ସାମିଙ୍କ ପିଛା ଛାଡୁନି ବିପତ୍ତି: କାରକୁ ପିଟିଦେଲା ଟ୍ରକ, ମୁଣ୍ଡରେ ଲାଗିଛି ଆଘାତ

ଡେରାଡୁନ: ଜଣାପଡ଼ୁଛି ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ପରେ ମହାବିପତ୍ତି ପଡ଼ିଛି। ପତ୍ନୀଙ୍କ ସହ ବିବାଦ ଚରମ ସୀମାରେ ପହଞ୍ଚିଛି। ଏହାକୁ ନେଇ ଚର୍ଚ୍ଚାରେ ଥିବା ସାମିଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ଆଜି ଡେରାଡୁନ୍‌ରୁ ଦିଲ୍ଲୀ କାରରେ ଆସିଥିବା ବେଳେ ଏକ ଟ୍ରକ୍‌ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସାମିଙ୍କ ଆଖି ପତା ଉପରେ ଆଘାତ ଲାଗିଛି। ଏଥିଣେ ଷ୍ଟିଚ୍‌ ପକାଯାଇଛି। ସେ ଦିଲ୍ଲୀ ନଫେରି ଡେରାଡୁନ୍‌ରେ ରହିଛନ୍ତି। ସାମି ଦୁଇଦିନିଆ ଟ୍ରେନିଂରେ […]

sami

Rakesh Mallick
  • Published: Sunday, 25 March 2018
  • , Updated: 25 March 2018, 01:43 PM IST

ଡେରାଡୁନ: ଜଣାପଡ଼ୁଛି ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ପରେ ମହାବିପତ୍ତି ପଡ଼ିଛି। ପତ୍ନୀଙ୍କ ସହ ବିବାଦ ଚରମ ସୀମାରେ ପହଞ୍ଚିଛି। ଏହାକୁ ନେଇ ଚର୍ଚ୍ଚାରେ ଥିବା ସାମିଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ଆଜି ଡେରାଡୁନ୍‌ରୁ ଦିଲ୍ଲୀ କାରରେ ଆସିଥିବା ବେଳେ ଏକ ଟ୍ରକ୍‌ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସାମିଙ୍କ ଆଖି ପତା ଉପରେ ଆଘାତ ଲାଗିଛି। ଏଥିଣେ ଷ୍ଟିଚ୍‌ ପକାଯାଇଛି। ସେ ଦିଲ୍ଲୀ ନଫେରି ଡେରାଡୁନ୍‌ରେ ରହିଛନ୍ତି।

ସାମି ଦୁଇଦିନିଆ ଟ୍ରେନିଂରେ ସାମିଲ ହେବାକୁ ଡେରାଡୁନ୍ ଅଭିମନ୍ୟୁ କ୍ରିକେଟ୍‌ ଏକାଡେମୀ ଯାଇଥିଲେ। ଏହି ଏକାଡେମୀକୁ ବେଙ୍ଗଲ ଓ ଇଣ୍ଡିଆ ‘ଏ’ ଟିମ୍‌ର ଖେଳାଳି ଅଭିମନ୍ୟୁ ଈଶ୍ୱରନ୍‌ଙ୍କ ବାପା ଚଲାଉଛନ୍ତି। କୁହାଯାଉଛି, ବିସିସିଆଇ ପାଖରୁ କଣ୍ଟ୍ରାକ୍ଟ ମିଳିବା ପରେ ପ୍ରାକ୍ଟିସରେ ସାମିଲ ହେବାକୁ ସାମି ଡେରାଡୁନ ଆସିଥିଲେ।

ଆଜି ସେ ଡେରାଡୁନ୍‌ରେ ରହିବେ ଓ ଆସନ୍ତାକାଲି ଦିଲ୍ଲୀ ଫେରିବେ ବୋଲି ଜଣାପଡିଛି।

Related story