଏହା ୨୬ତମ ଶତକ।

ଭାରତ ଟସ୍ ଜିତି ନ୍ୟୁଜିଲାଣ୍ଡକୁ ବ୍ୟାଟିଂ କରିବାକୁ ଡାକିଥିଲା। ୪୯.୪ ଓଭରରେ ନ୍ୟୁଜିଲାଣ୍ଡ ତାର ସମସ୍ତ ୱିକେଟ୍‌ ହରାଇ ୨୮୫ ରନ୍‌ କରିଥିଲା।

ଭାରତ ପକ୍ଷରୁ ଉମେଶ ଯାଦବ ଓ କେ.ଏମ୍‌. ଯାଦବ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜସ୍‌ପ୍ରୀତ ବୁମ୍‌ରା ଓ ଅମିତ ମିଶ୍ରା ଦୁଇଟି ଲେଖାଏଁ ୱିକେଟ ନେଇଛନ୍ତି।

ଏହାର ଜବାବରେ ଭାରତୀୟ ଓପନିଂ ଯୋଡ଼ି ବିଶେଷ କିଛି କରିପାରିନଥିଲା। ଆଜିଙ୍କ୍ୟ ରାହାଣେ ୫ ଓ ରୋହିତ ଶର୍ମା ୧୩ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ବିରାଟ କୋହଲି ଓ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ଶତକିୟ ଇନିଂଶ ଖେଳିଥିଲେ। ଧୋନି ୮୦ ରନ୍‌ କରିଥିବାବେଳେ ହେନରିଙ୍କ ବଲରେ ଆଉଟ୍‌ ହୋଇଥିଲେ। ବ୍ୟାଟିଂ କରିବାକୁ ଆସିଥିବା ଏମ୍‌କେ ପାଣ୍ଡେ ୨୮ ରନ୍‌ ଓ କୋହଲି ୧୫୪ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ।

୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ଅଛି।

Related story