ମହମ୍ମଦ ହାଫିଜଙ୍କ ବୋଲିଂ ଉପରେ ବ୍ୟାନ

ଲଣ୍ଡନ: ପାକିସ୍ତାନ ଓ ମିଡିଲସେକ୍ସ ଅଲରାଉଣ୍ଡ ମହମ୍ମଦ ହାଫିଜଙ୍କ ବୋଲିଂ ଉପରେ ରୋକ ଲାଗିଛି। ତାଙ୍କ ବୋଲିଂ ଶୈଳୀ ତ୍ରୁଟିପୂର୍ଣ୍ଣ ଥିବାରୁ ତାଙ୍କୁ ଏଣିକି ଆଉ ଇଂଲିଶ କ୍ରିକେଟର ଘରୋଇ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରିବାକୁ ଅନୁମତି ମିଳିବ ନାହିଁ। ଏବି ଡିଭିଲିୟର୍ସଙ୍କ ବଦଳ ଖେଳାଳି ଭାବେ ମିଡିଲସେକ୍ସ ହାଫିଜଙ୍କ ସହ ଚୁକ୍ତି କରିଥିଲା। ତେବେ ସୋମେରସେଟ ବିପକ୍ଷ ମ୍ୟାଚ ବେଳେ ହାଫିଜଙ୍କ ବୋଲିଂ ଶୈଳୀ ସନ୍ଦେହ ଘେରକୁ ଆସିଥିଲା। ଏହାପରେ ଏକ ନିରେପକ୍ଷ ତଦନ୍ତ ହୋଇଥିଲା। ଏଥିରେ […]

wq

Hemant Lenka
  • Published: Wednesday, 25 December 2019
  • , Updated: 25 December 2019, 06:13 PM IST

ଲଣ୍ଡନ: ପାକିସ୍ତାନ ଓ ମିଡିଲସେକ୍ସ ଅଲରାଉଣ୍ଡ ମହମ୍ମଦ ହାଫିଜଙ୍କ ବୋଲିଂ ଉପରେ ରୋକ ଲାଗିଛି। ତାଙ୍କ ବୋଲିଂ ଶୈଳୀ ତ୍ରୁଟିପୂର୍ଣ୍ଣ ଥିବାରୁ ତାଙ୍କୁ ଏଣିକି ଆଉ ଇଂଲିଶ କ୍ରିକେଟର ଘରୋଇ ଟୁର୍ଣ୍ଣାମେଣ୍ଟରେ ବୋଲିଂ କରିବାକୁ ଅନୁମତି ମିଳିବ ନାହିଁ।

ଏବି ଡିଭିଲିୟର୍ସଙ୍କ ବଦଳ ଖେଳାଳି ଭାବେ ମିଡିଲସେକ୍ସ ହାଫିଜଙ୍କ ସହ ଚୁକ୍ତି କରିଥିଲା। ତେବେ ସୋମେରସେଟ ବିପକ୍ଷ ମ୍ୟାଚ ବେଳେ ହାଫିଜଙ୍କ ବୋଲିଂ ଶୈଳୀ ସନ୍ଦେହ ଘେରକୁ ଆସିଥିଲା। ଏହାପରେ ଏକ ନିରେପକ୍ଷ ତଦନ୍ତ ହୋଇଥିଲା। ଏଥିରେ ହାଫିଜଙ୍କ ବୋଲିଂ ଶୈଳୀ ତ୍ରୁଟିପୂର୍ଣ୍ଣ ରହିଥିବା ଜଣାପଡ଼ିଛି।

ହାଫିଜ ପାକିସ୍ତାନ ପକ୍ଷରୁ ୨୧୮ ଦିନିକିଆ, ୮୯ଟି-୨୦ ଓ ୫୫ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ବିଶ୍ୱକପରେ ବି ପାକିସ୍ତାନ ପକ୍ଷରୁ ବ୍ୟାଟିଂ ମଙ୍ଗ ସମ୍ଭାଳିଥିଲେ। ହେଲେ ଏହାପରେ ସେ ପାକିସ୍ତାନ ଟିମରୁ କ୍ରମାଗତ ଭାବେ ବାଦ ପଡ଼ିଛନ୍ତି।

Related story