ମହମ୍ମଦ ନବିଙ୍କ ମୃତ୍ୟୁକୁ ନେଇ ମିଥ୍ୟା ପ୍ରଚାର

କାବୁଲ: ଆଫଗାନିସ୍ତାନର ବରିଷ୍ଠ କ୍ରିକେଟର ମହମ୍ମଦ ନବିଙ୍କ ମୃତ୍ୟୁ ଖବର ନେଇ ମିଥ୍ୟା ପ୍ରଚାର ସୋଶାଲ ମିଡିଆଇରେ ଭାଇରାଲ ହୋଇଛି। ଗତ ସପ୍ତାହରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ନବି ଏବେ କେବଳ ଦିନିକିଆ ଓ ଟି-୨୦ରେ ନିଜର ଜଲୱା ଦେଖାଇବେ। ଏସବୁ ଭିତରେ ନବିଙ୍କ ମୃତ୍ୟୁକୁ ନେଇ ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ତେବେ ଏହି ମିଥ୍ୟା ମୃତ୍ୟୁ ଖବର ସମ୍ପର୍କରେ ନିଜ ନବି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ମୋ […]

xc

Hemant Lenka
  • Published: Saturday, 05 October 2019
  • , Updated: 05 October 2019, 05:14 PM IST

କାବୁଲ: ଆଫଗାନିସ୍ତାନର ବରିଷ୍ଠ କ୍ରିକେଟର ମହମ୍ମଦ ନବିଙ୍କ ମୃତ୍ୟୁ ଖବର ନେଇ ମିଥ୍ୟା ପ୍ରଚାର ସୋଶାଲ ମିଡିଆଇରେ ଭାଇରାଲ ହୋଇଛି। ଗତ ସପ୍ତାହରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିବା ନବି ଏବେ କେବଳ ଦିନିକିଆ ଓ ଟି-୨୦ରେ ନିଜର ଜଲୱା ଦେଖାଇବେ। ଏସବୁ ଭିତରେ ନବିଙ୍କ ମୃତ୍ୟୁକୁ ନେଇ ଖବର ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା।

ତେବେ ଏହି ମିଥ୍ୟା ମୃତ୍ୟୁ ଖବର ସମ୍ପର୍କରେ ନିଜ ନବି ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ମୋ ମୃତ୍ୟୁ ଖବରରେ କୌଣସି ସତ୍ୟତା ନାହିଁ। ମୁଁ ବଞ୍ଚିଛି ଏବଂ ବେଶ ସୁସ୍ଥ ରହିଛି। କିଛି ଗଣମାଧ୍ୟମ ଓ ସୋଶାଲ ମିଡିଆ ବ୍ୟବହାରକାରୀ ମୋ ମୃତ୍ୟୁକୁ ନେଇ ଯେଉଁ ଖବର ପ୍ରକାଶ କରିଥିଲେ, ସେଥିରେ କୌଣସି ସତ୍ୟତା ନାହିଁ।”

ଗତକାଲି ମହମ୍ମଦ ନବିଙ୍କ ହୃଦଘାତରେ ମୃତ୍ୟୃ ଘଟିଥିବା ଖବର ସୋଶାଲ ମିଡିଆ ଓ କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସୋଶାଲ ମିଡିଆରେ ନବିଙ୍କ ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇବା ଆରମ୍ଭ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଆଫଗାନ କ୍ରିକେଟ ବୋର୍ଡ ନବି ଏକ ଘରୋଇ ମ୍ୟାଚ୍‌ରେ ପ୍ରାଟିସ୍‌ କରୁଥିବା ବେଳର ଫଟୋ ପୋଷ୍ଟ କରିଥିଲା। ତଥାପି ନବି କୌଣସି ପ୍ରତିକ୍ରିୟା ଦେଇ ନଥିବାରୁ ଫ୍ୟାନ୍‌ମାନଙ୍କ ଶ୍ରଦ୍ଧାଞ୍ଜଳି ଦେବା କାମରେ ପୂର୍ଣ୍ଣଚ୍ଛେଦ ପଡ଼ି ନଥିଲା। ଶେଷରେ ଆଜି ନବି ନିଜ ମୃତ୍ୟୁ ଗୁଜବ ଉପରେ ମତ ରଖିଛନ୍ତି।

Related story